କଟକ,୨୨/୧୦: ବାଲିଯାତ୍ରା କଟକ ଉତ୍ସବ ୨୦୨୪ରେ  ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜିକରଣ ଚାଲିଛି । ସୋମାବର  ୧୭୦ଟି ପ୍ଲଟ୍‌ ପଞ୍ଜିକରଣ କରାଯାଇଛି ।  ସୁଦ୍ଧା ୬୦୦ରୁ  ଅଧିକ ପ୍ଲଟ୍‌ ପଞ୍ଜିକରଣ କରାଯାଇଛି । ତେବେ ସମ୍ଭାବ୍ୟ ବାତ୍ୟା  ଏବଂ ପଞ୍ଜିକରଣ ନିମନ୍ତେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ଲଟ୍‌  ପଞ୍ଜିକରଣ ତାରିଖ ଆଉ ଦୁଇ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି  ନିଆଯାଇଛି । ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ପ୍ଲଟ୍‌  ପଞ୍ଜିକରଣ ଆସନ୍ତା ୨୫ ତାରିଖ ପରିବର୍ତ୍ତେ ୨୭ ତାରିଖରେ  ଶେଷ ହେବ । ଏହା ପରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ  ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।