ଭୁବନେଶ୍ୱର, ୧୨/୦୭: ପୁଲିସ ଭବନ ସମ୍ମୁଖରେ ଦୁର୍ଘଟଣା। ଅଟୋ ଓ ବାଇକ୍କୁ ପିଟିଲା ସିଆରପିଏଫ୍ ଭ୍ୟାନ। ସିଆରପିଏଫ୍ ଭ୍ୟାନ ଧକ୍କାରେ ଓଲଟିଲା ଅଟୋ । ଦୁର୍ଘଟଣାରେ ଫାଟିଲା ଡ୍ରାଇଭରଙ୍କ ମୁଣ୍ଡ। ଘଟଣା ସ୍ଥଳରେ ପ୍ରଥମେ ପିସିଆର, ପରେ ଖାରବେଳନଗର ଥାନା ଅଧିକାରୀ ଓ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲେ ।
ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ଭବନ ସମ୍ମୁଖରେ ସିରିଜ ଦୁର୍ଘଟଣା ହୋଇଛି । ୧୨୦ବାଟାଲିୟନରୁ ଗୋଟିଏ ଅଟୋ ରିକ୍ସା ପିଏମଜି ଛକ ଆସୁଥିବା ବେଳେ ବିପରୀତ ପଟୁ ଆସୁଥିବା ଗୋଟିଏ ସିଆରପିଏଫ୍ ଭ୍ୟାନ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଫଳରେ ଅଟୋଟି ଓଲଟିବା ସହିତ ଆଗରେ ଥିବା ବାଇକ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଖବର ପାଇ ଚାରୋଟି ପିସିଆର୍ ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିବା ସହ ଖାରବେଳ ନଗର ଥାନା ଅଧିକାରୀ ଓ କର୍ମଚାରୀ ପହଞ୍ଚି ଆହତ ଅଟୋ ଚାଳକଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଥିଲେ। ଅଟୋ ଡ୍ରାଇଭର ଜଣକ ଚିକିତ୍ସିତ ହେଉଥିବା ବେଳେ ସ୍ଥାନୀୟ ପୁଲିସ ସିଆରପିଏଫ୍ ଭ୍ୟାନ ଏବଂ ଅଟୋ ଜବତ୍ କରିବା ସହ ଭ୍ୟାନ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।