ନୂଆଦିଲ୍ଲୀ, ୨୯/୧ : କଂଗ୍ରେସଠାରୁ ମୁହଁ ଫେରାଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁର । ଦଳ ସହ ତାଙ୍କ ସମ୍ପର୍କ ଭଲ ନାହିଁ । ଏମିତି ଏକ ଖବର ଦୀର୍ଘଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ମାତ୍ର ଏହାରି ଭିତରେ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଏବଂ ଥରୁର । ଗୁରୁବାର ଏକ ବୈଠକ ଏମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଥରୁର ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି କି, ସବୁ କିଛି ଠିକ୍ ଅଛି ଏବଂ ସମସ୍ତେ ଏକାଠି ଅଛୁ ।
Thanks to @INCIndia President @kharge ji and LS LoP @RahulGandhi ji for a warm and constructive discussion today on a wide range of subjects. We are all on the same page as we move forward in the service of the people of India. pic.twitter.com/T5l8jqkhUT
— Shashi Tharoor (@ShashiTharoor) January 29, 2026
ତେବେ ମିଳିଥିବା ସୂଚନା ଅନୁସାରେ ଗୁରୁବାର ସଂସଦ ଭବନରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ଶୀର୍ଷ ନେତୃତ୍ବମାନେ ଯୋଗ ଦେଇଥିଲେ । ସମସ୍ତଙ୍କ ସହ ଆଲୋଚନା ପରେ ଥରୁର କହିଛନ୍ତି କି, ସମସ୍ତେ ମିଶି ଆଗକୁ ବଢ଼ିବୁ । ଏହାସହ ଥରୁର କହିଛନ୍ତି କି, "ମୋ ଦଳର ଦୁଇ ନେତା ରାହୁଲ ଏବଂ ଖଡ଼ଗେଙ୍କ ସହ ମୋର ଆଲୋଚନା ହୋଇଥିଲା। ଆମର ବହୁତ ଭଲ, ଗଠନମୂଳକ ଏବଂ ସକାରାତ୍ମକ ଆଲୋଚନା କରିଛୁ । ଏବେ ସବୁକିଛି ଠିକ୍ ଅଛି, ଏବଂ ଆମେ ସମସ୍ତେ ଏକାଠି କାମ କରୁଛୁ । ମୁଁ ଆଉ କଣ କହିପାରିବି ? ମୁଁ ସବୁବେଳେ ଦଳ ପାଇଁ ପ୍ରଚାର କରିଛି। ଆଗାମୀ କିଛି ମାସ ମଧ୍ୟରେ କେରଳରେ ବିଧାନସଭା ନିର୍ବାଚନ ସମୟରେ ପ୍ରଚାର କରିବାର ସମ୍ଭାବନା ସମ୍ପର୍କରେ ଶଶି ଥରୁର କହିଛନ୍ତି, "ମୁଁ ସବୁବେଳେ ପ୍ରଚାର କରିଛି ଏବଂ ଜାରି ରଖିବି।"
ସେପଟେ କେରଳର ମୁଖ୍ୟମନ୍ତ୍ରୀ ପଦ ପାଇଁ ଇଛୁକ କି, ନାହିଁ ଏଭଳି ପ୍ରଶ୍ନ କରାଯାଇଥିବା ଥରୁର କହିଥିଲେ କି, ମୁଁ ମୁଖ୍ୟମନ୍ତ୍ରୀ ପଦ ଚାହିଁନି । ସିଧା ସିଧା ସେ ଏହାକୁ ଅସ୍ବିକାର କରିଛନ୍ତି । ଏହାସହ କହିଛନ୍ତି, କେବେ ମଧ୍ୟ ଏଭଳି ପ୍ରସଙ୍ଗ ରହିନାହିଁ । ମୋର କୌଣସି ପଦ ପାଇଁ ନିର୍ବାଚନ ଲଢ଼ିବାରେ କୌଣସି ଆଗ୍ରହ ନାହିଁ। ମୁଁ ପୂର୍ବରୁ ଜଣେ ସାଂସଦ, ଏବଂ ଥିରୁବନନ୍ତପୁରମର ମୋର ଭୋଟରମାନେ ମୋ ଉପରେ ବିଶ୍ୱାସ କରନ୍ତି । ମୋତେ ସଂସଦରେ ସେମାନଙ୍କର ସ୍ୱାର୍ଥ ପାଇଁ ସ୍ବର ଉଠାଇବି । ଏହା ମୋର କାମ।"
ଏହାସହ ପଢ଼ନ୍ତୁ : ଦମଦାର ପ୍ରଦର୍ଶନ ପଛର ସତ, ଜାଣନ୍ତୁ କଣ କହିଲେ ଶିଭମ ଦୁବେ ?