ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

Published By : Rasmita Pradhan | June 24, 2025 9:56 AM

ଧରାକୋଟ, ୨୪/୬ : ଗଞ୍ଜାମ ଧରାକୋଟ ଥାନା ଖାରିଗୁମା ଗାଁରେ ଦୁଇ ଜଣ ଦଳିତଙ୍କୁ ଲଣ୍ଡା କରି ଆଣ୍ଠୁରେ ଚଲାଇବା ମାମଲା। ରାହୁଲ ଗାନ୍ଧୀଙ୍କ ନିନ୍ଦା ପରେ ରାଜ୍ୟ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରିଛି। କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ରିପୋର୍ଟ ଦେବ। ଏଥିପାଇଁ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଅନୁସନ୍ଧାନ କମିଟି ଗଠନ କରାଯାଇଛି। ଏଥିରେ ପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ସୁବର୍ଣ୍ଣ ନାୟକ ଓ ତୁଲେଶ୍ବର ନାୟକ ସଦସ୍ୟ ରହିଛନ୍ତି। ଆଗାମୀ ଦିନରେ ଏହି ଅନୁସନ୍ଧାନ କମିଟି ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁଧ୍ୟାନ କରି ପିସିସିକୁ ରିପୋର୍ଟ ପ୍ରଦାନ କରିବ।

ସୂଚନାନୁଯାୟୀ, ଧରାକୋଟ ଥାନା ଖାରିଗୁମା ଗାଁରେ ରବିବାର ଅପରାହ୍ଣରେ ସ୍ଥାନୀୟ ଗୋ-ରକ୍ଷକ ସଂଗଠନର କେତେକ ବ୍ୟକ୍ତି ସିଙ୍ଗିପୁର ଗାଁର ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଅଟକାଇବା ସହ ସେମାନଙ୍କଠୁ ବେଆଇନ ଭାବେ ଅର୍ଥ ଦାବି କରିଥିଲେ । ବାବୁଲା ଓ ବୁଲୁ ଅକ୍ଷମତା ପ୍ରକାଶ କରିବାରୁ ସେମାନେ ଉଭୟଙ୍କୁ ନିର୍ଯାତନା ଦେଇଥିଲେ । ଦୁଇ ଜଣଙ୍କୁ ବାରିକ୍ ଦ୍ୱାରା ଅଧା ଲଣ୍ଡା କରାଇ ଖାରିଗୁମାରୁ ଜାହାଡ଼ା ପର୍ଯ୍ୟନ୍ତ ୨ କିମି ମାଡ଼ ମାରି ଚଲାଇ ଆଣିଥିଲେ । ଜାହାଡ଼ା ଗାଁ ଦାଣ୍ଡରେ ଆଣ୍ଠେଇ ଚଲାଇବା ସହ ପାଟିରେ ଘାସ ପୂରାଇ ନର୍ଦ୍ଦମା ପାଣି ପିଆଇବା ଅଭିଯୋଗ ହୋଇଥିଲା । ଉଭୟେ ଏନେଇ ଧରାକୋଟ ଥାନାରେ ଅଭିଯୋଗ କରିଥିଲେ । ଗୋଚାଲାଣ କରୁଥିବା କହି ଦାଦାଗିରି ଦେଖାଇଥିବା ଅଭିଯୋଗ ପରେ ପୁଲିସ ୯ ଜଣଙ୍କୁ ଅଟକ ରଖିଛି। 

ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗଭୀର ନିନ୍ଦା କରିଥିଲେ। ସେ କହିଥିଲେ ଯେ, ଦଳିତଙ୍କୁ ଆଣ୍ଠେଇ ଚଲାଇବା, ଘାସ ଖୁଆଇବା ଓ ଦୂଷିତ ପାଣି ପିଇବାକୁ ବାଧ୍ୟ କରିବା କେବଳ ଅମାନବୀୟ ଘଟଣା ନୁହେଁ, ମନୁବାଦୀ ଚିନ୍ତାଧାରାଠାରୁ ବର୍ବର । ଦଳିତଙ୍କ ପ୍ରତି ହେଉଥିବା ଏହି ଅତ୍ୟାଚାର ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଲିଖିତ ସମ୍ବିଧାନ ପ୍ରତି କୁଠାରାଘାତ । ବିଜେପି ଶାସିତ ରାଜ୍ୟରେ ଦଳିତ ଓ ଆଦିବାସୀଙ୍କ ଉପରେ ଏପରି ଅତ୍ୟାଚାର ବଢ଼ିଚାଲିଛି । ଦେଶର ସମ୍ବିଧାନକୁ ରକ୍ଷା କରିବା ପାଇଁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.