ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା , ସ୍ମାର୍ଟ ସିଟି ହେବ କଟକ

Published By : Suraj Kumar | October 12, 2024 4:56 PM

କଟକ,୧୨।୧୦ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା  । କଟକ ହେବ ସ୍ମାର୍ଟ ସିଟି ।  କଟକରେ ପୂଜା ମଣ୍ଡପ ବୁଲିବା ପରେ ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି, କଟକ ସହର ହେଉଛି ଭାଇଚାରାର ସହର । ଏହା ମୋର ସୌଭାଗ୍ୟ ଯେ, ମୁଁ ଆଜି ମାଆଙ୍କ ଦର୍ଶନ କଲି । କଟକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ଧ୍ୟାନ ଦେବୁ  ବୋଲି କହିଥିଲେ । 

ଶନିବାର କଟକର  ବିଭିନ୍ନ ମଣ୍ଡପ  ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।ଶନିବାର ସକାଳୁ ପ୍ରଥମେ ପ୍ରତାପ ନଗରୀରୁ ଦଶହରା ବୁଲା ଆରମ୍ଭ କରିଥିଲେ। ପରେ ବିଭିନ୍ନ ମଣ୍ଡପ ବୁଲିବା ସହ  କଟକ ସିଡିଏ ରେ ଏହା ଶେଷ ହୋଇଥିଲା। ମୁଖ୍ୟମନ୍ତ୍ରୀ ସହରର ପ୍ରାୟ ୩୫ ଟି ମଣ୍ଡପ ଯାଇ ମା’ ଙ୍କୁ ଦର୍ଶନ କରିବା ସହ ସୁନା ଓ ଚାନ୍ଦି ମେଢ଼ ଦେଖି ମା’ଙ୍କ ଆଶୀର୍ବାଦ ନେଇଥିଲେ।

 କଟକ ସହର ଦଶହରା ବୁଲିବା ମୋର ସୌଭାଗ୍ୟ । ମା’ ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛି। କଟକ ସହରକୁ ସ୍ମାର୍ଟ ସିଟି କରିବା ସହ ସହରର ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟ କରିବୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ  କହିଛନ୍ତି । କଟକ ସହରର ବିଭିନ୍ନ ମଣ୍ଡପ ଯାଇ ମା’ ଙ୍କୁ ଦର୍ଶନ କରିବା ସମୟରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଓ ମା’ ଙ୍କ ଫଟୋ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ମୁଖ୍ୟ ମନ୍ତ୍ରୀ କଟକ ଆସି ମଣ୍ଡପ ବୁଲିବାକୁ ନେଇ ବହୁତ୍ ଖୁସି ଜାହିର କରିଛନ୍ତି ପୂଜା କମିଟି ସଦସ୍ୟ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.