ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

'ଅପରେସେନ୍‌ ସିନ୍ଦୂର'କୁ ନେଇ ହଙ୍ଗାମା; ଭାରତୀୟ ଦୂତାବାସ ବୟାନ ଜାରି କରି ଦେଲା ସଫେଇ

Published By : Ankita S | June 30, 2025 9:14 AM

ନୂଆଦିଲ୍ଲୀ,୩୦/୦୬: ଅପରେସନ୍‌ ସିନ୍ଦୂରକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ଇଣ୍ଡୋନେସିଆରେ ଭାରତର ଡିଫେନ୍ସ ଅତାଶେ କ୍ୟାପ୍ଟେନ୍ ଶିବ କୁମାର (ନୌସେନା) ଏକ ସେମିନାରରେ ଦେଇଥିବା ବୟାନକୁ ନେଇ ବିବାଦ ଦେଖାଦେଇଛି । ସେ ଦାବି କରିଥିଲେ କି, ଅପରେସନ୍ ସିନ୍ଦୂର ପ୍ରାରମ୍ଭିକ ଚରଣରେ ଭାରତୀୟ ବାୟୁସେନାକୁ ତାର କିଛି ଯୁଦ୍ଧ ବିମାନ ହରାଇବାକୁ ପଡ଼ିଥିଲା । ଭାରତୀୟ ଫାଇଟର ଜେଟ୍ କ୍ଷତିଗ୍ରସ୍ତ ହୋଇଥିଲା । କାରଣ ରାଜନୈତିକ ନେତ୍ୱତ୍ବରେ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ନୁହେଁ କେବଳ ଆତଙ୍କୀ ଠିକଣାକୁ ଟାର୍ଗେଟ କରିବାକୁ ଆଦେଶ ଦିଆଯାଇଥିଲା ।

୧୦ ଜୁନ୍‌ରେ ଜାକାର୍ତାରେ ହୋଇଥିବା ଏକ ସେମିନାରରେ ସେ କହିଥିଲେ, ''କେବଳ ଏଥିପାଇଁ ଆମର କ୍ଷତି ହୋଇଥିଲା କି ରାଜନୈତିକ ନେତୃତ୍ୱ ପକ୍ଷରୁ ପାକିସ୍ତାନ ସୈନ୍ୟ ଠିକଣା ଓ ଏୟାର ଡିଫେନ୍ସକୁ ଟାର୍ଗେଟ ନକରିବାକୁ କୁହାଯାଇଥିଲା । ତେଣୁ ପ୍ରଥମରୁ ଭାରତୀୟ ବାୟୁସେନାକୁ କ୍ଷତି ହୋଇଥିଲା । ଶତ୍ରୁର ଏୟାର ଡିଫେନ୍ସକୁ ନଷ୍ଟ କରିବା ବ୍ରହ୍ମୋସ୍ ମିସାଇଲ ଦ୍ୱାରା ସଫଳ ହୋଇଥିଲା ।''

ସଫେଇ ଦେଲା ଭାରତୀୟ ଦୂତାବାସ- ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିବାକୁ ଲାଗିଥିଲେ । ବିବାଦ ବଢିବାରୁ ବୟାନକୁ ନେଇ ବିବୃତ୍ତି ଜାରି କରି ସଫେଇ ଦେଇଛି ଭାରତୀୟ ଦୂତାବାସ । ଜାକାର୍ତାରେ ଥିବା ଭାରତୀୟ ଦୂତାବାସ ଏକ୍ସରେ କହିଛି, କ୍ୟାପ୍ଟେନ୍ କୁମାରଙ୍କ ବୟାନକୁ ଭୁଲ ଭାବରେ ଦର୍ଶା ଯାଇଛି । ଗଣମାଧ୍ୟମ ଭୁଲ ତରିକାରେ ଉପସ୍ଥାପନ କରିଛି । ସେ ଏହା କହିବାକୁ ଚେଷ୍ଟା କରିଥିଲେ କି ଭାରତୀୟ ସେନା ରାଜନୈତିକ ନେତୃତ୍ୱ ଅଧୀନରେ କାମ କରେ ଯାହା ଭାରତର ଲୋକତାନ୍ତ୍ରିକ ପରମ୍ପରାକୁ ଦର୍ଶାଉଛି । ଅପରେସନ୍ ସିନ୍ଦୂରର ଉଦ୍ଦେଶ୍ୟ ଆତଙ୍କୀ ଠିକଣାକୁ ଟାର୍ଗେଟ କରିବା । ଭାରତ ଦ୍ବାରା ହୋଇଥିବା ଏହା ଏକ ବଡ଼ କାର୍ଯ୍ୟାନୁଷ୍ଠାନ । ଡିଫେନ୍ସ ଅତାଶେ ଭାରତର ଜଣେ ବରିଷ୍ଠ ସୈନ୍ୟ ଅଧିକାରୀ । ଯିଏ କି ଦେଶର ଦୂତାବାସରେ ନିୟୋଜିତ ହୋଇଥାନ୍ତି ଏବଂ ଦେଶର ରକ୍ଷା ପ୍ରତିଷ୍ଠାନର ପ୍ରତିନିଧିତ୍ୱ କରିଥାନ୍ତି ।

କଂଗ୍ରେସ କଲା ଟାର୍ଗେଟ- ଏହି ଟିପ୍ପଣୀକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । ବିରୋଧୀ ଶାସକ ଦଳର ବିଫଳତାକୁ ନେଇ ନିଶାନା ମାରିଛି । ପ୍ରଧାନମନ୍ତ୍ରୀ ଏହି ମୁଦ୍ଦା ଉପରେ ସର୍ବାଦଳୀୟ ବୈଠକ କାହିଁକି ଡାକୁ ନାହାନ୍ତି ବୋଲି ପ୍ରଶ୍ନ କରିଛି ବିରୋଧୀ ଦଳ । ଦଳ ପ୍ରବକ୍ତା ପବନ ଖେଡ଼ା କହିଛନ୍ତି, ''ଏହି ଟିପ୍ପଣୀ ସିଧା ସରକାରଙ୍କୁ ଉତ୍ତରଦାୟୀ କରିବ । ଅପରେସନ୍‌ ସିନ୍ଦୂରରେ କ୍ଷତିକୁ ସ୍ୱୀକାର କରିଥିଲେ ହେଲେ ସଂଖ୍ୟା କହିନଥିଲେ ।''

କହି ରଖୁଛି କି, ଗତ ଏପ୍ରିଲ ୨୨ରେ ଜମ୍ମୁକାଶ୍ମୀରର ପହଲଗାମ ବୈସରନ ଘାଟିରେ ଆତଙ୍କୀ ହମଲା ହୋଇଥିଲେ । ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଭାରତ ଏହାର ଜବାବ୍‌ ଦେଇ ମେ ୬ ମଧ୍ୟରାତ୍ରିରେ  'ଅପରେସନ୍‌ ସିନ୍ଦୂର' ଲଞ୍ଚ କରିଥିଲା । ପାକିସ୍ତାନ ଓ ପିଓକେ ୯ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.