ନବରଙ୍ଗପୁର, ୪। ୧୦(ଆପ୍ର): ଦେଶରେ ଭୋଟ ଚୋରି ହୋଇଛି । ଭୋଟ ଚୋରି ପ୍ରମାଣ ରାହୁଲ ଗାନ୍ଧୀ ଦେବା ପରେ ମଧ୍ୟ ନିର୍ବାଚନ କମିଶନ ଅଭିଯୋଗ ଗ୍ର ହଣ କରୁନି। ତେଣୁ ଭୋଟ ଚୋରି ପ୍ର ସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ଦସ୍ତ ଖତ ନେଇ ରାଷ୍ଟ୍ପତି ଓ ନିର୍ବାଚନ କମିଶନଙ୍କ ନିକଟକୁ ପଠାଯିବ । ଏହା କହିଛନ୍ତି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୋଟଚୋର ଗାଦି ଛାଡ ଅଭିଯାନର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ନିମାଇ ସର୍କାର ।
ସେ କହିଛନ୍ତି, ଲୋକଙ୍କୁ ଭୋଟ ଚୋରି ପ୍ରତି ସଚେତନା ସୃଷ୍ଟି କରାଯିବ। କାରଣ ନାଗରିକଙ୍କ ସାମ୍ବିଧାନିକ ଅଧିକାରକୁ ଭୋଟ ଚୋରି କରି କ୍ଷୁଣ୍ଣ କରାଯାଉଛି । ଭୋଟ ଚୋରି ପ୍ରତି ଲୋକଙ୍କୁ ବ୍ୟାପକ ସଚେତନ କରାଯିବ ବୋଲି କହିଛନ୍ତି । ନବରଙ୍ଗପୁର ଜିଲ୍ଲାର ପ୍ରତି ବ୍ଳକରୁ ଦସ୍ତଖତ ଅଭିଯାନ କରି ଆସନ୍ତା ୧୨ ତାରିଖ ସୁଧା ୬୦ହଜାର ଭୋଟର ଦସ୍ତ ଖତ ନିଆଯିବ । ଏହା ପରେ ରାଷ୍ଟ୍ ପତି ଓ ନିର୍ବାଚନ କମିଶନଙ୍କ ପାଖକୁ ପଠାଯିବ ବୋଲି ସେ କହିଛନ୍ତି ।
ସେଭଳି ନବରଙ୍ଗପୁର ଜିଲ୍ଲାକଂଗ୍ରେସ ସଭାନେତ୍ରୀ ଡ.ଲିପିକା ମାଝୀ ଲୋକଙ୍କ ସମସ୍ୟାକୁ ନେଇ ସେ ଲଢୁଛନ୍ତି । ଆଗାମୀ ଦିନରେ ମଧ୍ୟ ଲୋକଙ୍କ ସମସ୍ୟାକୁ ନେଇ ଲଢେଇ ବ୍ୟାପକ କରିବେ ବୋଲି କହିଛନ୍ତି। ଏଥି ପାଇଁ କଂଗ୍ରେ ସର ବରିଷ୍ଠ ନେତା, ମହିଳା କଂଗ୍ରେସ, ଯୁବ କଂଗ୍ରେସ ସମେତ ବିଭିନ୍ନ ଛାମୁଆ ସଂଗଠନ କର୍ମୀ ମାନେ ସଂକ୍ରୀୟ ଭୂମିକା ଗ୍ର ହଣ କରି ଦସ୍ତଖତ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ।
ସେଭଳି ବରିଷ୍ଠ ନେତା ମୁନ୍ନା ତ୍ରିପାଠୀ ନବରଙ୍ଗପୁର ଜିଲ୍ଲାରେ ୭୨ହଜାର ଭୋଟ ଚୋରି ହୋଇଛି । ଏହାର ପ୍ରମାଣ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି କହିଛନ୍ତି । ଏଭଳି ଭୋଟଚୋରି କରି ଶାସନ ଅକ୍ତିଆର କରିବା ସାମ୍ବିଧାନକୁ ହତ୍ୟା କରିବା ଭଳି ସମ୍ବେ ଦନଶୀଳ ଘଟଣା ବୋଲି କହିଛନ୍ତି । ସେଭଳି ପୂର୍ବତନ ବିଧାୟକ ଭୂଜବଳ ମାଝୀ ନବରଙ୍ଗପୁର ଜିଲ୍ଲାରେ ଭୋଟ ଚୋରି ନେଇ ଅଭିଯୋଗ କଲା ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ବୋଲି କହିଛନ୍ତି । ତେଣୁ ଭୋଟ ଚୋର ଗାଦିଛାଡ ଅଭିଯାନକୁ ସଫଳ କରିବାକୁ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବାକୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୃନ୍ଦା ତ୍ରିପାଠୀ, ଦିଲ୍ଲୀପ ବେହେରା, ଗଣେଶ ପଟ୍ଟନାୟକ, ସୋନରାଜ ଗଣ୍ଡ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।