ନୂଆଦିଲ୍ଲୀ,୧୪/୦୫; ୧୦ ଦିନର ଛକାପଞ୍ଝା ଶେଷରେ ସମାପ୍ତ ହୋଇଛି । କେରଳମର କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ କଂଗ୍ରେସରେ ଲାଗି ରହିଥିଲା ଅଙ୍କକଷା । ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । କଂଗ୍ରେସ ନେତା ଭିଡି ସତୀଶନ୍ କେରଳମର ନୂତନ ମୁଖ୍ୟମନ୍ତ୍ରୀ ହେବେ । ଦଳର ହାଇକମାଣ୍ଡ ଆନୁଷ୍ଠାନିକ ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି । କଂଗ୍ରେସ ନେତୃତ୍ୱ ଭିଡି ସତୀଶନଙ୍କ ଉପରେ ଆସ୍ଥା ପ୍ରକାଶ କରିଛନ୍ତି । ଭିଡି ସତୀଶନ, ଯିଏ କି ଜଣେ ଦୃଢ଼ ସାଂଗଠନିକ ଉପସ୍ଥିତି ରଖୁଥିବା ନେତାଙ୍କ ମଧ୍ୟରୁ ଜଣେ । ଭିଡି ସତୀଶନ ହେବେ କେରଳମର ନୂଆ ମୁଖ୍ୟମନ୍ତ୍ରୀ । ପ୍ରେସମିଟ୍ କରି ତାଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ ସତୀଶନ । ୨୦୦୧ରୁ ଲଗାତାର ଭାବେ ବିଧାୟକ ହୋଇଛନ୍ତି ସତୀଶନ । କଂଗ୍ରେସ ମେଣ୍ଟ, ୟୁଡିଏଫ୍, କେରଳମରେ ଏକ ବଡ଼ ବିଜୟ ହାସଲ କରିଥିଲା । କେରଳମରେ ଏଲଡିଏଫର ୧୦ ବର୍ଷର ଶାସନର ଅନ୍ତ ଘଟାଇ ଫେରିଛି ୟୁଡିଏଫ ।
ମେ ୪ ତାରିଖରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ରେଜଲ୍ଡ ବାହାରିବା ପରେ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, ପୁଡୁଚେରୀକୁ ମୁଖ୍ୟମନ୍ତ୍ରୀ ମିଳି ସାରିଛନ୍ତି । କିନ୍ତୁ କେରଳମରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ୧୦ ଦିନ ଧରି ରାଜନୈତିକ ବିବାଦ ଲାଗି ରହିଥିଲା । ଶେଷରେ ତାର ଅନ୍ତ ଘଟିଛି । କଂଗ୍ରେସ ଦଳ କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭିଡି ସତୀଶନଙ୍କ ନାମ ଘୋଷଣା କରିଛି । କେରଳମ ସିଏ ରେସରେ ଥିବା କେସି ବେଣୁଗୋପାଣଙ୍କୁ ପରାସ୍ତ କରିଛନ୍ତି ସତୀଶନ । ବଳମ୍ବରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପଛରେ ଆଭ୍ୟନ୍ତରୀଣ କନ୍ଦଳ ଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସର ୩ ଜଣ ଭିଡ଼ି ଶତୀସନ, କେସି ବେଣୁଗୋପାଳ ଏବଂ ରମେଶ ଚେନ୍ନିଥାଲା ଦାବିଦାର ଥିଲେ । ଏହି ୩ ଜଣଙ୍କ ସମର୍ଥକ ନିଜ ନିଜ ପଦବୀ ପାଇଁ ଲବି କରୁଥିଲେ । ଏହି ଟଣାଓଟରା ଶେଷ କରିବାକୁ ଆଲୋଚନା ଚାଲିଥିଲା । ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେରଳମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଦଳର ଶୀର୍ଷ ନେତାଙ୍କ ସହ ଚୂଡାନ୍ତ ପରାମର୍ଶ କରିଥିଲେ । ଖଡଗେଙ୍କ ସହ ପ୍ରଭାରୀ ଏଆଇସିସି ସାଧାରଣ ସମ୍ପାଦକ ଦୀପା ଦାସମୁନଶୀ ଏବଂ ଦୁଇ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ - ଅଜୟ ମାକେନ ଏବଂ ମୁକୁଲ ୱାସନିକ୍ ମଧ୍ୟ ଥିଲେ । ଯେଉଁମାନେ ସମ୍ପ୍ରତି ସମସ୍ତ ନିର୍ବାନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ମତାମତ ଲୋଡିଥିଲେ । ଶେଷରେ ଭି.ଡ଼ି ଶତୀସନଙ୍କ ନାମରେ ମୋହର ମାରିଛି କଂଗ୍ରେସ ।
#WATCH | Congress names VD Satheesan as the Chief Minister of Keralam pic.twitter.com/FCW0EVfAHv
— ANI (@ANI) May 14, 2026
#WATCH | Thiruvananthapuram: Celebrations begin at the residence of VD Satheesan as Congress names him the Chief Minister of Keralam. pic.twitter.com/OT0tJabMmm
— ANI (@ANI) May 14, 2026
ଭି.ଡି ସତୀଶନ୍ କିଏ ? ଭି.ଡି ସତୀସନ୍ ୨୦୦୧ ମସିହାରୁ କେରଳମର ପାରାଭୁରରୁ ସାଂସଦ ଅଛନ୍ତି। ସେ ୨୦୨୧ ମସିହାରେ କେରଳର ବିରୋଧୀ ଦଳ ନେତା ଭାବରେ ରମେଶ ଚେନ୍ନିଥାଲାଙ୍କ ସ୍ଥାନରେ ନିର୍ବାଚିତ ହୋଇଥିଲେ। ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ, ସେ ବିଧାନସଭାରେ ବିରୋଧୀ ଦଳଗୁଡ଼ିକର ସ୍ୱର ଉଠାଇ ନିଜକୁ ଜଣେ ଦୃଢ଼ ବିରୋଧୀ ଦଳ ନେତା ଭାବରେ ପ୍ରତିଷ୍ଠିତ କରିଥିଲେ। ସେ ଦୁର୍ନୀତି ଅଭିଯୋଗରେ ବାମ ସରକାରଙ୍କୁ ଆକ୍ରମଣ କରିଥିଲେ। ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ପାଇଁ ସକ୍ରିୟ ଭାବରେ ପ୍ରଚାର କରିଥିଲେ, ଦଳକୁ ବିଜୟୀ କରାଇଥିଲେ ।
କାହିଁକି ବେଣୁଗୋପାଳଙ୍କ ଉପରେ ଭାରି ପଡ଼ିଲେ ସତୀଶନ ? ଭି.ଡି ସତୀଶନଙ୍କୁ କଂଗ୍ରେସ କର୍ମୀଙ୍କ ସମର୍ଥନ ମିଳିଥିଲା । କଂଗ୍ରେସ କର୍ମୀମାନେ ତାଙ୍କ ସପକ୍ଷରେ ପ୍ରତିବାଦ ମଧ୍ୟ କରିଥିଲେ । କେରଳମରେ ସତୀଶନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦାବି କରୁଥିବା ପୋଷ୍ଟର ଲଗାଯାଇଥିଲା । ଆଇୟୁଏମଏଲ ମଧ୍ୟ ଖୋଲାଖୋଲି ଭାବରେ ସତୀଶନଙ୍କୁ ସମର୍ଥନ କରିଥିଲା । କେସି ବେନୁଗୋପାଳ କଂଗ୍ରେସ ହାଇକମାଣ୍ଡଙ୍କ ପସନ୍ଦ ଥିଲେ, କିନ୍ତୁ ବରିଷ୍ଠ କଂଗ୍ରେସ ନେତା ଏ.କେ. ଆଣ୍ଟୋନି ଏବଂ କେ. ମୁରଲୀଧରନ ଭିଡି ସତୀଶନଙ୍କୁ ସମର୍ଥନ କରିଥିଲେ ।
ଏହା ବି ପଢନ୍ତୁ...Gold Black Marketing : ସୁନାରେ ଆମଦାନି ଶୁଳ୍କ ବୃଦ୍ଧି ପ୍ରଭାବ, ବିକ୍ରି କମିବ, ବଢ଼ିବ ଅବୈଧ କାରବାର
କହି ରଖୁଛୁ କି, ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମେଣ୍ଟ ଦୁଇ-ତୃତୀୟାଂଶରୁ ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିଛି । ୧୪୦ ଆସନରୁ ୧୦୨ଟି ଜିତିଛି । କେରଳମ ବିଧାନସଭାରେ ୧୪୦ ଆସନ ମଧ୍ୟରୁ କଂଗ୍ରେସ ୬୩ ବିଧାୟକ ଅଛନ୍ତି । ଏହାର ସହଯୋଗୀ ଦଳ, ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ ୨୨, କେରଳ କଂଗ୍ରେସ ୮ ଏବଂ ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟିର ୩ ଜଣ ଅଛନ୍ତି ।