ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାତ୍ୟା ‘ଦାନା’ପାଇଁ ନନ୍ଦନକାନନରେ ପ୍ରାଣୀ ଉଦ୍ୟନ ପୂର୍ବ ପ୍ରସ୍ତୁତି, ପାଟ୍ରୋଲିଂ ଟିମ୍‌ ମୁତୟନ

Published By : Prameya | October 22, 2024 11:10 AM

ବାରଙ୍ଗ,୨୨/୧୧: ସମ୍ବାବ୍ୟ ବାତ୍ୟା ‘ଦାନା’କୁ ଆଖିଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନରେ ପୂର୍ବ ପ୍ରସ୍ତୁତି ଆରମ୍ଭ  ହୋଇଛି । ପ୍ରଥମତଃ ଉଦ୍ଧାର କାର୍ଯ୍ୟ ପାଇଁ ଟିମ ତିଆରି କରାଯାଇଛି ।  ସମସ୍ତ କର୍ମଚାରୀ ମାନଙ୍କୁ ସେହି ଟିମ୍‌ରେ ବିଭିନ୍ନ କାର‌୍ୟ୍ୟ  ବଣ୍ଟାଯାଇଛି । ବାତ୍ୟା ସମୟରେ ନନ୍ଦନକାନନ ମୁଖ୍ୟ ପାଚେରୀ  ଭାଙ୍ଗିବାର ସମ୍ବାବନା ରହିଛି । ତେଣୁ ଜନ୍ତୁ ମାନେ ଯେପରି ବାହାରକୁ  ନବାହାରି ପାରିବେ ସେଥିପାଇଁ ମୁଖ୍ୟ ପାଚେରୀ ଉପରେ ଏକ  ଟିମ୍‌ ବାତ୍ୟା ଆରମ୍ଭରୁ ଶେଷ ପର୍ଯାୟରେ ନଜର ରଖିବେ । ଉଦ୍ୟାନ  ଭିତର ରାସ୍ତା ଓ ଖୁଆଡ଼ ଉପରେ ଗଛ ପଡ଼ିଲେ ତାକୁ ଉଠାଇବା  ବ୍ୟବସ୍ଥା କରାଯିବ । ଏକ ପାଟ୍ରୋଲିଂ ଟିମ୍‌ ସବୁ ସ୍ଥାନ ବୁଲିବ ।  

ବିପଦ ପୂର୍ଣ୍ଣ ଭାବରେ ଥିବା ଗଛ, ଟିଣ ଓ ଅଦରକାରୀ ପଦାର୍ଥ  ମାନଙ୍କୁ ସ୍ଥାନାନ୍ତର କରାଯିବ । ହରିଣ,କୁଜି ହରିଣ,ସମ୍ବର,କୃର୍ଣ୍ଣସାର  ମୃଗ ପ୍ରଭୂତି ତୃଣଭୋଜି ପ୍ରାଣୀଙ୍କୁ ଛାଡ଼ିଦେଲେ ବାତ୍ୟା ପୂର୍ବରୁ  ଅନ୍ୟ ଖୁଆଡ଼ରେ ରହୁଥିବା ଜନ୍ତୁ ମାନଙ୍କୁ ଫିଡ଼ିଂ ଚ୍ୟାମ୍ବରରେ  ରଖାଯିବ । ଆକ୍ୟୁରେୟିମ ଓ ଅନ୍ଧାରୀ ଘରେ ଥିବା ଜେନେରେଟର  ମାନଙ୍କରେ ତେଲ ମହଜୁଦ ରହିବ । ପକ୍ଷୀ ଖୁଆଡ଼ରେ ରହୁଥିବା  ଚଢ଼େଇ ମାନଙ୍କୁ ସୁରକ୍ଷିତ କରାଯିବ । ଚଡ଼େଇ ଖୁଆଡ଼  ଚାରିକଡ଼କୁ ଜରି ପାଲରେ ଆବଦ୍ଧ କରାଯିବ । ବାତ୍ୟା ପ୍ରଭାବକୁ  ଆଖିଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନ ବନ୍ଦ ସମ୍ପର୍କରେ  ପୂର୍ବରୁ ସୂଚନା ଦିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.