ପ୍ରମୁଖ ଖବର
  • ରାୟଗଡା : ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ , ୭ ଗିରଫ
  • ||
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ଦିଲ୍ଲୀରେ ସବୁ ରେକର୍ଡ ଭାଙ୍ଗିଲା ତାତି , ଆଗାମୀ ୭ ଦିନ ପାଇଁ ହିଟୱେଭ୍‌ ଆଲର୍ଟ

ନୂଆଦିଲ୍ଲୀ- ଦେଶ ଏହି ସମୟରେ ଭୀଷଣ ତାତିର ପ୍ରଭାବରେ । ରାଜଧାନୀ ଦିଲ୍ଲୀ ମଧ୍ୟ ଉତ୍ତାପରେ ସିଝୁଛି। ରବିବାର ଏଠାର ସର୍ବାଧିକ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ ଯାଏ ପହଞ୍ଚି ଯାଇଛି, ଯାହା ଏହି ସିଜନରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ। ପାଣିପାଗ ବିଭାଗ ଅନୁସାରେ , ଆଗାମୀ ଏକ ସପ୍ତାହ ଯାଏ ଉତ୍ତାପରୁ ମୁକ୍ତି ମିଳିବାର ସମ୍ଭାବନା ନାହିଁ, କାରଣ ରାଜସ୍ଥାନରୁ ଆସୁଥିବା ଗରମ ପବନ ଦିଲ୍ଲୀକୁ ଆହୁରି ସିଝାଇବ। ଦିଲ୍ଲୀର ମୁଖ୍ୟ ପାଣିପାଗ କେନ୍ଦ୍ର ସଫଦରଜଙ୍ଗ ଅବଜର୍ଭଟରୀରେ ସର୍ବାଧିକ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ ରୁଜୁ କରାଯାଇଛି, ଯାହା ସାଧାରଣ ଠାରୁ ୪ଡିଗ୍ରୀ ଅଧିକ। ଯାହାକି ନ୍ୟୁନତମ ତାପମାତ୍ରା ୨୮.୨ ଡିଗ୍ରୀ ସେଲସିୟସ ଥିଲା , ଯାହା ସାଧାରଣ ଠାରୁ ଦୁଇ ଡିଗ୍ରୀ ଅଧିକ।  

ହେଲେ , ଦିଲ୍ଲୀର ଅଧିକାଂଶ କ୍ଷେତ୍ରରେ ସର୍ବାଧିକ ତାପମାତ୍ରା ୪୫ରୁ ୪୭ ଡିଗ୍ରୀ ସେଲସିୟସ ମଧ୍ୟରେ ରେକର୍ଡ କରାଯାଇଛି, ଯାହା ସାଧାରଣ ଠାରୁ ୪ରୁ ୬ ଡିଗ୍ରୀ ଅଧିକ। ନଜଫଗଡ଼ ଦେଶର ରାଜଧାନୀର ସବୁଠୁ ଗରମ ଅଞ୍ଚଳ ଭାବେ ରହିଛି, ଯେଉଁଠି ସର୍ବାଧିକ ତାପମାତ୍ରା ୪୭.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ନଜଫଗଡର ସର୍ବାଧିକ ତାପମାତ୍ରା ମଧ୍ୟ ଦେଶରେ ସବୁଠୁ ଅଧିକ ରହିଛି। 

ଭାରତ ପାଣିପାଗ ବିଭାଗ (ଆଇଏମଡି) ଦିଲ୍ଲୀର ଅନେକ ଅଞ୍ଚଳରେ ଲୁ ହେବାର ଭବିଷ୍ୟବାଣୀ କରିଛି ଏବଂ ରେଡ୍‌ ଆଲର୍ଟ ଜାରି କରିଛି।ପାଣିପାଗ ବିଭାଗ ଆଂଶିକ ଭାବେ ବାଦଲ ଛାଇ ରହିବା ଓ ୨୫ରୁ ୩୫ କିଲୋମିଟର ପ୍ରତି ଘଣ୍ଟାରେ ଦ୍ରୁତ ଗତିରେ ପବନ ବହିବାର ଅନୁମାନ ଲଗାଇବା ସହ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ ଚେତାବନୀ ଦେଇଛି ଏବଂ ପିଲା , ବୟସ୍କ ଓ ଦୁର୍ବଳ ଓ ରୋଗୀଣା ବ୍ୟକ୍ତିଙ୍କ ଯତ୍ନ ନେବାକୁ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.