ନୂଆଦିଲ୍ଲୀ: କାର୍ତ୍ତିକ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ । ଲକ୍ଷ୍ନୌ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ । ୫ ଓ୍ବିକେଟରେ ୧୮୭ ରନ କରିଛି CSK । ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ ୭୧ ରନ୍ କରିଛନ୍ତି । ଲକ୍ଷ୍ନୌ ପକ୍ଷରୁ ଆକାଶ ମହାରାଜସିଂ ସର୍ବାଧିକ ୩ ଓ୍ବିକେଟ ନେଇଛନ୍ତି ।
ଟସ୍ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ।ଚେନ୍ନାଇର ପ୍ରାରମ୍ଭିକ ବ୍ୟାଟିଂ ଉତ୍ସାହଜନକ ନଥିଲା। ସଂଜୁ ସାମସନ ଏବଂ ଋତୁରାଜ ଗାଏକ୍ବାର୍ଡ ଇନିଂସ ଆରମ୍ଭ କରିଥିଲେ। ଲକ୍ଷ୍ନୌର ପ୍ରଥମ ଶିକାର ହୋଇଥିଲେ ଅଧିନାୟକ ଋତୁରାଜ। ସେ ୯ଟି ବଲ୍ ଖେଳି ୨ଟି ଚୌକା ବଳରେ ୧୩ ରନ୍ ସଂଗ୍ରହ କରିଥିଲେ। ଲକ୍ଷ୍ନୌର ଦ୍ବିତୀୟ ଶିକାର ହୋଇଥିଲେ ସଂଜୁ ସାମସନ, ଯିଏ କି ୨୦ଟି ବଲ୍ ଖେଳି ୨୦ ରନ୍ କରିଥିଲେ। ଚେନ୍ନାଇ ତୃତୀୟ ୱିକେଟ୍ ଭାବେ ଉର୍ଭିଲ ପଟେଲ (୬ରନ୍)ଙ୍କୁ ହରାଇଥିଲା। ଏହି ତିନି ଜଣ ଖେଳାଳିଙ୍କୁ ଯୁବ ବୋଲର ଆକାଶ ମହରାଜ ସିଂହ ଆଉଟ୍ କରିଥିଲେ।ଶେଷ ଓଭର ଗୁଡ଼ିକରେ ଶିଭ ଦୁବେ ଏବଂ ବ୍ରେଭିସ ବଡ଼ ସଟ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ।