ଭୁବନେଶ୍ଵର, ୨୪/୧୦ : ଉପକୂଳ ମୁହାଁ ଦାନା। ଭୀଷଣ ବାତ୍ୟା ରୂପ ନେଲା ସାମୁଦ୍ରିକ ଝଡ଼। ବୁଧବାର ରାତିରେ ଦାନା ଭୀଷଣ ବାତ୍ୟାରେ ପରିଣତ ହୋଇଛି। କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏହା କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାକୁ ୧୫ କିମି ବେଗରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ବଢୁଛି। ବାତ୍ୟା ଏବେ ପାରାଦୀପର ଦକ୍ଷିଣପୂର୍ବକୁ ୨୮୦ କିମି ଦୂରରେ ରହିଛି। ଧାମରାର ଦକ୍ଷିଣ ଦକ୍ଷଣ-ପୂର୍ବର ୩୧୦ କିମି ଦୂରରେ ରହିଛି। ଆଜି ମଧ୍ୟରାତି ଓ ଶୁକ୍ରବାର ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ୍ କରିବ।
ସୂଚନାନୁଯାୟୀ, ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ। ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଧାମରା ଓ ଭିତରକନିକାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଧାମରାରେ ଝିପିଝିପି ବର୍ଷା ହେଉଛି। ପବନର ବେଗ କ୍ରମଶଃ ବଢୁଛି। ଭିତରକନିକା ଓ ବାଲେଶ୍ଵରରେ ବର୍ଷା ସହ ପବନ ହେଉଛି। ଆର୍ଯ୍ୟପଲ୍ଲୀ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ଉଚ୍ଚ ଜୁଆର ଆସୁଛି।