ବେଙ୍ଗାଲୁରୁ,୦୫/୦୬; କର୍ଣ୍ଣାଟକରେ ନୂତନ ସରକାର ଗଠନ ହେଲା । ସିଦ୍ଦରମୈୟାଙ୍କ ଯୁଗ ସରିଲା । ଶିବକୁମାରଙ୍କ ଅଧ୍ୟାୟ ଆରମ୍ଭ ହୋଇଛି । ଜୁନ ୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମାତ୍ର ୨ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କୁ ବଡ଼ ଝଟକା ଲାଗିଛି । ବିଭାଗ ବଣ୍ଟନ ପରେ ପରେ, କଂଗ୍ରେସ ଦଳ ଭିତରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏକ ବଡ଼ ରାଜନୈତିକ ସଙ୍କଟରେ ପରିଣତ ହୋଇଛି । ବରିଷ୍ଠ କଂଗ୍ରେସ ନେତା ଏବଂ ନବନିଯୁକ୍ତ କ୍ୟାବିନେଟ୍ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରେଡ୍ଡୀ ଖୋଲାଖୋଲି ଭାବରେ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ, ଯାହା କାରଣରୁ ସେ ଏହି କଠୋର ପଦକ୍ଷେପ ନେଉଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ସେ ମନ୍ତ୍ରିମଣ୍ଡଳ ଛାଡି ଦେଉଛନ୍ତି, କିନ୍ତୁ ଜଣେ ବିଧାୟକ ଏବଂ କଂଗ୍ରେସ କର୍ମୀ ଭାବରେ କାର୍ଯ୍ୟ ଜାରି ରଖିବେ ।

ରାମଲିଙ୍ଗା ରେଡ୍ଡୀ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଟାର୍ଗେଟ କରିଛନ୍ତି । ରେଡ୍ଡୀ ଦାବି କରିଥିଲେ, " ଡି.କେ. ଶିବକୁମାର ନିଜେ ମୋ ଘରକୁ ଆସିଥିଲେ ଏବଂ କହିଥିଲେ ଯେ, ମୁଁ ମୁଖ୍ୟମନ୍ତ୍ରୀ ହେଲେ ମୁଁ ଏହି ମନ୍ତ୍ରଣାଳୟ (ବେଙ୍ଗାଲୁରୁ ବିକାଶ) ଛାଡିଦେବି ଏବଂ ଆପଣ ଦାୟିତ୍ୱ ଗ୍ରହଣ କରିବେ।" ରେଡ୍ଡୀଙ୍କ ଅନୁଯାୟୀ, ଶପଥ ଗ୍ରହଣ ଉତ୍ସବର ଠିକ୍ ଗୋଟିଏ ଦିନ ପୂର୍ବରୁ ଯେତେବେଳେ ଶିବକୁମାରଙ୍କୁ ଭେଟିଥିଲେ, ତାଙ୍କୁ ଆଶ୍ୱସ୍ତ କରାଯାଇଥିଲା ଯେ ତାଙ୍କୁ ବେଙ୍ଗାଲୁରୁ ସମ୍ବନ୍ଧୀୟ ପୋର୍ଟଫୋଲିଓ ମିଳିବ । ରେଡ୍ଡୀ ଭାବପ୍ରବଣ ହୋଇ କହିଛନ୍ତି, ମୁଁ କେବେ ବି ଏହି ବିଭାଗ ମାଗିନଥିଲି, କିନ୍ତୁ ମୋତେ ବାରମ୍ବାର ପ୍ରତିଶ୍ପୁତି ଦିଆଯାଇଥିଲା । ୨ ଥର ପ୍ରତିଶ୍ରୁତି ଦିଆଯିବା ପରେ, ମେତେ ଏବେ ଜଳ ସମ୍ପଦ ବିଭାଗ ଦିଆଯାଇଛି । ମୁଁ ଏହି ନିଷ୍ପତ୍ତିରେ ଅତ୍ୟନ୍ତ ନିରାଶ ତେଣୁ ମୁଁ ଇସ୍ତଫା ଦେଉଛି ।

ଏହା ବି ପଢନ୍ତୁ...Cockroach Janta Party: 'ଜୟ ଭୀମ' କହି ଭାରତ ଅଭିମୁଖେ ବାହାରିଲେ ସିଜେପି ପ୍ରତିଷ୍ଠାତା ଅଭିଜିତ୍, ଜନତାଙ୍କୁ କଲେ ଏହି ଅପିଲ୍  

ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଇସ୍ତଫାପତ୍ର ଦେବା ପରିବର୍ତ୍ତେ, ରାମଲିଙ୍ଗା ରେଡ୍ଡୀ ତାଙ୍କର ଜଣେ ସମର୍ଥକଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ନିକଟକୁ ପଠାଇଥିଲେ । ତାଙ୍କ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ମୋତେ କ୍ୟାବିନେଟ ପଦବୀ ପ୍ରଦାନ କରିଥିବାରୁ ମୁଁ ଆପଣଙ୍କୁ ଏବଂ କଂଗ୍ରେସ ଦଳକୁ କୃତଜ୍ଞତା ଜଣାଉଛି । ମୁଁ ମୋ ବିବେକ ବିରୁଦ୍ଧରେ କାର୍ଯ୍ୟ କରିବାକୁ ଅସମର୍ଥ, ମୁଁ ମନ୍ତ୍ରୀ ପଦପୁ ଇସ୍ତଫା ଦେଉଛି । ଦୟାକରି ଏହାକୁ ଗ୍ରହଣ କରନ୍ତୁ ।ରାମଲିଙ୍ଗା ରେଡ୍ଡୀ ତାଙ୍କ ଇସ୍ତଫା ପତ୍ରରେ ଡି.କେ. ଶିବକୁମାରଙ୍କୁ "ମାନ୍ୟବର ମୁଖ୍ୟମନ୍ତ୍ରୀ" ବୋଲି ସମ୍ବୋଧିତ କରି ରାଜ୍ୟ ଭିତରେ ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱକୁ ଇଙ୍ଗିତ କରୁଥିବାରୁ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି ।

ରାମଲିଙ୍ଗା ରେଡ୍ଡୀ ବେଙ୍ଗାଲୁରୁ ନଗର ଉନ୍ନୟନ ବିଭାଗ ଦାବି କରି ଆସୁଥିଲେ। ସେ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେବାକୁ ଚାହୁଁଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏହାକୁ ବ୍ୟାତାରାୟଣପୁର ବିଧାୟକ କୃଷ୍ଣ ବାଇର ଗୌଡାଙ୍କୁ ହସ୍ତାନ୍ତର କରିଥିଲେ ।