କଟକ୧୨/୬ : ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତଙ୍କ ନେତୃତ୍ବରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ଛାତ୍ରୀ ଓ ପରିକ୍ଷାତ୍ରୀ ପାଇଁ ବସ୍ ଓ ଟ୍ରେନ ଭଡା ଛାଡ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା। ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦିନକୁ ଦିନ ବଜାର ଦର ବଢୁଥିବା ବେଳେ ଅଭିଭାବକ ମାନଙ୍କ ରୋଜଗାର କମି ଯାଉଛି । ସୁତରାଂ ଛାତ୍ରଛାତ୍ରୀ ମାନଙ୍କ ପଛା ଖର୍ଚ୍ଚ ଅଭିଭାବକଙ୍କ ନିକଟରେ କଷ୍ଟ ହେଇଯାଉଛି। ଛାତ୍ରଛାତ୍ରୀ ମାନେ ଟ୍ରେନ ଓ ବସ୍ ଭଡା ଦେବା ପାଇଁ ବହୁତ ଅସୁଭିଧାର ସମ୍ମୁଖୀନ ହଉଛନ୍ତି। ଏପରି କି ବହୁତ ପରିକ୍ଷାତ୍ରୀ ମାନେ ବସ୍ ବା ଟ୍ରେନ ଭଡା ଖର୍ଚ୍ଚ ଦେଇ ପାରୁନାହାଁନ୍ତି।
ଛାତ୍ରଛାତ୍ରୀ ଓ ପରିକ୍ଷାତ୍ରୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାରୀ ବସ୍ ଓ ଟ୍ରେନ ଭଡା ସମ୍ପୂର୍ଣ ଛାଡ ଏବଂ ଘରୋଇ ପରିବହନ ସଂସ୍ଥାରେ ୫୦ ପ୍ରତିଶତ ରିହାତି କରାଯିବ ପାଇଁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଡ଼ଭୋକେଟ ଡ. ବିପ୍ଳବ ଶିଳାଦିତ୍ୟ, ମନୋଜ ବିଶ୍ୱାଳ,ରାମଚନ୍ଦ୍ର ଗୋଛାୟତ, ଆଶୁତୋଷ ବରାଳ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶିବ ଅଗ୍ରୱାଲ, ଅଭିଷେକ ପଟ୍ଟନାୟକ, ଅନୁପ ଦାଶ, ସତ୍ୟଜିତ ଦାସ, ସନ୍ତୋଷ କୁମାର ମହାପାତ୍ର, ୟଶ ଅଗ୍ରୱାଲ, ରାକେଶ କୁମାର ପତି, ଅଭିଷେକ ସାମଲ, ସମ୍ବିତ କୁମାର ଦଳେଇ, ସୁଭାଶିଷ ମିଶ୍ର, ପ୍ରଶାନ୍ତ ବେହେରା, ଅଭିଷେକ ଟୁଙ୍ଗାସାମନ୍ତ, ତାରା ପ୍ରସାଦ ପଟ୍ଟନାୟକ, ଦେବବ୍ରତ ସାହୁ, ଶ୍ରୀଧର ପଣ୍ଡା, ଚନ୍ଦ୍ରକାନ୍ତ ଖଟୁଆ, ନିର୍ମଳ ସାମଲ, ସୋମନାଥ ସାହୁ,ସୌରଭ ଜେନା, ରଞ୍ଜନ ସାମଲ, ଅରବିନ୍ଦ ବସ୍ତିଆ,ବିଭୁ ସାମଲ, ସତ୍ୟଜିତ ସେଠି ପ୍ରମୁଖ ଯୋଗଦାନ କରିଥିଲେ l