ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

ଚିନ୍ତାରେ ଶିକ୍ଷାର୍ଥୀ: ଏ ବର୍ଷ ସିଟି ନାମଲେଖା କେବେ ?

Published By : Prameya | May 31, 2025 3:00 PM

ଭୁବନେଶ୍ୱର,୩୧/୦୫: ୨୦୨୧ ଓ ୨୦୨୨  ଶିକ୍ଷାବର୍ଷରେ ରାଜ୍ୟ ସରକାର ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେସନ (ଡିଇଏଲ୍‌ଇଡି) ତଥା  ସିଟି ପାଠ୍ୟକ୍ରମ ବନ୍ଦ କରିଦେଲେ । ଛାତ୍ରଛାତ୍ରୀଙ୍କ ଦାବି  ଓ ଅଭିଯୋଗ ପରେ ୨୦୨୩-୨୫ ଶିକ୍ଷାବର୍ଷ ପାଇଁ  ନାମଲେଖା ହେଲା । ଏହାପରେ ଗତ ବର୍ଷ ଅର୍ଥାତ୍‌  ୨୦୨୪-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖା ହେବ ନ  ହେବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ।  

ଶେଷରେ ଜୁନ୍‌ ମାସରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଲା । ଚଳିତବର୍ଷ ଉଚ୍ଚଶିକ୍ଷା ବିଭାଗ ମାର୍ଚ୍ଚ  ୨୪ ତାରିଖରୁ ବିଏଡ୍‌, ଏମ୍‌ଏଡ୍‌ ନାମଲେଖା ପାଇଁ  ପ୍ରକ୍ରିୟା ଆରମ୍ଭ କରିଛି । ଏପରିକି ଏହାର ପ୍ରବେଶିକା  ପରୀକ୍ଷା ଆଉ ୨ ଦିନ ପରେ ହେବ । କିନ୍ତୁ ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗ ସିଟି ନାମଲେଖା ନେଇ ସ୍ପଷ୍ଟତା  ଆଣିନି । ଚଳିତବର୍ଷ ନାମଲେଖା ହେବ ନା ନାହିଁ ତାକୁ  ନେଇ ଚିନ୍ତାରେ ଶିକ୍ଷାର୍ଥୀ । 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ  ଯୁକ୍ତ ଦୁଇ ପରୀକ୍ଷା ଫଳ ଗତ ୨୧ ତାରିଖରୁ ପ୍ରକାଶ  ପାଇଛି । ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା  ପରିଷଦ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ  ମେ ୧୩ରୁ ପ୍ରକାଶ ପାଇଛି । ଯୁକ୍ତ ତିନି ନାମଲେଖା  ପାଇଁ ଏପ୍ରିଲ ୧୬ରୁ ଆବେଦନ ଆରମ୍ଭ ହୋଇଥିଲେ  ହେଁ ଏଯାବତ୍‌ ରହିଥିବା ସିଟ୍‌ଠୁ କମ୍‌ ପିଲା ଆବେଦନ  କରିଛନ୍ତି । ପିଜି ନାମଲେଖା ପାଇଁ ୩୦,୮୦୨ ସିଟ୍‌  ଥିବା ବେଳେ ଏହାର ୨ ଗୁଣା ଅର୍ଥାତ୍‌ ୬୨ ହଜାର  ପିଲା ଆବେଦନ କରିଛନ୍ତି । କିନ୍ତୁ ବିଏଡ୍‌ ନାମଲେଖା  ପାଇଁ ୨୭୫୦ ସିଟ୍‌ ଥିବା ବେଳେ ଏହାର ୪୮ ଗୁଣା  ପିଲା ଆବେଦନ କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି  ଶିକ୍ଷାର୍ଥୀମାନେ ନିଯୁକ୍ତିର ଅଧିକ ଆଶା ଥିବା କୋର୍ସ  କରିବାକୁ ଇଚ୍ଛୁକ ହେଉଛନ୍ତି । 

୨୦୨୪-୨୬ ଶିକ୍ଷାବର୍ଷରେ ୩୦ ଜିଲ୍ଲାର ୬୮ଟି  ପ୍ରତିଷ୍ଠାନରେ ୬୫୫୦ ସିଟି ସିଟ୍‌ ପାଇଁ ନାମଲେଖା  ହୋଇଥିଲା । ଏଥିପାଇଁ ୭୫,୯୨୩ ଜଣ ପିଲା  ପଞ୍ଜୀକରଣ କରିଥିଲେ । ୬୩, ୭୭୮ଜଣ ଆବେଦନ  କରିଥିଲେ । ଅର୍ଥାତ୍‌ ଉପଲବ୍ଧ ସିଟ୍‌ର ୧୨ ଗୁଣା  ଅଧିକ ଆବେଦନ କରିଥିଲେ । କୌଣସି ସ୍ଥାନରେ  ସିଟ୍‌ ଖାଲି ପଡ଼ିନଥିଲା । ବରଂ ଯୁକ୍ତ ତିନିରେ ସିଟ୍‌  ଖାଲି ପଡ଼ିଥିଲା । ଏଥିରୁ ସ୍ପଷ୍ଟ ଯେ ପିଲାମାନେ ସିଟି  ନାମଲେଖା ପାଇଁ ଆଗ୍ରହୀ ଅଛନ୍ତି । ସିଟି ନାମଲେଖା  ପାଇଁ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ  (ଏସ୍‌ସିଇଆର୍‌ଟି) ନାମଲେଖା ସଂପର୍କିତ କୌଣସି  ସୂଚନା ଦେଇନାହିଁ । ଫଳରେ ପିଲାଙ୍କ ମଧ୍ୟରେ  ଅସନ୍ତୋଷ ପ୍ରକାଶ ପାଇଛି ବୋଲି ଶିକ୍ଷାବିତ୍‌ କହିଛନ୍ତି ।  ଏସ୍‌ସିଇଆର୍‌ଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,  ଚଳିତବର୍ଷ ନାମଲେଖା ସମ୍ଭାବନା ରହିଛି । ଏଥିପାଇଁ  ସରକାରଙ୍କ ପାଖରୁ ଅନୁମତି ମିଳିସାରିଛି । ବିଜ୍ଞପ୍ତି  ପ୍ରକାଶ ପୂର୍ବରୁ ଆନୁସଙ୍ଗିକ ପ୍ରସ୍ତୁତି ଆରମ୍ଭ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.