ଲକ୍ଷ୍ନୌ,୧୮।୧୨:  ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ଅଘଟଣ। ପ୍ରଦର୍ଶନରେ ସାମିଲ ଯୁବ କଂଗ୍ରେସ କର୍ମୀ ପ୍ରଭାତ ପାଣ୍ଡେଙ୍କ ମୃତ୍ୟୁ ହୋଇଛି। ପୋଲିସ ଠେଲାପେଲାରେ ପ୍ରଭାତଙ୍କ ମୃତ୍ୟୁ ହୋଇଥିବା ନେଇ କହିଛି କଂଗ୍ରେସ। ଯୁବ କଂଗ୍ରେସର ମୃତ୍ୟୁ ଖବର ମିଳିବା ପରେ ୟୁପିର ଡେପୁଟି ସିଏମ୍‌ ବ୍ରଜେଶ ପାଟଠକ ସିଭିଲ ହସ୍ପିଟାଲରେ ପହଁଞ୍ଚିଥିଲେ। ଏହା ପୂର୍ବରୁ ପୋଲିସର ଠେଲାପେଲାରେ ପ୍ରତ୍ୟେକ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟ ମଧ୍ୟ ବେହୋଶ ହୋଇଯାଇଥିଲେ।

ଯୁବ କଂଗ୍ରେସ କର୍ମୀଙ୍କ ପାଇଁ ପାଇ ପୋଲିସର ବଳପ୍ରୟୋଗ ଓ କଣ୍ଟା ବ୍ୟାରିକେଡ୍‌କୁ ଦାୟୀ କରିଛି ଦଳ। କଂଗ୍ରେସ କହିଛି, ଆଜି ବିଧାନସଭା ଘେରାଉ କରିବାକୁ ଯାଉଥିବା କର୍ମୀଙ୍କୁ ରୋକିବାକୁ ପୋଲିସ ବଳପ୍ରୟୋଗ କରିଥିଲା। ଫଳରେ ଗୋରଖପୁର ନିବାସୀ ଯୁବ କଂଗ୍ରେସ କର୍ମୀ ପ୍ରଭାତ ପାଣ୍ଡେଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଦ୍ବାରା ପୁରା କଂଗ୍ରେସ ପରିବାର ଆହତ ଓ ଆକ୍ରୋଶିତ। 

କଂଗ୍ରେସ କହିଛି ଯୋଗୀ ସରକାରଙ୍କ ହତ୍ୟାକାରୀ ପୋଲିସ  ରାଜ୍ୟ କଂଗ୍ରେସ ମୁଖ୍ୟାଳୟର ଚାରିପଟେ କଣ୍ଟା ବ୍ୟାରିକେଡ୍ ଲଗାଇଛି। ତାଙ୍କର ବର୍ବରତା କାରଣରୁ ଆମର ଜଣେ କର୍ମୀଙ୍କର ମୃତ୍ୟୁ ହୋଇଛି। ଆମେ ଏହି ଦୁର୍ଘଟଣାକୁ କେବେ ବି ବରଦାସ୍ତ କରିବୁନି।