ପ୍ରମୂଖ ଖବର
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

କିଏ ହେବ ଛାତ୍ର କଂଗ୍ରେସ ନୂଆ ରାଜ୍ୟ ସଭାପତି ? ଜୁଲାଇ ୨୧ରୁ ଖାଲି ପଡ଼ିଛି ପଦ

Published By : Manoj | August 11, 2025 11:15 AM

ଭୁବନେଶ୍ୱର,୧୧/୦୮: ଭକ୍ତଚରଣ ଦାସ ପିସିସି ସଭାପତି ହେବା ଦିନଠୁ ରାଲି ଧାରଣା କରି ଶୋଇ ପଡ଼ିଥିବା କଂଗ୍ରେସକୁ ଉଠାଇ ରାସ୍ତାରେ ଦୌଡ଼ାଇବା ଆରମ୍ଭ କରିଛନ୍ତି । ହେଲେ କଂଗ୍ରେସର ମୁଖ୍ୟ ଛାମୁଆ ସଙ୍ଗଠନ ଛାତ୍ରକଂଗ୍ରେସର ଏବେ କେହି ମୁଖିଆ ନାହାନ୍ତି । ଗତ ଜୁଲାଇ ୨୧ ତାରିଖରୁ ଉଦିତ ପ୍ରଧାନ ଛାତ୍ରକଂଗ୍ରେସ ସଭାପତି ପଦରୁ ବିଦା ହେବା ପରେ ଏହି ପଦବିରେ କେହି ନିୟମିତ ସଭାପତି ନାହାନ୍ତି । ଛାତ୍ର କଂଗ୍ରେସର ନୂଆ ରାଜ୍ୟ ସଭାପତି  କିଏ ହେବ ସେ ନେଇ ଦୌଡ଼ ଆରମ୍ଭ ହୋଇଯାଇଛି ।   

ରାଜ୍ୟର ୫ରୁ ଅଧିକ ଛାତ୍ରନେତା ଏହି ପଦ ପାଇଁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଲବି ଆରମ୍ଭ କରିଛନ୍ତି । ଦୌଡ଼ରେ ଏକ ମାତ୍ର ଛାତ୍ରୀ ଭାବେ ସ୍ଥାନ ପାଇଛନ୍ତି ଛାତ୍ର କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସମ୍ପାଦକ ମନସା ତ୍ରିପାଠୀ । ଜଣେ ସୁବକ୍ତା  ଭାବେ ତାଙ୍କର ସୁଖ୍ୟାତି ରହିଛି । ତାଙ୍କର ‘ଭକ୍ତ  ସମଝ କେ ଫୁଲ୍‌ ସମଝା କ୍ୟା’ ସଂଳାପ ବେଶ  ଭାଇରାଲ୍‌ ହୋଇଥିଲା । ସେ ବରିଷ୍ଠ କଂଗ୍ରେସ ନେତା  ମନୋରଞ୍ଜନ ତ୍ରିପାଠୀଙ୍କ କନ୍ୟା ତଥା ଦିଲ୍ଲୀରେ ବରିଷ୍ଠ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି ।  

ସେହିପରି ଏହି ଦୌଡ଼ରେ ଛାତ୍ରକଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ ନେତା ଅଖିଳେଶ ଯାଦବ ଅଛନ୍ତି। ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ଛାତ୍ର କଂଗ୍ରେସର ଲଢ଼ୁଆ ନେତା ବିଭୂତି ଭୂଷଣ ମହାପାତ୍ର ମଧ୍ୟ ରାଜ୍ୟ ସଭାପତି ଲବିରେ ଅଛନ୍ତି । ଶ୍ରୀ ମହାପାତ୍ର ପୂର୍ବଥର ସଭାପତି ଦୌଡ଼ରେ ଆଗରେ ଥାଇ ଶେଷ ମୁହୂର୍ତ୍ତରେ କଟି  ଯାଇଥିଲେ । ପରେ ଷ୍ଟୁଡେଣ୍ଟ ଏଗେନ୍‌ଷ୍ଟ କରପସନ୍‌ ନାମକ ସଂଗଠନ କରି ଛାତ୍ରମାନଙ୍କ ପାଇଁ ନିଯୁକ୍ତି  ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖିଛନ୍ତି । ଛାତ୍ରକଂଗ୍ରେସର ପୂର୍ବତନ ରାଜ୍ୟ ଉପସଭାପତି  ଆଦିତ୍ୟ ପ୍ରୀତମ୍‌ ମଧ୍ୟ ଦୌଡ଼ରେ ଅଛନ୍ତି । 

ଆଦିତ୍ୟ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ରାଜୀବ  ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ । ରାଜୀବ ଛାତ୍ର  କଂଗ୍ରେସରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଯୁବ  କଂଗ୍ରେସରେ ରାଷ୍ଟ୍ରୀୟ ସମ୍ପାଦକ ଥିଲେ । ତେଣୁ ଦିଲ୍ଲୀ  ଲବି ତାଙ୍କର ଭଲ ଥିବା କଂଗ୍ରେସ ମହଲରେ ଚର୍ଚ୍ଚା  ହେଉଛି । ଦେବୀ ପ୍ରସାଦ ଜେନା ମଧ୍ୟ ଦୌଡ଼ରେ ଅଛନ୍ତି । କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରେ  ବିଶେଷ କରି ବାଇକ୍‌ ରାଲିରେ ଅଧିକ ସଂଖ୍ୟକ ସମର୍ଥକ ଯୋଗାଡ଼ରେ ସେ ବେଶ ସିଦ୍ଧହସ୍ତ । ତାଙ୍କ  ଜନ୍ମଦିନରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି,  ପିସିସି ଉପସଭାପତି ପ୍ରମୁଖ ବହୁ ବରିଷ୍ଠ ନେତା  ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ପୂର୍ବତନ  ଜିଲ୍ଲା କଂଗ୍ରେସ ସଭାପତି ତଥା କଂଗ୍ରେସର ଗୋଟିଏ  ଗୋଷ୍ଠୀର ସମର୍ଥନରେ ଅନ୍ୟ ଜଣେ ଛାତ୍ରନେତା  ମଧ୍ୟ ଦିଲ୍ଲୀରେ ଲବି କରୁଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.