ଭୁବନେଶ୍ଵର : ଗରମ ଦିନେ କୁଲରର ଖୁବ୍ ଡିମାଣ୍ଡ୍। ଅସହ୍ୟ ଗୁଳୁଗୁଳିରୁ ଆଶ୍ଵସ୍ତି ଦିଏ କୁଲରର ଥଣ୍ଡା ପବନ। ତେବେ ବାରମ୍ଵାର ବ୍ୟବହାର ପରେ କୁଲରରେ ବ୍ୟବହାର ହେଉଥିବା ପାଣିରୁ ଦୁର୍ଗନ୍ଧ ବାହାରେ। ରୋଗ ସୃଷ୍ଟି କରେ। ମଶା, ମାଛି ବଂଶ ମଧ୍ୟ ବୃଦ୍ଧି ହୁଏ। ଏହାକୁ ସଫା କରିବା ଖୁବ୍ ଝିନଝଟ୍ ହୋଇଥିବାରୁ ଲୋକମାନେ ବହୁ ଦିନ ଯାଏଁ ଏହାକୁ ପରିଷ୍କାର କରନ୍ତି ନାହିଁ। ହେଲେ ଏକ ଛୋଟ ଉପାୟରେ କୁଲରକୁ ବହୁ ଦିନ ଯାଏଁ ପରିଷ୍କାର ରଖିହେବ। 

​​​​​​​

ଅଧିକ ଦିନ ଯାଏଁ କୁଲରକୁ ପରିଷ୍କାର ରଖିବା ପାଇଁ ଏଥିରେ ଫିଟିକିରି ଦାନା ପକାଇ ଦିଅନ୍ତୁ। କୁଲର ଟାଙ୍କିରେ ଫିଟିକିରି ପକାଇଲେ ଏହା ମଇଳାକୁ ତଳେ ବସାଇ ଦିଏ। ଏହାଦ୍ଵାରା ଦୀର୍ଘ ଦିନ ଯାଏଁ କୁଲର ଫ୍ରେସ୍ ପବନ ଦିଏ ଏବଂ ବାରମ୍ଵାର ସଫା କରିବାର ଝିନଝଟରୁ ମୁକ୍ତି ମିଳେ। 

ଫିଟିକିରି ପକାଇବାର ଫାଇଦା
୧- କୁଲର ଟାଙ୍କିରେ ଫିଟିକିରି ପକାଇବା ଦ୍ଵାରା ଏହା ମଶା ମାଛିଙ୍କ ବଂଶ ବୃଦ୍ଧି ରୋକେ। 
୨-କୁଲରରୁ ଆସୁଥିବା ଅଜବ ଆଇଁଶିଣିଆ ଦୁର୍ଗନ୍ଧ ଦୂର ହୁଏ। 
୩-ଏଥିରେ ଆଣ୍ଟିସେପ୍ଟିକ୍ ଗୁଣ ଥିବାରୁ ବ୍ୟାକ୍ଟେରିଆ କଣ୍ଟ୍ରୋଲ କରେ। 
୪-କୁଲରକୁ ଥଣ୍ଡା ରଖିବାରେ ସହାୟକ ହୁଏ। ଏହାଦ୍ଵାରା କୁଲରର ପ୍ୟାଡସ୍ ମଧ୍ୟ ଅଧିକ ସମୟ ଯାଏଁ ଥଣ୍ଡା ଓ ସ୍ଵଚ୍ଛ ରୁହେ।

ଏହି ଖବରଟିକୁ ପଢନ୍ତୁ- ଜୀବନ ନେଇପାରେ ମିଠା ତରଭୁଜ, ଫେଣ ବାହାରିଲେ ଦିଅନ୍ତୁ ଫୋପାଡ଼ି​​​​​​​