ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର

Published By : Harapriya Sethi | October 9, 2024 10:36 AM

ଖୋର୍ଦ୍ଧା,୦୯/୧୦: ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡିଆ ଛକ ଏକ ଢାବା ନିକଟରେ ଅଘଟଣ । ଏୟାର ପ୍ରେସର ଟାଙ୍କିଫାଟି ଜଣେ ମୃତ । ମୃତକ ଖୋର୍ଦ୍ଧା ନିକଟସ୍ଥ କଦଳୀବାଡି ଗ୍ରାମର ଟାୟାର ମିସ୍ତ୍ରୀ ନବ କିଶୋର ବରାଡ ବୋଲି ଜଣାପଡ଼ିଛି । ଏହା ସହ ଛତ୍ରପଡା ଗ୍ରାମର ଦୁଇ ଭାଇ ଦେବ ମାନସିଂହ ଏବଂ ଦିପକ ମାନସିଂହ ଆହତ ହୋଇଛନ୍ତି । 

ସୂଚନା ମୁତାବକ, ଦଧିମାଛଗାଡିଆ ଛକର ଏକ ଢାବା ନିକଟରେ ଏୟାର ପ୍ରେସର ଟାଙ୍କି ଫାଟିଥିଲା । ଏୟାର ପ୍ରେସର ଟାଙ୍କିରେ ଏୟାର ଅଧିକ ହେବାରୁ ଏଭଳି ଅଘଟଣ ଘଟିଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳ ରେ ଟାୟାର ମିସ୍ତ୍ରୀ ନବ କିଶୋର ବରାଡଙ୍କର ମୃତ୍ୟୁ ହୋଇଥିଲା । ଛତ୍ରପଡା ଗ୍ରାମର ଦୁଇ ଭାଇ ଦେବ ମାନସିଂହ ଏବଂ ଦିପକ ମାନସିଂହ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଖୋର୍ଦ୍ଧା ସଦର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଗୁରୁତରଙ୍କୁ ଖୋର୍ଦ୍ଧା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛି । ଏଥି ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.