ପ୍ରମୁଖ ଖବର
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ସୋମବାର ୩ ନୂଆ ଅପରାଧ ଆଇନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୨୦/୦୫: କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଅପରାଧ ଆଇନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ବେଲା ଏମ ତ୍ରିବେଦୀ ଓ ପଙ୍କଜ ମିଥଲଙ୍କୁ ନେଇ ଗଠିତ ଅବକାଶ ବେଞ୍ଚ ମାମଲାର ଶୁଣାଣି କରିବେ । ସରକାର ପୂର୍ବରୁ କହିସାରିଛନ୍ତି  କି ଆଇପିସିରେ ସଂସ୍କାର କରାଯାଇ ଏହି ୩  ନୂଆ ଆଇନ ଅଣାଯାଇଛି । ୩ ଅପରାଧ ଆଇନ  ବିରୋଧରେ ଆଡଭୋକେଟ ବିଶାଲ ତିୱାରୀ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ।  

ସେଥିରେ ସେ ଦର୍ଶାଇଛନ୍ତି ଯେ ସଂସଦରେ ବିନା  ବିତର୍କରେ ଏହି ୩ ବିଲ୍‌କୁ ଗୃହୀତ କରାଯାଇଛି ।  ସେହି ସମୟରେ ଅଧିକାଂଶ ବିରୋଧୀ ଦଳର  ସାଂସଦଙ୍କୁ ଗୃହରୁ ସସ୍‌ପେଣ୍ଡ କରାଯାଇଥିଲା ।  ତେଣୁ ଏହି ଆଇନ କାର୍ଯ୍ୟକାରୀ ହେବା ଉପରେ  ରୋକ୍‌ ଲଗାଇବାକୁ ସେ ଅନୁରୋଧ କରିଛନ୍ତି ।  ଏଥିସହ ନୂଆ ଆଇନର ଭଲ ଓ ମନ୍ଦ ଦିଗ ଉପରେ  ଅନୁଧ୍ୟାନ କରିବାକୁ ଏକ ବିଶେଷଜ୍ଞ କମିଟି ମଧ୍ୟ  ଗଠନ କରିବାକୁ ନିର୍ଦ୍ଦେଶ ଦେବା ଲାଗି ସେ ଦାବି କରିଛନ୍ତି । 

ଗତବର୍ଷ ଡିସେମ୍ବର ୨୧ରେ ଭାରତୀୟ  ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା  ଓ ଭାରତୀୟ ସାକ୍ଷ୍ୟ ବିଲ୍‌ ସଂସଦରେ ଗୃହୀତ  ହୋଇଥିଲା । ଡିସେମ୍ବର ୨୫ରେ ରାଷ୍ଟ୍ରପତି ଏହା  ଉପରେ ମୋହର ମାରିଥିଲେ । ଆସନ୍ତା ଜୁଲାଇ ୧ରୁ  ଏହି ନୂଆ ଆଇନ କାର୍ଯ୍ୟକାରୀ ହେବ । ବର୍ତ୍ତମାନ  ଦେଶରେ କାର୍ଯ୍ୟକାରୀ ହେଉଥିବା ଇଂରେଜ ଶାସନ  ସମୟର ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ସ୍ଥାନରେ ନୂଆ ଆଇନ ଲାଗୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.