ପ୍ରମୂଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ଶନିବାର କଂଗ୍ରେସ ଭବନରେ ହେବ ସଭା

Published By : Manoj | August 8, 2025 8:32 AM

ଭୁବନେଶ୍ୱର,୦୮/୦୮: ଆଦିବାସୀ ଅଧିକାର, ସଂସ୍କୃତି ଏବଂ ସ୍ୱାଭିମାନର ସୁରକ୍ଷା ପାଇଁ ରାଜ୍ୟ  କଂଗ୍ରେସ କମିଟି ତରଫରୁ ବିଶ୍ୱ ଆଦିବାସୀ ଦିବସ  ପାଳନ କରାଯିବ । ଅଖିଳ ଭାରତ କଂଗ୍ରେସ କମିଟିର  ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଶୁକ୍ରବାର ଓ ଶନିବାର  ଦୁଇ ଦିନ ଧରି ଏହି ଦିବସ ପାଳନ କରାଯିବ । ଏହି ଅବସରରେ ପ୍ରତି ଜିଲ୍ଲା ମୁଖ୍ୟାଳୟ ଓ ସଦର  ମହକୁମାରେ ଆଦିବାସୀ ଅଧିକାରର ସୁରକ୍ଷା ଏବଂ  ଜଙ୍ଗଲ ଅଧିକାର ଆଇନର ସୁଚାରୁ ରୂପେ କାର୍ଯ୍ୟକାରୀ  ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ । 

କଂଗ୍ରେସ  ଭବନରେ ୯ ତାରିଖ ଅପରାହ୍ନରେ ସାଧାରଣ ସଭା  ସହ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ  ହେବ । ଏହି ଅବସରରେ ରାଜ୍ୟ କଂଗ୍ରେସ ପ୍ରଭାରୀ  ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତ ଚରଣ  ଦାସଙ୍କ ସମେତ ପ୍ରଦେଶ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପିସିସି ସମ୍ପାଦକ ଲକ୍ଷ୍ମୀଧର ସିଂ ପ୍ରମୁଖ  ବହୁ କଂଗ୍ରେସ ନେତା ଓ କର୍ମକର୍ତ୍ତା ଯୋଗ ଦେବେ  ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ  କୁମାର ମହାପାତ୍ର ଜଣାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.