ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ସାଇବର ସୁରକ୍ଷା ସମ୍ପର୍କିତ କର୍ମଶାଳା ଉଦଘାଟିତ; ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

Published By : Bijay Swain | May 26, 2025 4:46 PM

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ସାଇବର କମ୍ପ୍ଲେକ୍ସ ଠାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆନୁକୂଲ୍ୟରେ "ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା" ସମ୍ପର୍କିତ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

 ଆଗାମୀ ଦିନରେ ସାଇବର ଅପରାଧକୁ ରୋକିବାକୁ ରାଜ୍ୟର ସମସ୍ତ ରେଞ୍ଜ ଏବଂ ଜିଲ୍ଲା ସ୍ତରରେ "ସାଇବର ଅପରାଧ ତଦନ୍ତ" ସମ୍ପର୍କିତ କର୍ମଶାଳାର ଆୟୋଜନ କରାଯିବ ଏବଂ ଏଥିରେ କନଷ୍ଟେବଳ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଅଧିକାରୀମାନେ ଅଂଶଗ୍ରହଣ କରିବେ। ଅଳ୍ପ ସମୟ ମଧ୍ୟରେ ଅଧିକାରୀଙ୍କୁ ସାଇବର ଅପରାଧର ସଠିକ ତଦନ୍ତ ଏବଂ ନିଜର ଦକ୍ଷତା ପ୍ରତିପାଦିନ କରିବାରେ ଏହି କର୍ମଶାଳା ସେମାନଙ୍କୁ ବିଶେଷ ସହାୟକ ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି।  

ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ଵାରା ଅଦୃଶ୍ୟ ଅପରାଧୀଙ୍କୁ ମୁକାବିଲା କରିବାକୁ ହେଲେ ପୋଲିସକୁ ନିଜର ଦକ୍ଷତା ବିକାଶ ଏବଂ ନିରନ୍ତର ତାଲିମ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କର୍ମଶାଳା ଆୟୋଜନ କରାଯିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି। 

ପ୍ରଯୁକ୍ତିବିଦ୍ୟାର ବିକାଶ ହେବା ସହ ଆମ ଦୈନନ୍ଦିନ ଜୀବନରେ ସାଇବର ଅପରାଧୀଙ୍କ ହସ୍ତକ୍ଷେପ ବଢ଼ିବାରେ ଲାଗିଛି। ଅନଲାଇନରେ ପୁଞ୍ଜି ନିବେଶ, ଆର୍ଥିକ ଠକେଇ, ସାଧାରଣଲୋକଙ୍କ ପରିଚୟ ଚୋରି, ଡିଜିଟାଲ ଗିରଫ, ଶିଶୁ ତଥା ବୟସ୍କ ବ୍ୟକ୍ତିଙ୍କୁ ଶୋଷଣ ଭଳି ସାଇବର ଅପରାଧ ବଢ଼ିବାରେ ଲାଗିଛି। ଏ ଭଳି ଅପରାଧକୁ ରୋକିବାକୁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି।   ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରାଜ୍ୟ ସରକାର ସାରା ରାଜ୍ୟରେ ୨୦ଟି ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଥାନା ଖୋଲିବାକୁ ଅନୁମୋଦନ କରିଛନ୍ତି। ସାଇବର ଅପରାଧ ରୋକିବାକୁ ଏହି ଥାନା ଗୁଡିକ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି। 

ଏହା ବ୍ୟତୀତ ଭୁବନେଶ୍ୱରଠାରେ ଓଡିଶା ସାଇବର କମାଣ୍ଡ ସେଣ୍ଟର ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଡିଜିପି କହିଥିଲେ । ସାଇବର ଅପରାଧ ନିୟନ୍ତ୍ରଣ, ଚିହ୍ନଟ ଏବଂ ଅପରାଧର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ପ୍ରଦାନ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଏହି  ସେଣ୍ଟର   ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇବ ବୋଲି ଡିଜିପି କହିଥିଲେ।

ସାଇବର ଅପରାଧକୁ ମୁକାବିଲା କରିବାକୁ ହେଲେ  ଜ୍ଞାନ, ଦକ୍ଷତା ଏବଂ ତଦନ୍ତ କୌଶଳକୁ ସଶକ୍ତ କରିବାର ଆବଶ୍ୟକତା ରହିଛି ଏବଂ ଏହାକୁ କାର୍ଯ୍ୟ କ୍ଷେତ୍ରରେ ସଠିକ ବିନିଯୋଗ କରିବାକୁ କର୍ମଶାଳାରେ ସାମିଲ ହୋଇଥିବା ଅଧିକାରୀଙ୍କୁ   ଡିଜିପି ଉପଦେଶ ଦେଇଥିଲେ। ଏକ ନୂତନ ଆତ୍ମବିଶ୍ୱାସ ଏବଂ ଦକ୍ଷତା ସହିତ ସାଇବର ଅପରାଧ ବିରୋଧରେ ଲଢ଼ି  ଓଡ଼ିଶାବାସୀଙ୍କ ସେବା କରିବାକୁ  ଡ଼ିଜିପି ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡିଜିପି, କ୍ରାଇମବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ  କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। 

କ୍ରାଇମବ୍ରାଞ୍ଚ, ଆଇଜି ଡ଼. ସାର୍ଥକ ଷଡ଼ଙ୍ଗୀ କର୍ମଶାଳା ଆୟୋଜନ ଓ ପରିଚାଳନା କରିଥିଲେ। ଡିଆଇଜି (ଏସଟିଏଫ) ଶ୍ରୀ ପିନାକ ମିଶ୍ର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସାଇବର ବିଶେଷଜ୍ଞ ଡ଼. ରକ୍ଷିତ ଟଣ୍ଡନ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.