ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶିକ୍ଷକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଲେ ସାଇବର ଲୁଟେରା

Published By : Suraj Kumar | November 4, 2024 10:48 PM

ମାଲକାନଗିରି,୪।୧୧(ଆପ୍ର):  ନିଜକୁ ସରକାରୀ ଉଚ୍ଚ ଅଧିକାରୀ କହି ଶିକ୍ଷକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ସାଇବର ଲୁଟେରା। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଜନୈକ ଶିକ୍ଷକ ଏହି ଠକେଇର ଶିକାର ହୋଇଛନ୍ତି । 

 ପ୍ରଥମେ ଶିକ୍ଷକଙ୍କୁ କିଛି ଫୋନ କଲ ଆସିଥିଲା। ଶିକ୍ଷକ ଜଣଙ୍କ ବ୍ୟାଙ୍କ ଲେଣ ଦେଣ ବିଷୟରେ ତଥ୍ୟକୁ ଆଧାର କରି ଦୀର୍ଘ ଏକ ମାସ ଧରି ଶିକ୍ଷକଙ୍କୁ ଧମକ ଦେବା ସହ ନିଜକୁ ସିବିଆଇ, ଇଡ଼ି, କର୍ମଚାରୀର ପରିଚୟ ଦେଇ ଠକ ମାନେ ଧମକ ଦେବା ସହ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ତୁମେ ଅସତ ଉପାୟରେ ଟଙ୍କା ଉପାର୍ଜନ କରିବା ସହ ବିଭିନ୍ନ ଅପରାଧିକ ସଂସ୍ଥାରେ ନିବେଶ କରିଛ।  ତୁମକୁ ସେମାନେ ଜୀବନରେ ମାରିଦେବେ, ତେଣୁ ତୁମକୁ ଆମେ ରକ୍ଷା କରିପାରିବୁ ବୋଲି କହି ପ୍ରଥମ ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା ଠକି ନେବା ପରେ ଦିନକୁ ଦିନ ଅଧିକ ଟଙ୍କା ଦାବି କରିଥିଲେ ଠକ ମାନେ। 

 ଶିକ୍ଷକ ଜଣଙ୍କ ଭୟରେ ନିଜପରିବାରରେ କାହାକୁ ଜଣାଇ ପାରିନଥିଲେ। ଦିନକୁ ଦିନ ତାଙ୍କୁ ଅଧିକରୁ ଅଧିକ ଟଙ୍କା ଦାବିକରି ଥିଲେ ସାଇବର ଲୁଟେରା। ଶେଷରେ ସେ ବାଧ୍ୟହୋଇ ନିଜ ସମ୍ପର୍କୀୟ ଓ ବ୍ୟାଙ୍କରୁ ଋଣ କରି ଲକ୍ଷାଧିକ  ଟଙ୍କା ଶିକ୍ଷକ ଜଣଙ୍କ ଏହି ସାଇବର ଠକ ମାନଙ୍କୁ ଦେବାକୁ ବାଧ୍ୟ ହୋଇଥିଲେ।  ପରବର୍ତ୍ତି ସମୟରେ ସେ ସାଇବର ଲୁଟେରାଙ୍କ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଦୀର୍ଘ ଦିନଧରି ନିର୍ଯ୍ୟାତନାର ଶିକାର ହୋଇ ଶେଷରେ ରାଜ୍ୟ ସାଇବର ସେଲକୁ  ଏନେଇ ଜଣାଇଥିଲେ। ରାଜ୍ୟ ସାଇବର ସେଲ ପକ୍ଷରୁ ଏହି ଘଟଣାର  ତଦନ୍ତ ଚାଲି ଥିବା ଜଣା ପଡିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.