ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡ୍ରାଗନ୍ ପାଇଁ ଅଡୁଆ ! ତାଇଓ୍ବାନର ରାଷ୍ଟ୍ରପତି ଭାବେ ଶପଥ ନେଲେ ଲାଇ ଚିଙ୍ଗ-ତେ, ଚୀନ୍‌ର କଟ୍ଟର ବିରୋଧି ଭାବେ ପରିଚିତ

ନୂଆଦିଲ୍ଲୀ,୨୦।୫: ଚୀନ୍‌ର କଟ୍ଟର ବିରୋଧି ଭାବରେ ପରିଚିତ ଲାଇ ଚିଙ୍ଗ ସୋମବାର ତାଇଓ୍ବାନର ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି। ଦୀର୍ଘ ସମୟ ଧରି ଚୀନ୍ ଓ ତାଇଓ୍ବାନ ଭିତରେ ବିବାଦ ଜାରି ରହିଛି। ଆଜି ତାଇଓ୍ବାନର ରାଜଧାନୀ ତାଇପେରେ ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ ୧୨ଟି ଦେଶର ପ୍ରତିନିଧି ଉପସ୍ଥିତି ଥିଲେ। ଏଥିରେ ଆମେରିକା, ଜାପାନ ଓ ୟୁରୋପ ସହିତ ବହୁ ଦେଶର ଅଧିକାରୀ ଥିଲେ।

ଲାଇଙ୍କୁ ଓ୍ବିଲିୟନ ନାମରେ ଜଣାଯାଏ। ଲାଇ ଜୋର ଦେଇଛନ୍ତି ଯେ, ସେ ତାଇଓ୍ବାନର ସୁରକ୍ଷା ପାଇଁ ନିଜ ସହଯୋଗୀ ଆମେରିକାଠାରୁ ପ୍ରତିରକ୍ଷା ଉତ୍ପାଦନ ବଢାଇବ। ପ୍ରତିଦିନ ତାଇଓ୍ବାନର ସୀମାକୁ ନିଜ ବିମାନକୁ ପଠାଉଥିବା ଚୀନ୍ ସହ ମୁକାବିଲା ପାଇଁ ରାଷ୍ଟ୍ରପତି ଚିଙ୍ଗ ଆମେରିକାରୁ ଆଡଭାନ୍ସ ବିମାନ କିଣିବା କଥା କୁହାଯାଉଛି। ସେ କହିଛନ୍ତି, ପ୍ରତିରକ୍ଷା ଉଦ୍ୟୋକୁ ପ୍ରୋତ୍ସାହନ ଦିଆଯିବ ଓ ଦେଶରେ ହିଁ ସବମରିନ୍‌ ଓ ଏୟାରକ୍ରାଫ୍ଣ ନିର୍ମାଣ ହେବ। ଏହାଛଡା ଆମେରିକା, ଜାପାନ, ଦକ୍ଷିଣ କୋରିଆ ଓ ପାଲେଷ୍ଟାଇନ୍ ଭଳି ଦେଶ ସହ ସହଯୋଗ ବଢାଇବା କଥା କହିଛନ୍ତି। ଲାଇ କହିଛନ୍ତି, ତାଇୱାନରେ ଶାନ୍ତି ବଜାୟ ରଖିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ।

ଲାଇ ଚିଙ୍ଗ-ତେ ନିର୍ବାଚନରେ ବିଜୟୀ ହେବା ପରେ ଚୀନରେ ହଇଚଇ ସୃଷ୍ଟି ହୋଇଥିଲା। ଶାସକ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (ଡିପିପି)ର ପ୍ରତିନିଧିତ୍ୱ କରୁଥିବା ଲାଇ ଚିଙ୍ଗ-ତେ ବିଦାୟୀ ରାଷ୍ଟ୍ରପତି ତାଇ ଇଙ୍ଗ୍-ୱେନଙ୍କ ବିରୋଧରେ ନିର୍ବାଚନ ଲଢୁଥିଲେ। ସେ  ଜିତିବା  ପରେ ତାଙ୍କୁ ବିପଜ୍ଜନକ ବିଚ୍ଛିନ୍ନତାବାଦୀ ଭାବେ ଘୋଷଣା କରିଥିଲା ଚୀନ୍ । ବିବାଦୀୟ ପ୍ରସଙ୍ଗରେ ଆଲୋଚନା ପାଇଁ ଲାଇ ଚିଙ୍ଗ-ତେଙ୍କ ବାରମ୍ବାର ଆହ୍ୱାନକୁ ମଧ୍ୟ ଚୀନ୍ ପ୍ରତ୍ୟାଖ୍ୟାନ କରି ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.