ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକିୟା; କେନ୍ଦ୍ରାପଡ଼ାରୁ ଦିଘା ଭିତରେ ପ୍ରବଳ ବର୍ଷା

Published By : Soubhagya Ranjan | October 25, 2024 12:48 AM

ନୂଆଦିଲ୍ଲୀ,୨୫/୧୦: ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ କେନ୍ଦ୍ରାପଡ଼ା, ଭଦ୍ରକ, ଧାମରା, ଦିଘା ଅଞ୍ଚଳରେ ବର୍ଷା ହେବା ପବନ ମାତ୍ରା ବଢିବାରେ ଲାଗିଛି । ସମୁଦ୍ର କୂଳରେ ଉଚ୍ଚ ଲହଢି ମାଡ଼ ହେଉଛି । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ନ୍ୟୁଜ୍ 7 ପ୍ରତିକ୍ରିୟା ଦେଇ କହିଛନ୍ତି, 'ବାତ୍ୟାର ଫରୱାର୍ଡ ସେଣ୍ଟର ବର୍ତ୍ତମାନ ସ୍ଥଳ ଭାଗ ଛୁଇଁ ସାରିଛି । ଆଗାମୀ ତିନିରୁ ୪ ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ।'

ଆଇଏମଡି ଡିଜି କହିଛନ୍ତି, ଉତ୍ତର-ଉତ୍ତର ପଶ୍ଚିମରେ ବାତ୍ୟା ଗତି କରୁଛି । ବର୍ତ୍ତମାନ ବାତ୍ୟା ପାରାଦୀପଠାରୁ ୪୦ କିଲୋମିଟର ଦୂରରେ ରହିଛି । ଶୁକ୍ରବାର ଭୋର ତିନିଟାରୁ ୪ଟା ମଧ୍ୟରେ ଧାମରାରୁ ଭିତରକନିକା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ସ୍ଥଳଭାବ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିପାରେ । ଏହାସହ ବର୍ଷା ପରିମାଣ ମଧ୍ୟ ବଢିବ । ବାତ୍ୟା ଅତିକ୍ରମ କରିବା ପରେ ମଧ୍ୟ ବର୍ଷା ଲାଗି ରହିବ ବୋଲି ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.