ନୂଆଦିଲ୍ଲୀ,୨୧।୬: ମୁମ୍ବାଇରେ ଆଜିକାଲି ଥଣ୍ଡା ଏବଂ ଓ ଜ୍ବର ରୋଗୀଙ୍କ ସଂଖ୍ୟାରେ ଖୁବ୍ ଅଧିକ ମାତ୍ରାରେ ବୃଦ୍ଧି ହୋଇଛି। ଡାକ୍ତରଙ୍କ ପ୍ରାଇଭେଟ୍ କ୍ଲିନିକ୍ରେ ମଧ୍ୟ ଲୋକଙ୍କର ଲମ୍ବା ଲାଇନ୍ ଲାଗିଛି। ଡାକ୍ତରଙ୍କ କହିବା ଅନୁସାରେ, ହସ୍ପିଟାଲରେ ସ୍ବାଇନ୍ ଫ୍ଲୁ ଓ କୋଭିଡ୍ ପାଇଁ ଓପିଡି କାଉଣ୍ଟର ତିଆରି କରାଯାଇଛି। ସେଠାକୁ ରୋଗୀ ଯିବା ଆସିବା ଆରମ୍ଭ କରିଦେଇଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ମୁମ୍ବାଇର ନାମୀ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଲ୍ୟାବ୍ରେ ପ୍ରତି ଦିନ ଅତି କମ୍ରେ ୭ କୋଭିଡ୍ କିମ୍ବା ସ୍ବାଇନ୍ ଫ୍ଲୁ ମାମଲା ସାମନାକୁ ଆସୁଛି।

ସାଧାରଣତଃ ଏଭଳି ରୋଗୀଙ୍କୁ ଜର ହୋଇଥାଏ। ଯେଉଁମାନଙ୍କର ଜ୍ବର ୧୦୨ ରୁ ୧୦୩ ଫାରେନ ହାଇଟସ୍ ଭିତରେ ପହଁଞ୍ଚି ଯାଇଛି। ଶରୀରରେ ଦରଜ, ଛାତିରେ ଜ୍ବଳନ ଓ ନିଶ୍ବାସ ନେବାରେ ସମସ୍ୟା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଫର୍ଟିସ ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁସାରେ, ଆଜିକାଲି ଷ୍ଟୋମାକ୍ ଫ୍ଲୁ ମାମଲା ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି।

ବିଏମସି ହେଲଥ୍ ଅଫିସର ଡକ୍ଟର ଦକ୍ଷ ଶାହଙ୍କ କହିବା ଅନୁସାରେ, ପାଣିପାଗରେ ପରିବର୍ତ୍ତନ କାରଣରୁ ରୋଗ ବଢୁଛି। ମୌସୁମୀରେ ବିଳମ୍ବ ହେବା କାରଣରୁ ଆଦ୍ରତା ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଭାଇରସ୍ ମଧ୍ୟ ବାୟୁରେ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ। ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ, ଯେତେବେଳେ ବର୍ଷା ଆରମ୍ଭ ହେବ ସେତେବେଳେ ଏଭଳି ସମସ୍ୟା କମ୍ ହେବାରେ ଲାଗିଥାଏ। ଏହି ଦିନରେ ଗର୍ଭବତୀ ମହିଳା, ଶିଶୁ ଏବଂ ବୟସ୍କଙ୍କୁ ଅଧିକ ସତର୍କ ହେବାକୁ ପଡିବ।