ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମିଷ୍ଟର ଆଣ୍ଡ ମିସେସ ମାହୀ’ର ଟ୍ରେଲର ଜିତିଲା ସଲମାନଙ୍କ ହୃଦୟ, ଏଭଳି କଲେ କଳାକାରଙ୍କ ତାରିଫ

ନୂଆଦିଲ୍ଲୀ,୧୯/୫ :  ରାଜକୁମାର ରାଓ ଏବଂ ଜାହ୍ନବୀ କପୁର ଦ୍ବିତୀୟ ଥର ଶରଣ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ‘ମିଷ୍ଟର ଆଣ୍ଡ ମିସେସ ମାହୀ’ରେ ଏକା ସାଙ୍ଗରେ ନଜର ଆସିବାରେ ଅଛନ୍ତି । ଯାହାକୁ ନେଇ ଦୁଇ ଷ୍ଟାର୍ସଙ୍କ ଫ୍ୟାନ୍ସ ବହୁତ ଉତ୍ସାହିତ ଥିବା ନଜର ଆସୁଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯାହା ପରେ ବହୁତ ପସନ୍ଦ କରାଯାଉଛି । ଫିଲ୍ମର ଟ୍ରେଲର ଫ୍ୟାନ୍ସଙ୍କ ସହ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ବି ହୃଦୟ ଜିତି ନେଇଛି ।

ନିକଟରେ ସଲମାନ ଖାନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫିଲ୍ମର ଟ୍ରେଲରକୁ ସେୟାର କରି ଫିଲ୍ମ ଏବଂ ରାଜକୁମାର- ଜାହ୍ନବୀଙ୍କ ବି ଖୁବ ତାରିଫ କରିଛନ୍ତି । ସଲମାନଙ୍କ ଏହି ପୋଷ୍ଟ ଦେଖୁ ଦେଖୁ ସୋସିଆଲ ମିଡ଼ିଆରେ ଛାଇଯାଇଛି । ଖାଲି ଏତିକି ନୁହେଁ ରାଜକୁମାର ରାଓ୍ବ ବି ସଲମାନ ଖାନଙ୍କ ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୁଇ ଷ୍ଟାର୍ସଙ୍କ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।

ରାଜକୁମାର ଏବଂ ଜାହ୍ନବୀଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ମିଷ୍ଟର ଆଣ୍ଡ ମିସେସ ମାହୀ’ର ଟ୍ରେଲରର ତାରିଫ କରି ସଲମାନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ କି, ଭଲ ଲାଗୁଛି, କଳାକାର ଏବଂ କୃକୁ ଶୁଭକାମନା’ । ଏହାସହ ସଲମାନ ରଜକୁମାର ଏବଂ ଜାହ୍ନବୀଙ୍କୁ ବି ଟ୍ୟାଗ କରିଛନ୍ତି । ସେହିପରି ସଲମାନଙ୍କ ଏହି ପୋଷ୍ଟକୁ ଦୁଇ ଷ୍ଟାର୍ସ ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଧନ୍ୟବାଦ ଜଣାଇଛନ୍ତି । ରାଜକୁମାର ଲେଖିଛନ୍ତି କି ‘ଥ୍ୟାଙ୍କ୍ୟୁ ଡିୟର ସାର । ଆପଣଙ୍କ ଶୁଭକାମନା ଆମ ଲାଗି ବହୁତ ଗୁରୁତ୍ବ । ’

ସେହିଭଳି ଯଦି ‘ମିଷ୍ଟର ଆଣ୍ଡ ମିସେସ ମାହୀ’ ବିଷୟରେ କଥା ହେବା ତ ଏହି ଫିଲ୍ମ ଏକ ଏଭଳି କପୁଲଙ୍କ ଜୀବନ ଉପରେ ଆଧାରିତ ଯାହାଙ୍କୁ କ୍ରିକେଟ ଦେଖିବା ଏବଂ ଖେଳିବା ବହୁତ ପସନ୍ଦ ଅଟେ । କିନ୍ତୁ ପରିବାର ଲୋକଙ୍କ ଲାଗି ତାଙ୍କର ନିଜ ଇଛାକୁ ରୋକିବାକୁ ପଡ଼ିଲା ଏବଂ ଭିନ୍ନ ଲାଇନ ବାଛିବାକୁ ପଡ଼ିଲା କିନ୍ତୁ ଆଗକୁ ଯାଇ ଉଭୟେ ନିଜ ମନର କଥାକୁ ବାଛିଥିଲେ । ଶରଣ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ଏହି ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ଚଳିତ ମାସ ୩୧ତାରିଖରେ ଦେଶ ସାରା ଫିଲ୍ମ ହଲରେ ରିଲିଜ ହେବ । ଯାହାକୁ ନେଇ ସବୁ ଫ୍ୟାନ୍ସ ବହୁ ଉତ୍ସାହିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.