ମୁମ୍ୱାଇ : ‘ଧୁରନ୍ଧର-୨’ର ରିଲିଜ ପରେ ଫିଲ୍ମର ଗୀତକୁ ନେଇ ନିର୍ମାତା ଆଇନଗତ ସମସ୍ୟାରେ ପଡ଼ିଛନ୍ତି। ତ୍ରିମୂର୍ତ୍ତି ଫିଲ୍ମସ ଫିଲ୍ମ ବିରୋଧରେ ‘ଓଏ ଓଏ ତିରଛି ଟୋପି ବାଲେ’ ଗୀତର ରିମିକ୍ସ ‘ରଙ୍ଗ ଦେ ଲାଲ୍’ର ବ୍ୟବହାରକୁ ନେଇ ମୋକଦମା ଦାଏର କରି ଥିଲେ। ଏବେ ନୂଆ ସୂଚନା ମୁତାବିକ, ଦିଲ୍ଲୀ ହାଇକୋର୍ଟ ଫିଲ୍ମ ନିର୍ମାତା ଆଦିତ୍ୟ ଧରଙ୍କ ପ୍ରଡକ୍ସନ ହାଇସକୁ ଫିଲ୍ମ ‘ଧୁରନ୍ଧର : ଦ ରିଭେଞ୍ଜ’ର ଓଟିଟି ଭର୍ସନରେ ଏହି ଗୀତର ବ୍ୟବହାର ଉପରେ ରୋକ୍ ଲଗେଇବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଫିଲ୍ମମେକର ମ୍ୟୁଜିକ ଲେବଲ ଟି-ସିରିଜ ସହ ହୋଇଥିବା ଚୁକ୍ତି ଆଧାରରେ ଏହି ପ୍ରୋଜେକ୍ଟେ ପୂର୍ବରୁ ହିଁ ଖୁବ୍ ଟଙ୍କା , ସମୟ ଓ ପରିଶ୍ରମ ଲଗାଇଛନ୍ତି।

ଜଷ୍ଟିସ ତୁଷାର ରାୱ ଗେଡେଲାଙ୍କ ଅଧ୍ୟକ୍ଷତାରେ ଏକ ପୀଠ ଗୁରୁବାର ପାରିତ ଏକ ଆଦେଶରେ କହିଛନ୍ତି ଯେ, ଆଦିତ୍ୟ ଧରଙ୍କ ପ୍ରଡକ୍ସନ ହାଉସ ଓ ଜିୟୋ ଷ୍ଟୁଡିଓକୁ ଏବେ ପ୍ରତିକୂଳ ସ୍ଥିତିରେ ରଖାଯାଇ ପାରିବ ନାହିଁ। କଥିତ କପିରାଇଟ୍ ଉଲ୍ଲଙ୍ଘନର ମାମଲାରେ ତ୍ରିମୂର୍ତ୍ତି ଫିଲ୍ମସ ଦ୍ୱାରା କୋର୍ଟରେ ବିଳମ୍ୱରେ ପହଞ୍ଚିବାର କାରଣରୁ ଖୁବ୍ ଆର୍ଥିକ କ୍ଷତି ଉଠାଇବାକୁ ବାଧ୍ୟ କରାଯାଇ ପାରିବ ନାହିଁ।

କୋର୍ଟ କହିଛନ୍ତି, ବର୍ତ୍ତମାନର ମାମଲାରେ, ପ୍ରତିବାଦୀ ସଂଖ୍ୟା-୧ ଓ ପ୍ରତିବାଦୀ ସଂଖ୍ୟା -୨ ପ୍ରତିବାଦୀ ସଂଖ୍ୟା -୩ ର ଆଶ୍ୱାସନା ଓ ଚୁକ୍ତି ଅନୁସାରେ ଫିଲ୍ମ ଧୁରନ୍ଧର : ଦ ରିଭେଞ୍ଜର ନିର୍ମାଣରେ ବହୁ ମାତ୍ରାରେ ଧନ, ସମୟ ଓ ପ୍ରୟାସର ନିବେଶ କରିଛନ୍ତି।ଏବେ ତାଙ୍କୁ କୌଣସି ପ୍ରକାରର କ୍ଷତି କାରକ ସ୍ଥିତିରେ ପକାଯାଇ ପାରିବ ନାହିଁ ଏବଂ କେବଳ ଅଭିଯୋଗକାରୀର ଇଙ୍ଗିତରେ ,ଯେବେ ବି ଅଭିଯୋଗକାରୀ ନିଜର ଗଭୀର ନିଦରୁ ଉଠିବାକୁ ଚାହିଁବ , ତାଙ୍କୁ ଖୁବ୍ ଆର୍ଥିତ କ୍ଷତି ଭରଣା ପାଇଁ ନିର୍ଦ୍ଦେଶିତ କରାଯାଇ ପାରିବ ନାହିଁ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଫିଲ୍ମ ହଲରେ ଗୀତର ଅନୁମତି ଦେବା ଓ ଓଟିଟି ପ୍ଲାଟଫର୍ମରେ ଏହାକୁ ପ୍ରତିବନ୍ଧିତ ଲଗାଇବା ଏକ ଅବ୍ୟାବହାରିକ ସ୍ଥିତିକୁ ଜନ୍ମ ଦେବ। କୋର୍ଟ କହିଛନ୍ତି, ‘ଫିଲ୍ମ ହଲ୍ /ମୁଭି ଥିଏଟରରେ ଉକ୍ତ ଫିଲ୍ମର ପ୍ରସାରଣର ସମ୍ୱନ୍ଧରେ କଥିତ ଉଲ୍ଲଂଘନକାରୀ ଗୀତ /ରିମିକ୍ସ ଭର୍ଜନର ଉପସ୍ଥିତି ପରମିସିବଲ ହେବ,ଯାହାକି ଓଟିଟି ପ୍ଲାଟଫର୍ମର ସନ୍ଦର୍ଭରେ ଏହି ଉଲ୍ଲଂଘନକାରୀ କାର୍ଯ୍ୟ ହୋଇଯିବ। ’

ଏହା ବୁଝିବା ବାହାରେ ଏବଂ କୋର୍ଟଙ୍କ ଦୃଷ୍ଟିରେ ଏହା ଗ୍ରହଣୀୟ ନୁହେଁ। ତାଙ୍କ ଆଦେଶର ସଚ୍ଚୋଟତା ବଜାୟ ରଖିବା ପାଇଁ, କୋର୍ଟ ଟି-ସିରିଜକୁ ଚାରି ସପ୍ତାହ ମଧ୍ୟରେ ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ୫୦ ଲକ୍ଷ ଟଙ୍କାର ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : ମାଧୁରୀ@୫୯; "ମୁଁ ତାଙ୍କ ପାଇଁ ପାଗଳ..." ୧୭ ବର୍ଷ ବଡ଼ କେଉଁ କ୍ରିକେଟରଙ୍କ ଉପରେ ଥିଲା ମାଧୁରୀଙ୍କ କ୍ରସ୍?