କଟକ ୦୨/୦୬: ହାତରେ ଗେହ୍ଲୀର ଫଟୋ, ଆଖିରେ ଲୁହ । ପାଟିରେ ଖାଲି ଗୋଟିଏ ଡାକ ‘ଗେହ୍ଲୀ.. ଗେହ୍ଲୀ..’ । ଏଭଳି ଭାବେ ଦୁଇ ମାସ ହେବ ଯୋବ୍ରା ପିଲିଗ୍ରୀମ୍ ରୋଡ଼ ଅଞ୍ଚଳର ଅଭିନନ୍ଦିତା ମହାନ୍ତି କଟକ ସହରର ଗଳିକନ୍ଦି ଖୋଜି ବୁଲୁଛନ୍ତି । ହଜିଯାଇଥିବା ପୋଷା ବିଲେଇ ଗେହ୍ଲୀକୁ ଖୋଜି ଆଣିଲେ ଲକ୍ଷେ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ଏଭଳିକି ସହର ସାରା ବିଲେଇର ପୋଷ୍ଟର୍ ଲଗାଇଛନ୍ତି । କାରଣ ପୋଷା ବିଲେଇକୁ ସେ ଝିଅ ଭଳି ପାଳିଥିଲେ ।

୨୦୨୧ ମସିହାରେ ଅଭିନନ୍ଦିତା ସ୍ଥାନୀୟ ଅଞ୍ଚଳର ବସ୍ତିରୁ ଏକ ମାଈ ବିଲେଇ ଆସି ତାଙ୍କ ଘରେ ଏକ ଛୁଆ ଦେଇଥିଲା । ପରେ ମା’ ବିଲେଇ ଛୁଆକୁ ଛାଡ଼ି ଚାଲିଯାଇଥିଲା । ଛୁଆଟିକୁ କୋଳେଇ ନେଇଥିଲେ ସେ । ଆଉ ନାଁ ରଖିଥିଲେ ଗେହ୍ଲୀ । ବିଡ଼ମ୍ବନା ଗତ ଏପ୍ରିଲ୍ ମାସ ୯ ତାରିଖରୁ ବିଲେଇଟି ହଠାତ୍ ଘରୁ କେଉଁ ଆଡ଼କୁ ଚାଲିଯାଇଛି । ବିଲେଇ ହଜିବା ଦିନଠୁ ଅଭିନନ୍ଦିତାଙ୍କ ନିଜ ଓ ଭୋକ ଉଭେଇଯାଇଛି । ଶେଷଥର ପାଇଁ ପିଲିଗ୍ରୀମ୍ ରୋଡ ଅଞ୍ଚଳରେ ଥିବା ବ୍ୟାଙ୍କ୍ ପାଖରେ ବିଲେଇକୁ ଦେଖିବାକୁ ମିଳିଥିଲା । ତାହା ପୁଣି ବ୍ୟାଙ୍କ୍ ସିସିଟିଭି କ୍ୟାମେରରେ । ତା’ ପରେ ଆଉ ପତ୍ତା ମିଳୁନି ।

ଅଧିକ ପଢ଼ନ୍ତୁ :-  ଲର୍ଡ କର୍ଜନଙ୍କ ପାଇଁ ତିଆରି ହୋଇଥିଲା ମଣ୍ଡପ, ଏବେ ଯୁବପିଢ଼ିଙ୍କ ପାଇଁ ପାଲଟିଛି ସେଲ୍ଫି ପଏଣ୍ଟ, ସାଜିଛି ଆଧ୍ୟାତ୍ମିକ ଭାଇବ୍