ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କର ସ୍ୱାସ୍ଥ୍ୟ ଖରାପ। ଏହାପରେ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ପେଟ ଜନିତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଆଡମିଟ୍ କରାଯାଇଛି। ହସ୍ପିଟାଲ କହିଛି କି , କୌଣସି ବଡ଼ ଅସୁବିଧାର କଥା ନାହିଁ। ହସ୍ପିଟାଲ କହିଛି କି, ସୋନିଆ ଗାନ୍ଧୀ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଡିସଚାର୍ଜ ହୋଇ ପାରନ୍ତି। ସେ ଡାକ୍ତରଙ୍କ ଏକ ଟିମ୍ର ନିରୀକ୍ଷଣରେ ଅଛନ୍ତି।
ସାର୍ ଗଙ୍ଗା ରାମ ହସ୍ପିଟାଲର ପ୍ରବନ୍ଧନ ବୋର୍ଡର ଅଧ୍ୟକ୍ଷ ଡା. ଅଜୟ ସ୍ୱରୂପଙ୍କ ଅନୁସାରେ , ତାଙ୍କୁ (ସୋନିଆ ଗାନ୍ଧୀ) ଆଜି ପେଟ ସମ୍ୱନ୍ଧୀୟ କୌଣସି ସମସ୍ୟା ଯୋଗୁଁ ଭର୍ତ୍ତି କରାଯାଇ ଥିଲା । ହେଲେ ପୂରା ସମ୍ଭାବନା ଯେ, ତାଙ୍କୁ ଆସନ୍ତାକାଲି ସକାଳ ସୁଦ୍ଧା ଡିସଚାର୍ଜ ମିଳିଯିବ । ସେ ଗ୍ୟାଷ୍ଟ୍ରୋଏଣ୍ଟରୋଲଜି ବିଶେଷଜ୍ଞ ଡା. ସମୀରନ ନନ୍ଦୀଙ୍କ ତତ୍ତ୍ୱାବଧାନରେ ଅଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଗତ ବର୍ଷ ଡିସେମ୍ୱରରେ ୭୮ ବର୍ଷ ପୁରିଛି।
ସୋନିଆ ଗାନ୍ଧୀଙ୍କ ଶେଷ ଥର ପାଇଁ ସାର୍ବଜନିକ ଉପସ୍ଥିତି ଗତ ସପ୍ତାହରେ ଥିଲା, ଯେବେ ତାଙ୍କୁ ୧୩ ଫେବ୍ରୁଆରୀରେ ସଂସଦର ବଜେଟ ସେସନ ବେଳେ ରାଜ୍ୟସଭାରେ ଦେଖିବାକୁ ମିଳିଥିଲା। ୧୦ ଫେବ୍ରୁଆରୀରେ ସୋନିଆ ଗାନ୍ଧୀ ସରକାରଙ୍କ ଠାରୁ ଅତି ଶୀଘ୍ର ଜନଗଣନା ପୂରା କରିବାକୁ କହି ଥିଲେ ଏବଂ ଦାବି କରିଥିଲେ କି , ଦେଶରେ ପାଖାପାଖି ୧୪ କୋଟି ଲୋକ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ମିଳୁଥିବା ଲାଭରୁ ବଞ୍ଚିତ।
ରାଜ୍ୟସଭାରେ ଶୂନ୍ୟକାଳରେ ସୋନିଆ ଗାନ୍ଧୀ କହିଥିଲେ କି , ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନଏଫଏସଏ) ଅନୁସାରେ , ଲାଭାର୍ଥିଙ୍କ ଚିହ୍ନଟ ୨୦୧୧ ର ଜନଗଣନା ଅନୁସାରେ କରାଯାଉଛି , ସଦ୍ୟ ଜନସଂଖ୍ୟା ତଥ୍ୟ ଆଧାରରେ ନୁହେଁ। ସୋନିଆ ଗାନ୍ଧୀ ସେପ୍ଟେମ୍ୱର ୨୦୧୩ରେ ୟୁପିଏ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇ ଥିବା ଏନଏଫଏସଏକୁ ଦେଶର ୧୪୦ କୋଟି ଜନସଂଖ୍ୟା ପାଇଁ, ଖାଦ୍ୟ ଓ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବାର ଉଦ୍ଦେଶ୍ୟରେ ଏକ ଐତିହାସିକ ପ୍ରୟାସ କହିଥିଲେ।