ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବେକରେ ରଶି ଲଗାଇ ଦମ୍ପତିଙ୍କ ଆତ୍ମହତ୍ୟା

Published By : Suraj Kumar | October 10, 2024 6:23 PM

ଜୟପୁର, ୧୦।୧୦ :  ପାରିବାରିକ କଳହର କରୁଣ ପରିଣତି । ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ବାମୀ-ସ୍ତ୍ରୀ । ଜୟପୁର ନିକଟସ୍ଥ ବାମୁଣୀପୁଟ ଗାଁରେ  ଏହି ଘଟଣା ଘଟିଛି । ମୃତକ ହେଲେ ସୁକନ ସୌରା ଓ ସୁମିତ୍ରା ସୌରା। ବର୍ଷକ ତଳେ ଉଭୟ ବିବାହ କରିଥିଲେ । 

ଜୟପୁର ନିକଟସ୍ଥ ବାମୁଣୀପୁଟ ଗାଁର ସୁକନ କୌଣସି କାରଣରୁ ନେଇ ଗୁରୁବାର ସକାଳେ  ଆତ୍ମହତ୍ୟା କରିଥିଲେ। ଆଉ ଏହା ଦେଖି ସୁମିତ୍ରା ବେକରେ ରଶି ଲଗାଇ ଆତ୍ମହତ୍ୟା ମଧ୍ୟ କରିଥିଲେ। ଗାଁ ଲୋକଙ୍କ ଠାରୁ ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।  ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ଉଭୟେ ବାପା ମାଆ ଓ ପରିବାର ଲୋକଙ୍କ ଠାରୁ ସେମାନେ ଅଲଗା ରହୁଥିଲେ। ସୁକନ ଜୟପୁରରେ ଖଲାସି କାମ କରୁଥିଲେ। ଏହି ଘଟଣା ପଛରେ ପାରିବାରିକ କଳହକୁ ଦାୟୀ କରାଯାଉଥିଲେ ବି ଉଭୟଙ୍କ ମଧ୍ୟରେ କଳହ ଥିବା କଥାକୁ ସୁକନଙ୍କ ପରିବାର ଲୋକ ଖଣ୍ଡନ କରିଛନ୍ତି। 

ଅନ୍ୟପକ୍ଷରେ  ଏହା ଆତ୍ମହତ୍ୟା ନୁହେଁ ବରଂ ଉଭୟଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ କରିଛନ୍ତି ସୁମିତ୍ରାଙ୍କ ପରିବାର ଲୋକେ । ସ୍ବାମୀ ଆତ୍ମହତ୍ୟା କରିବା ପରେ ସ୍ତ୍ରୀ  ନିଶ୍ଚୟ ଚିତ୍କାର କରିଥିବ । ହେଲେ ଏହା ନକରି ସେ ବି କିପରି ଆତ୍ମହତ୍ୟା କଲା ବୋଲି ପ୍ରଶ୍ନ କରିଛନ୍ତି  । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.