ରେଢ଼ାଖୋଲ,୦୨/୦୭: ଭେରାଇଟି ଷ୍ଟୋର୍ ଉପରେ ଉପରେ ମାଡ଼ିଗଲା କଣ୍ଟେନର । ଫଳରେ ଦୋକାନଟି ଭାବେ ଭାଙ୍ଗି ଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରକୁ ଜବତ କରିବା ସହ ଚାଳକକୁ ଗିରଫ କରିଛି। ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଛକରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ଏକ କଣ୍ଟେନର ସୋନପୁରରୁ ରେଢ଼ାଖୋଲ ଦେଇ କଟକ ଯାଉଥିଲା। ଗାଡିଟି ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ପ୍ରଥମେ ରେଢ଼ାଖୋଲ ଭୀମ ଭୋଇ ଛକରେ ଥିବା ଏକ ଦୋକାନକୁ ଧକ୍କା ଦେଇଥିଲା । ଏହାପରେ ୫୫ନଂ ଜାତୀୟ ରାଜପଥ ଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଛକଠାରୁ ଅଳ୍ପ ଦୂରରେ ଥିବା ସୁରେଶ ଭେରାଇଟି ଷ୍ଟୋର ଉପରକୁ ମାଡ଼ି ଯାଇଥିଲା । ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରକୁ ଜବତ କରି ଚାଳକଙ୍କୁ ଗିରଫ କରିଛି । ତେବେ ଉକ୍ତ କଣ୍ଟେନରରେ ଗୋରୁ ବୋଝେଇ ହୋଇ ଚାଲାଣ ହେଉଥିବା ନେଇ ଚର୍ଚ୍ଚା ହେଉଛି ।