ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସରକାରୀ କଲ୍ୟାଣ ମଣ୍ଡପରେ ଝୁଲୁଛି ତାଲା, ମନଇଚ୍ଛା ଦର କଷୁଛନ୍ତି ଘରୋଇ ସଂସ୍ଥା

Published By : Prameya | March 27, 2025 8:22 AM

କଟକ,୨୭/୦୩ : କଟକ ସହରରେ ବିବାହ, ବ୍ରତ କିମ୍ବା ଭୋଜିଭାତ କାର୍ଯ୍ୟକ୍ରମ କରିବାକୁ ହେଲେ ଚିନ୍ତା ବଢ଼ାଉଛି କଲ୍ୟାଣ ମଣ୍ଡପ। କାରଣ ଏଠାରେ ସରକାରୀ କଲ୍ୟାଣ ମଣ୍ଡପରେ ତାଲା ଝୁଲୁଛି । ଏଣେ ଏହାର ଫାଇଦା ଉଠାଉନ୍ତି ଘରୋଇ ମଣ୍ଡପ । ଅସ୍ଥାୟୀ ଲାଇସେନ୍ସରେ ମନଇଚ୍ଛା ଦର ନେଉଛନ୍ତି । ଏହାସତ୍ତେ୍ୱ ପ୍ରଶାସନର ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ସାଧାରଣଲୋକ ଚିନ୍ତାରେ ପଡ଼ିଛନ୍ତି । ଲୋକେ ଏବେ ବିଭିନ୍ନ କାର୍ଯ୍ୟକ୍ରମ କଲ୍ୟାଣ ମଣ୍ଡପରେ ଆୟୋଜନ କରିବାକୁ ପସନ୍ଦ କରୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ସିଏମ୍‌ସିର ନିଜସ୍ୱ ୨ଟି କଲ୍ୟାଣ ମଣ୍ଡପ ରହିଥିଲା । ଗୋଟିଏ ଚୌଧୁରୀବଜାର ଓ ଅନ୍ୟଟି ଗୋପାଳପୁରରେ ରହିଥିଲା । ଏହାକୁ ବର୍ଷକ ବାରମାସ ବୁକିଂ କରିବା ସହିତ କମ୍‌ ଟଙ୍କାରେ ସାଧାରଣ ଲୋକମାନେ ବ୍ୟବହାର କରିପାରୁଥିଲେ । ତେବେ ଦୀର୍ଘ ବର୍ଷ ହେବ ଏହାକୁ ମରାମତି କରାଯିବା ଆଳରେ ତାଲା ପକାଇ ରଖାଯାଇଛି । 

ପ୍ରଥମେ ଚୌଧୁରୀବଜାର ସ୍ଥିତ ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପକୁ କରୋନା ବେଳେ ଅର୍ଥାତ୍‌ ୨୦୨୦-୨୧ ମସିହାରେ ବନ୍ଦ କରାଯାଇଥିଲା । ସେଥିରେ ହାଇକୋର୍ଟରେ ମାମଲା ଚାଲିବାରୁ ତାହାକୁ ମରାମତି କରାଯାଇ ଖୋଲିବାକୁ ତତ୍କାଳୀନ କମିସନର ଅନନ୍ୟା ଦାସ ନିର୍ଦ୍ଦେଶ ଦେଇଥିଲେ । ସବୁ କାମ ହେବା ଭିତରେ ନୂଆ କାଉନ୍‌ସିଲ୍‌ ଆସିବାରୁ ହଠାତ୍‌ କେବଳ ଉପର ମହଲା ପାଇଁ ବୁକିଂ ଆରମ୍ଭ ହେଲା । କିନ୍ତୁ ଦିନ କେଇଟା ପରେ ଏହାକୁ ପୁଣି ନୂଆ ରୂପ ଦେବା ପାଇଁ ଯୋଜନା ହେଲା । ଏହାକୁ ଦୁଇ ଭାଗରେ ପୁନରୁଦ୍ଧାର ପାଇଁ ନ୍ୟାସ୍‌ନାଲ୍‌ ପ୍ରୋଜେକ୍ଟ କନ୍‌ଷ୍ଟ୍ରକସନ୍‌ କର୍ପୋରେସନ ଲିମିଟେଡ୍‌(ଏନ୍‌ପିସିସି)କୁ ଟେକି ଦିଆଗଲା । ଏଥିରେ କେବଳ ବିଲ୍ଡିଂ ପାଇଁ ୧.୭୩ କୋଟି ଓ ପାର୍କିଂ ଆଦି ପାଇଁ ୨.୭୦ କୋଟି ଖର୍ଚ୍ଚ ହେବାକୁ ସ୍ଥିର ହେଲା । ୨୦୨୩ ମସିହାରେ ଏପ୍ରିଲ୍‌ ମାସରେ ସିଏମ୍‌ସି ପୁଣି ବୁକିଂ ବନ୍ଦ କରି ଶୁଭ ଦେଇଥିଲା । ବର୍ଷକ ମଧ୍ୟରେ କାମ ସାରିବାକୁ କୁହାଯାଇଥିଲେ ତାହା ହେଲାନାହିଁ । 

ପରେ ଏହା ୨୦୨୪ ମସିହା ଜୁଲାଇ ୩୦ ତାରିଖକୁ ଧାର୍ଯ୍ୟ ହେଲା । କିନ୍ତୁ ତାହା ହୋଇପାରିଲାନାହିଁ । ଏପଟେ ପୁନରୁଦ୍ଧାର କାର୍ଯ୍ୟ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲାବେଳେ ଉଦ୍‌ଘାଟନକୁ ନେଇ ଅଧିକାରୀ ଓ କାଉନ୍‌ସିଲ୍‌ ମଧ୍ୟରେ ସମନ୍ୱୟ ଅଭାବ ପରିଲକ୍ଷିତ ହେଉଛି । ଏଣେ ଗୋପାଳପୁର ସ୍ଥିତ କଲ୍ୟାଣ ମଣ୍ଡପ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ପଡ଼ିଛି । ସେହିଭଳି ବେଲିଭ୍ୟୁ ଛକ ନିକଟରେ ଥିବା ପୁଲିସ କଲ୍ୟାଣ ମଣ୍ଡପ ବିବାଦ କାରଣରୁ ବନ୍ଦ ରହିଛି । ଏଭଳି ସ୍ଥିତିରେ ସହରରେ ପ୍ରତ୍ୟେହ ନୂଆ ନୂଆ ବେସରକାରୀ କଲ୍ୟାଣ ମଣ୍ଡପ ଗଢ଼ି ଉଠୁଛି । ସେମାନେ କାର୍ଯ୍ୟକ୍ରମ ପାଇଁ ଲୋକମାନଙ୍କ ଠାରୁ ମନଇଚ୍ଛା ଭଡ଼ା ନେଉଛନ୍ତି । କାର୍ଯ୍ୟକ୍ରମ ପାଇଁ ସର୍ବନିମ୍ନ ୪୦ ହଜାର ଟଙ୍କା ହାଙ୍କୁଛନ୍ତି । ଏହା ଜଣେ ସାଧାରଣ ବ୍ୟକ୍ତି ପାଇଁ ବୋଝ ପାଲିଟିଛ । ଏନେଇ ସିଏମ୍‌ସି କମିସନର ଅନାମ ଚରଣ ପାତ୍ର କହିଛନ୍ତି ଯେ, କାମ ଶେଷ ହୋଇଛି । କଲ୍ୟାଣ ମଣ୍ଡପ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ।

ଏହି ଖବରଟିକୁ ପଢନ୍ତୁ-ରାସ୍ତା କାର୍ଯ୍ୟରେ ମହାଦୁର୍ନୀତି ! ଯନ୍ତ୍ରୀଙ୍କ ସହ ମିଶି ଲୁଟୁଛନ୍ତି ଠିକା ସଂସ୍ଥା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.