ବେଙ୍ଗାଲୁରୁ - ବେଙ୍ଗାଲୁରୁରେ ଘଟିଛି ଏକ ନିଆରା ଘଟଣା। ଏକ ଦମ୍ପତି ଫେସବୁକରେ ନିଜ ବାଲକୋନୀରେ ଥିବା ଫୁଲ ଗଛ ଗୁଡ଼ିକର ଭିଡ଼ିଓ ପୋଷ୍ଟ କରିଥିଲେ, ଏହାପରେ ସେ ମୁସ୍କିଲରେ ପଡ଼ି ଯାଇ ଥିଲେ। ଯେମିତି ପୋଲିସକୁ ତାଙ୍କର କାରନାମା ବିଷୟରେ ଜଣାପଡ଼ିଲା, ପୂରା ଟିମ୍‌ ସହ ପୁଲିସ ଆସି ତାଙ୍କ ଘରେ ରେଡ୍‌ କରିବା ସହ ତାଙ୍କୁ ଗିରଫ କରିଥିଲା। ପୁଲିସକୁ ପଚରାପଚରି ବେଳେ ଜଣାପଡ଼ିଥିଲା ଯେ, ସିକ୍କିମର ମୂଳ ବାସିନ୍ଦା ଏହି କପଲ ଗତ ଦୁଇ ବର୍ଷରୁ ବେଙ୍ଗାଲୁରୁରେ ରହୁଛନ୍ତି। ସେ ଏକ ଲୋକାଲ ରେଷ୍ଟୁରାଣ୍ଟ ମଧ୍ୟ ଚଲାନ୍ତି। ପୋଲିସ୍ ଦ୍ୱାରା ତାଙ୍କର ଗିରଫଦାରୀର କାରଣ ମଧ୍ୟ ସାମନାକୁ ଆସିଛି। 

ପୋଲିସ୍ ଅଧିକାରୀଙ୍କ କହିବାନୁସାରେ, ସିକ୍କିମର ନାମଚିରେ ରହୁଥିବା ୩୭ ବର୍ଷିୟ ସାଗର ଗୁରୁଙ୍ଗ ଓ ତାଙ୍କର ୩୮ ବର୍ଷିୟ ପତ୍ନୀ ଉର୍ମିଳା କୁମାରୀ ଦୁଇ ବର୍ଷ ହେବ ସଦାଶିବ ନଗରର ଏମଏସଆର ନଗର ଅଞ୍ଚଳରେ ରହୁଛନ୍ତି। ଉର୍ମିଳା କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ଅଛନ୍ତି ଏବଂ ସେ ତାଙ୍କ ଘରର ବଗିଚାରେ ଥିବା ବିଭିନ୍ନ ପ୍ରକାରର ଗଛ ଲତା ଲଗେଇବା ଓ ଏହାର ଭିଡ଼ିଓ ପୋଷ୍ଟ କରିବାକୁ ଖୁବ ଭଲ ପାଉଥିଲେ। ଦ ଇଣ୍ଡିଆନ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ଅନୁସାରେ, ଉର୍ମିଳାଙ୍କ ଦ୍ୱାରା ଫେସବୁକ୍‌ରେ ପୋଷ୍ଟ କରାଯାଇ ଥିବା ଭିଡ଼ିଓରେ ଗଞ୍ଜେଇ ଗଛ ବି ସାମିଲ ଥିଲା। 

ଯେବେ ଉର୍ମିଳାଙ୍କର ଜଣେ ଫଲୋୟର ଭିଡ଼ିଓରେ ଫୁଲ ଗଛ ସହ ଗଞ୍ଜେଇ ଗଛ ଦେଖିଲେ , ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ଗତ ୫ନଭେମ୍ୱରରେ ପୁଲିସ ଦମ୍ପତିଙ୍କ ଘରେ ଚଢାଉ କରିଥିଲା। ପୁଲିସ ପହଞ୍ଚିବା ପୂର୍ବରୁ ଦମ୍ପତିଙ୍କୁ ଏହାର ସୂଚନା ମିଳି ସାରିଥିଲା। ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟ ମୁତାବିକ, ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ବଗିଚାରୁ ଗଞ୍ଜା ହଟେଇବାକୁ ସୂଚନା ଦେଇଥିଲେ। ଯେବେ ପୁଲିସ ପହଞ୍ଚିଲା ତ ତଲାସି ବେଳେ ଅଧିକାରୀମାନେ ଦେଖିଲେ କି ଦମ୍ପତି ପୂର୍ବରୁ ତରବରରେ ସେହି କୁଣ୍ଡରୁ ଗଞ୍ଜେଇର ଗଛ ସବୁ ହଟେଇ ସାରିଥିଲେ। ଏହା ସତ୍ତ୍ୱେ ପୁଲିସ ଟିମ୍‌କୁ କୁଣ୍ଡରେ ଗଞ୍ଜେଇ ଗଛର କିଛି ଅଂଶ ପାଇଲେ ଏବଂ କିଛି ପତ୍ର ମଧ୍ୟ ପଡ଼ି ଥିଲା। 

ପଚରାପଚରି ପରେ ସାଗର ଓ ଉର୍ମିଳା ଗଞ୍ଜେଇ ଚାଷ କରିଥିବାର ସ୍ୱୀକାର କଲେ। ଅଧିକାରୀମାନେ କୁଣ୍ଡରୁ ୫୪ ଗ୍ରାମ ଗଞ୍ଜେଇ ଜବତ କରିଥିଲେ ଏବଂ ସୋସିଆଲ ମିଡ଼ିଆରେ ପୋଷ୍ଟ ଅପଲୋଡ୍‌ କରିବା ପାଇଁ ବ୍ୟବହାର କରାଯାଇ ଥିବା ଉର୍ମିଳାଙ୍କର ମୋବାଇଲ ଫୋନ୍‌ ସହିତ ତାଙ୍କର ମୋବାଇଲ ଫୋନ ଜବତ କରି ନେଇଛନ୍ତି। ଦମ୍ପତିଙ୍କ ଉପରେ ନାରକୋଟିକ୍‌ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ ସବ୍ସଟାନ୍ସ (ଏନଡିପିଏସ) ଅଧିନିୟମ ଅନୁସାରେ ଅଭିଯୋଗ ହୋଇଛି। 

ଅଧିକାରୀଙ୍କ କହିବାନୁସାରେ, କପଲ ବଡ଼ ସ୍ତରରେ ଏହି କାମ କରୁଥିଲେ , ସମ୍ଭବତଃ  ବିକ୍ରିବା ପାଇଁ ସେ ଗଞ୍ଜେଇର ଚାଷ କରିଥିଲେ । ପୁଲିସ ସ୍ପଷ୍ଟ କରିଛନ୍ତି କି ଫଟୋରେ ୧୮ ଅକ୍ଟୋବରରେ ଅପଲୋଡ୍‌ କରାଯାଇଥିଲା। ଗିରଫଦାରୀ ପରେ ଦମ୍ପତିକୁ ଥାନାରୁ ଖୁବ୍‌ ଶୀଘ୍ର ଜାମିନ୍‌ ମଧ୍ୟ ମିଳିଛି।