ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ସିପିଆଇର ବରିଷ୍ଠ ନେତା ଅତୁଲ କୁମାର ଅଞ୍ଜନଙ୍କ ପରଲୋକ

ଲକ୍ଷ୍ନୌ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(CPI)ର ନ୍ୟାସନାଲ ସେକ୍ରେଟାରୀ ଅତୁଲ କୁମାର ଅଞ୍ଜନଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ଥିବା ଅତୁଲ ଲକ୍ଷ୍ନୌର ମେୟୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । । ଲକ୍ଷ୍ନୌ ୟୁନିଭରସିଟି ଛାତ୍ର ସଂଘର ଅଧ୍ୟକ୍ଷ ଭାବେ ୧୯୭୭ ମସିହାରେ ଅତୁଲ କୁମାର ରାଜନୀତିରେ ପାଦ ଦେଇଥିଲେ ।

 ସେ ୪ ବର୍ଷ ଧରି ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ ଛାତ୍ର ସଂଘ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ ନ୍ୟାସନାଲ କଲେଜ ଷ୍ଟୁଡେଣ୍ଟସ୍‌ ୟୁନିୟନର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ନିଜ ଛାତ୍ର ଜୀବନରୁ ହିଁ ସେ ବାମପନ୍ଥୀ ଆବର୍ଶରେ ଅନୁପ୍ରାଣିତ ହୋଇ ରାଜନୀତି କରିଆସିଥିଲେ । ସିପିଆଇର ସେ ଜଣେ ବରିଷ୍ଠ ନେତା ଥିଲେ । ଘୋସି ଲୋକସଭା ଆସନରୁ ୪ ଥର ପ୍ରାର୍ଥୀ ହୋଇଥିଲେ ବି ତାଙ୍କୁ ପ୍ରତିଥର ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । 

 ଅତୁଲ ଅଞ୍ଜନଙ୍କୁ ୬ଟି ଭାଷା ଜଣାଥିଲା ।ନିଜର ଭାଷଣ ଦେବାର କଳା ପାଇଁ ଉତ୍ତର ପ୍ରଦେଶ ରାଜନୀତିରେ ତାଙ୍କର ପ୍ରତିଷ୍ଠା ଥିଲା । ସେ ୟୁପିର ପୋଲିସ-ପିଏସି ବିଦ୍ରୋହରେ ମୁଖ୍ୟ ଭୂମିକା ନେଇଥିଲେ । ଏଥିପାଇଁ ତାଙ୍କୁ ୪ ବର୍ଷ ଜେଲରେ ରହିବାକୁ ପଡ଼ିଥିଲା । ଅତୁଲ କୁମାରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଜନୈତକ ମହଲରେ ଶୋକର ଛାୟା ଖେଳି ଯାଇଛି। ବିଶିଷ୍ଟ ନେତୃବୃନ୍ଦ ଅତୁଳ କୁମାରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

  • prameyanews
  • PrameyaOdia
  • prameya
  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.