ଭୁବନେଶ୍ୱର,୨୯/୦୫: କାଶ୍ମୀରର ପହଲଗାମରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଦ୍ୱାରା ସଂଗଠିତ ହତ୍ୟାକାଣ୍ଡ  ପରେ ଉପଯୁକ୍ତ ଜବାବ ଦେଇଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ଦୃଢ଼ ଜବାବ ଦେବାକୁ ଯାଇ ଭାରତୀୟ ସେନା  ଯେଉଁ ଅଦମ୍ୟ ସାହସ ଓ ପରାକାଷ୍ଠା ପ୍ରଦର୍ଶନ କରିଛି, ତାହାକୁ ସମ୍ମାନ ଜଣାଇବ କଂଗ୍ରେସ । ସେଥିପାଇଁ ଗୁରୁବାର  ଦିନ ୧୧ଟା ବେଳେ ମାଷ୍ଟରକ୍ୟାଣ୍ଟିନରେ ଏକ "ଜୟହିନ୍ଦ କାର୍ଯ୍ୟକ୍ରମ' ଅନୁଷ୍ଠିତ ହେବ । ପିସିସି ସଭାପତି ଭକ୍ତଚରଣ  ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଦୀପେନ୍ଦର ସିଂ ହୁଡା, ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସମସ୍ତ  ପୂର୍ବତନ ପିସିସି ସଭାପତି, ଏଆଇସିସି କର୍ମକର୍ତ୍ତା, ବରିଷ୍ଠ କଂଗ୍ରେସ ନେତା ସାଂସଦ ପ୍ରମୁଖ ଯୋଗଦେବେ