କଟକ ୦୭/୧୨: ସିଲ୍‌ଭର ସିଟିରେ ହେବ ତାରକସୀ ହବ୍। କଟକ ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର IIT ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ। ତାରକସୀ ହବ୍ ପାଇଁ ଅନୁଦାନ ଦେବେ ରାଜ୍ୟ ସରକାର। ଭୁବନେଶ୍ୱର ଆଇଆଇଟି ଏଥିପାଇଁ ବୈଷୟିକ ସହାୟତା ଯୋଗାଇଦେବ।

ସୂଚନା ଥାଉକି, ଚଳିତ ବର୍ଷ ମାର୍ଚ୍ଚ‌ରେ ତଳେ କଟକ ତାରକାସୀ କାମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ (ଜିଆଇ) ଟ୍ୟାଗ ମାନ୍ୟତା ମିଳିଥିଲା। ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା। ହେଲେ ଡେରିରେ ହେଉ ପଛେ ୨୦୨୪ରେ ମାର୍ଚ୍ଚରେ କଟକ ତାରକସୀ କାରୁକାର୍ଯ୍ୟକୁ ଦେଇଥିଲା ନୂତନ ପରିଚୟ ।  ଜିଆଇ ମାନ୍ୟତା ମିଳିବା ପରେ ନିଖୁଣ କଟକି ତାରକସୀ କାମର ମୌଳିକତା ପୁଣି ଥରେ ବିଶ୍ବ ବଜାରରେ ପ୍ରମାଣିତ ହୋଇଥିଲା ଏବେ ପୁଣି ସିଲ୍‌ଭର ସିଟିରେ ଚରମ ଭରି ରୁପା ତାରକସୀ କାମ। କଟକରେ ତାରକସି ହବ୍ ହେବା ନେଇ ଘୋଷଣା ହୋଇଛି। ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର IIT ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଥିବା ବେଳେ ସରକାର ଏଥିପାଇଁ ଆର୍ଥିକ ସାହାୟ ଯୋଗାଇ ଦେବେ।