ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଏଥର ଆକର୍ଷଣ ସାଜିବ ଜାଏଣ୍ଟ୍‌ ଫ୍ରିସ୍‌ବି ଓ ସୁନାମି ଦୋଳି, ବ୍ୟବସାୟୀ ଆରମ୍ଭ କଲେ ଦୋଳି ଖଞ୍ଜା

Published By : Prameya | November 7, 2024 11:39 AM

କଟକ, ୦୭/୧୧: ଐତିହାସିକ ବାଲିଯାତ୍ରା ପାଖେଇ ଆସୁଥିଲାବେଳେ ଦିନକୁ ଦିନ ପଡିଆ ଚଳଚଞ୍ଚଳ  ହୋଇପଡୁଛି । ଏହା ମଧ୍ୟରେ ଏଥର ମେଳାରେ ଆକର୍ଷଣ ସାଜିବ ଜାଏଣ୍ଟ୍‌ ଫ୍ରିସବି ଓ ସୁନାମି ଦୋଳି । ଏଥିପାଇଁ ରାଜ୍ୟ ବାହାରୁ ବିଭିନ୍ନ  ଦୋଳି ବ୍ୟବସାୟୀମାନେ ଆସି ପହଞ୍ଚିଥିଲା ବେଳେ ଦୋଳି ଖଞ୍ଜା କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି।  

ଚଳିତ ବର୍ଷ ବାଲିଯାତ୍ରା ପାଇଁ ପ୍ଲଟ୍‌  ନିଲାମ ପ୍ରକ୍ରିୟା ଶେଷ ହୋଇଗଲାଣି । ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଚାଲିବା  ସହିତ ଓରମାସ୍‌ ଆଦି ଷ୍ଟଲ୍‌ ବନ୍ଧା  ଜୋର୍‌ଦାର ଚାଲିଛି । ଏହା ମଧ୍ୟରେ ମଧ୍ୟପ୍ରଦେଶ ଓ କୋଲକାତା ଆଦି ସ୍ଥାନରୁ  ବିଭିନ୍ନ ଦୋଳି ବ୍ୟବସାୟୀମାନେ ଟ୍ରକ୍‌ରେ ଜିନିଷ ଆଣି ପଡିଆରେ ଅସ୍ଥାୟୀ ଶିବିର  କରି ରହିବା ଆରମ୍ଭ କରିଦେଇଛନ୍ତି । ଏଥିର ରାମ ଦୋଳି, ଟୟ ଟ୍ରେନ୍‌, ଡିସ୍କୋ ଓ ଡ୍ରାଗନ୍‌ ଆଦି ଦୋଳି ସମେତ  ଆକର୍ଷଣୀୟ ଭାବେ ସୁନାମି ଓ ଜିଆଣ୍ଟ୍‌  ଫ୍ରିସବି ଦୋଳିର ମଜା ନେବେ ଦର୍ଶକ । ଯାହା ସମସ୍ତଙ୍କୁ ନିଆରା ଅନୁଭବ ପ୍ରଦାନ  କରିବ ବୋଲି ବ୍ୟବସାୟୀ ଅବଦୁଲ ସଲାମ ଆଶା ପ୍ରକଟ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.