ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ଜବଲପୁରରେ ହୋଇଥିବା କ୍ରୁଜ୍ ଦୁର୍ଘଟଣାରେ ବଡ଼ ଅବହେଳାର ଅଭିଯୋଗ କରାଯାଇଛି। ଅନେକ ପ୍ରତ୍ୟେକ୍ଷଦର୍ଶୀଙ୍କ ଦାବି ଯେ,ଲୋକଙ୍କୁ ପୂର୍ବରୁ ଲାଇଫ୍ ଜ୍ୟାକେଟ୍ ଦିଆ ଯାଇ ନଥିଲା। ଯେବେ କ୍ରୁଜ୍ ଡ଼ଙ୍ଗାରେ ପାଣି ପଶିବାକୁ ଲାଗିଲା , ସେତେବେଳେ ତରବରରେ ଲୋକଙ୍କୁ ଲାଇଫ୍ ଜ୍ୟାକେଟ୍ ଦିଆ ଗଲା। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯେଉଁଥିରେ କ୍ରୁ ସଦସ୍ୟ ପାଣି ପଶିବା ଆରମ୍ଭ ହେବା ପରେ ଲାଇଫ୍ ଜ୍ୟାକେଟ୍ ଆଣିବାର ନଜର ଆସୁଛି। ଏହା ମଧ୍ୟ ଦାବି କରାଯାଉଛି ଯେ, କ୍ରୁ ସଦସ୍ୟଙ୍କୁ ଖରାପ ପାଣିପାଗର ସୂଚନା ଦିଆ ଯାଇ ଥିଲା , କିନ୍ତୁ ଏହା ସତ୍ତ୍ୱେ ସେ ଡଙ୍ଗାକୁ କୂଳକୁ ନେଇ ନଥିଲେ। ଏବେ ଏସବୁ ଅଭିଯୋଗରେ କ୍ରୁଜ୍ ପାଇଲଟ ମହେଶ ପଟେଲଙ୍କ ପ୍ରତିକ୍ରିୟା ଆସିଛି। ସେ ଦାବି କରିଛନ୍ତି ଯେ,କ୍ରୁଜ୍ ଯିବା ସମୟରେ କୌଣସି ଝଡ଼ ଆସି ନଥିଲା। ସ୍ଥିତି ଫେରିବା ସମୟରେ ବିଗିଡ଼ି ଥିଲା। ଏହା ସତ୍ତ୍ୱେ ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ସମସ୍ତଙ୍କୁ ଲାଇଫ୍ ଜ୍ୟାକେଟ୍ ଦିଆ ଯାଇ ଥିଲା , କିନ୍ତୁ କିଛି ଲୋକ ଡ୍ୟାନ୍ସ କରିବା ଚକ୍କରରେ ତାକୁ ପିନ୍ଧି ନଥିଲେ।

ସେ କହିଛନ୍ତି , ଯେବେ ମୁଁ ବାହାରି ଥିଲି , ସେତେବେଳେ କୌଣସି ଝଡ଼ ତୋଫାନ ନଥିଲା। କେବଳ ହାଲକା ପବନ ଚାଲୁ ଥିଲା। ଯେବେ ଫେରିବାର ସମୟ ଆସିଲା , ତ ପବନ ଆହୁରି ଜୋରରେ ବହିବାକୁ ଲାଗିଲା। ଏଥିପାଇଁ ସମସ୍ତଙ୍କୁ ଲାଇଫ୍ ଜ୍ୟାକେଟ୍ ଦିଆ ଗଲା। ହଠାତ୍ , ବାୟୁ ଆହୁରି ଜୋରରେ ବହିବାକୁ ଲାଗିଲା। ଆମେ ଡ଼ଙ୍ଗାକୁ କୂଳକୁ ଲଗାଇବାକୁ ଭାବିଲୁ , କିନ୍ତୁ ପବନ କାରଣରୁ ଅନେକ ଚେଷ୍ଟା କରିବା ପରେ ମଧ୍ୟ ଏମିତି ହୋଇପାରି ନଥିଲା। ସମସ୍ତଙ୍କୁ ଲାଇଫ୍ ଜ୍ୟାକେଟ୍ ଦିଆ ଗଲା , କିନ୍ତୁ କିଛି ଲୋକ ନାଚୁ ଥିଲେ ଏବଂ ସେମାନେ ଜ୍ୟାକେଟ୍ ପିନ୍ଧି ନଥିଲେ।

ସେ ଆହୁରି କହିଛନ୍ତି , ହଠାତ୍ ,ଡ଼ଙ୍ଗାରେ ପାଣି ପୂରି ଗଲା ଏବଂ ମୁଁ ତାକୁ କୂଳରେ ଲଗାଇ ପାରିଲି ନାହିଁ ଏବଂ ଶେଷରେ ତାହା ଓଲଟି ଗଲା। ଆମେ କୂଳଠାରୁ ୫୦-୬୦ ମିଟର ଦୂରରେ ଥିଲୁ। ଗତ ଦିନ ତିନି ହେବ ମୁଁ କିଛି ଖାଇ ନାହିଁ। ସେ ଦୃଶ୍ୟ ମୋ ଆଖି ସାମ୍ନାରେ ବାରମ୍ୱାର ଦେଖାଯାଉଛି।ମୋତେ ନିଦ ମଧ୍ୟ ଆସୁ ନାହିଁ।ମୋତେ ବହୁତ ଅନୁତାପ ହେଉଛି।ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ, କାହାକୁ ମଧ୍ୟ ଏହି ସ୍ଥିତିର ସମ୍ମୁଖୀନ ହେବାକୁ ନପଡ଼ୁ। ମହେଶ ଆହୁରି କହିଛନ୍ତି , କ୍ରୁଜ୍ ଡ଼ଙ୍ଗାର ରକ୍ଷଣାବେକ୍ଷଣ ପ୍ରତି ସୋମବାର କରାଯାଏ।

ଘଟଣା ସମୟରେ ପାଣିପାଗର ଚେତାବନୀ ବିଷୟରେ ପଚରା ଯିବାରେ , ସେ କହିଛନ୍ତି , ମୋତେ ପାଣି ପାଗ ବିଷୟରେ କୌଣସି ସୂଚନା ମିଳି ପାରିନାହିଁ । ମୋ ଡ଼ଙ୍ଗା କୌଣସି ଜିନିଷରେ ଧକ୍କା ହୋଇ ନାହିଁ। ମୁଁ ନିଜ ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରିଛି।

ଉଲ୍ଲେଖନୀୟ ଯେ,ଘଟଣା ସମୟରେ ଡ଼ଙ୍ଗାରେ ୪୧ ଜଣ ଲୋକ ବସିଥିଲେ। ଏଥିରୁ ୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଏବେବି ନିଖୋଜ ଅଛନ୍ତି। ଅନ୍ୟ ଲୋକଙ୍କୁ ବଞ୍ଚାଇ ନିଆଯାଇଛି।

ଆହୁରି ମଧ୍ୟ ପଢନ୍ତୁ : ବରଗି ଡ୍ୟାମ୍‌ରେ ବୁଡିଗଲା ପର୍ଯ୍ୟଟକଙ୍କ ଡ଼ଙ୍ଗା, ୬ ମୃତଦେହ ମିଳିଛି , ୩୦ରୁ ଅଧିକ ଲୋକ ବସିଥିଲେ