ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପରଦାରେ ଦେଖିବାକୁ ମିଳିବ ସିଦ୍ଧାର୍ଥ-କ୍ରିତିଙ୍କ ଯୋଡି, ମ୍ୟାଡକ୍‌ ଫିଲ୍ମସ ଅଫିସ୍‌ ବାହାରେ ନଜର ଆସିଲେ ଦୁଇ ଷ୍ଟାର

ମୁମ୍ବାଇ ୨୦/୦୫: କ୍ରିତି ସାନନ୍‌ ଏବେ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ଚଳିତବର୍ଷ ରିଲିଜ୍‌ ହୋଇଥିବା ତାଙ୍କର ଦୁଇଟି ଯାକ ଫିଲ୍ମ ‘ତେରି ବାତୋଁ ମେଁ ଐସା ଉଲ୍‌ଝା ଜିୟା’ ଓ ‘କ୍ରୁ’କୁ ବେଶ୍‌ ଦର୍ଶକୀୟ ଆଦୃତି ମିଳିଛି । ବକ୍ସ ଅଫିସ୍‌ରେ ମଧ୍ୟ ସେଗୁଡି଼କର ପ୍ରଦର୍ଶନ ଭଲ ରହିଛି । ଆଗକୁ କ୍ରିତିଙ୍କୁ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଏକ ଫିଲ୍ମରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ତାହା ଏକ ରୋମାଣ୍ଟିକ୍‌ ଫିଲ୍ମ ହେବ । ସେଥିରେ କ୍ରିତିଙ୍କ ଚରିତ୍ରକୁ ବହୁତ ଗୁରୁତ୍ୱ ମିଳିବ ବୋଲି ରିପୋର୍ଟ ଆସିଛି । 

ନିକଟରେ କ୍ରିତି ଓ ସିଦ୍ଧାର୍ଥଙ୍କୁ ମ୍ୟାଡକ୍‌ ଫିଲ୍ମସ ଅଫିସ୍‌ ବାହାରେ ଏକତ୍ର ଦେଖିବାକୁ ମିଳିଥିଲା । ଏହାପରେ ଏହି ଖବରକୁ ନେଇ ଚର୍ଚ୍ଚା ବଢ଼ିଯାଇଛି । ମ୍ୟାଡକ୍‌ ଫିଲ୍ମସର ଏକ ଲଭ୍‌ ଷ୍ଟୋରିରେ ସେମାନଙ୍କୁ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ତେବେ ସେମାନଙ୍କ ପକ୍ଷରୁ ଏ ସଂପର୍କରେ କିଛି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ କ୍ରିତିଙ୍କୁ ଆଗକୁ ‘ଦୋ ପତ୍ତି’ରେ ଦେଖିବାକୁ ମିଳିବ । ସେହି ଥ୍ରିଲରରେ ତାଙ୍କ ସହିତ କାଜୋଲ ଓ ତନ୍‌ଭି ଆଜମୀଙ୍କ ଭଳି କଳାକାର ନଜର ଆସିବେ । କ୍ରିତି ଏହି ଫିଲ୍ମର ପ୍ରଯୋଜିକା ମଧ୍ୟ ଅଛନ୍ତି । ଶଶାଙ୍କ ଚତୁର୍ବେଦୀ ଫିଲ୍ମର ନିର୍ଦ୍ଦେଶନା ଦେଉଥିବାବେଳେ ତାହା ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.