କଟକ, ୨୨।୩:ବିଜେଡି ବିଧାୟକଙ୍କ କ୍ରସ ଭୋଟିଂକୁ ନେଇ କଟକ ମେୟର ସୁବାଷ ସିଂହଙ୍କ ସାମ୍ବାଦିକ ସମ୍ମିଳନୀ । ଦଳକୁ ଦୁର୍ବଳ କରିବା ପାଇଁ ସାଧାରଣ ନିର୍ବାଚନ ପରେ ଷଡଯନ୍ତ୍ର ଆରମ୍ଭ ହୋଇଥିଲା କହିଲେ ମେୟର । ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଦଳ ସୁପ୍ରିମୋଙ୍କ ପାଖରେ ଥିଲା।ସେଥିପାଇଁ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କୁ ନିଲମ୍ବିତ କରାଯାଇଥିବା ସେ କହିଛନ୍ତି।

ଆହୁରି ପଢନ୍ତୁ-୨ବର୍ଷୀୟା ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି ,ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆବେଦନ ପ୍ରକିୟା

ସେ ଆହୁରି ବି କହିଛନ୍ତି, ସେହି କାରଣରୁ ବର୍ତ୍ତମାନ ଛଅ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। କଟକର ଦୁଇ ବିଧାୟକ ଏହି ଷଡଯନ୍ତ୍ରରେ ସାମିଲ ଥିଲେ। ଏହି ଦୁଇ ବିଧାୟକ ନିଶ୍ଚିତ ଦଳରୁ ବହିଷ୍କୃତ ହେବେ। ଏ ନେଇ ଦଳ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସେହିପରିଘୋଡା ବେପାର କଥା ଲୁଚାଇବାକୁ ନିଲମ୍ବିତ ବିଧାୟକ ବିଭିନ୍ନ ବାହାନା କରୁଛନ୍ତି।ବିଜେଡିକୁ ଦୁର୍ବଳ କରିବା ପାଇଁ ଦେବୀ ତ୍ରିପାଠୀ ବହୁ ପୂର୍ବରୁ ଷଡଯନ୍ତ୍ରରେ ସାମିଲ ଥିଲେ। ବିଜେଡିରୁ ନିଲମ୍ବିତ ସବୁ ବିଧାୟକ ଖତ ହେଇଯିବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ମେୟର ସୁବାସ ସିଂହ କହିଛନ୍ତି।