ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଭାରତର ଏକ ନମ୍ବର ଚେସ୍‌ ପ୍ଲେୟାର ହେଲେ ଡି. ଗୁକେଶ, ବିଶ୍ବନାଥନଙ୍କୁ ଟପିଲେ ପ୍ରଜ୍ଞାନନ୍ଦ

Published By : Tapas Panda | January 23, 2025 11:20 PM

Image Courtesy: hindustantimes

 ନୂଆଦିଲ୍ଲୀ: ଗୁରୁବାର ନେଦରଲାଣ୍ଡସ୍‌ରେ ଆୟୋଜିତ ଟାଟା ଷ୍ଟିଲ୍ ଚେସ୍ ଟୁର୍ଣ୍ଣାମେଣ୍ଟରେ ଜର୍ମାନୀର ଭିନସେଣ୍ଟ କାଇମରଙ୍କୁ ପରାସ୍ତ କରି ବଡ଼ ରେକର୍ଡ କରିଛନ୍ତି ବିଶ୍ବ ଚାମ୍ପିଅନ୍‌ ଡି. ଗୁକେଶ । ଭିନସେଣ୍ଟଙ୍କୁ ହରାଇବା ପରେ ଗୁକେଶ ‘ହାଏଷ୍ଟ-ରାଙ୍କଡ୍‌’ ଭାରତୀୟ ଚେସ୍‌ ଖେଳାଳି ହୋଇପାରିଛନ୍ତି । ୩.୫ ଅଙ୍କ ହାସଲ କରିବା ସହ ଭାରତର ଅର୍ଜୁନ ଏରିଗାଇସିଙ୍କୁ ପଛରେ ପକାଇଛନ୍ତି ଗୁକେଶ । ସେହିଭଳି ଆର ପ୍ରଜ୍ଞାନନ୍ଦ ପୂର୍ବତନ ବିଶ୍ବ ଚାମ୍ପିଅନ ବିଶ୍ବନାଥନ ଆନନ୍ଦଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ତେବେ ଗୁକେଶ ଲାଇଭ୍ ରେଟିଂସ ଅନୁସାରେ ବିଶ୍ବ ରାଙ୍କିଂରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । 

ଗୁକେଶ ସାତୋଟି ଇଏଲଓ ପଏଣ୍ଟ ହାସଲ କରିବା ପରେ ତାଙ୍କର ଲାଇଭ୍ ରେଟିଂ ପଏଣ୍ଟ ୨୭୮୪ ହୋଇଥିଲା । ଅନ୍ୟପଟେ ଭାରତର ଏକ ନମ୍ୱର ଚେସ୍ ଖେଳାଳି ଥିବା ଏରିଗାଇସି  ୨୧.୫ ପଏଣ୍ଟ ହରାଇବା ପରେ ତାଙ୍କର ଲାଇଭ୍ ରେଟିଂ ୨୭୭୯ ପଏଣ୍ଟ ହୋଇଛି । ଏହା ପୂର୍ବରୁ ଏରିଗାଇସି ୨୮୦୦ କ୍ଲବରେ ସାମିଲ ଥିବା ଏକମାତ୍ର ଭାରତୀୟ ଖେଳାଳି ଥିଲେ । ଟାଟା ଷ୍ଟିଲ୍ ଚେସ୍ ଟୁର୍ଣ୍ଣାମେଣ୍ଟରେ  ଖରାପ ଫର୍ମ ଯୋଗୁ ଏରିଗାଇସି ବର୍ତ୍ତମାନ ସୁଦ୍ଧା ୱିଜ୍ ଆନ୍ ଜୀରେ ତିନୋଟି ଗେମ୍ ହାରିଛନ୍ତି ଏବଂ ଦୁଇଟି ଡ୍ର' କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ସେ ଲିଓନ୍ ଲୁକ୍ ମେଣ୍ଡୋଙ୍କାଙ୍କ ସହ ମିଳିତ ଭାବେ ଶେଷ ସ୍ଥାନରେ ରହିଛନ୍ତି ।

ଅନ୍ୟପଟେ, ଗୁକେଶ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ଦୁଇଟି ବିଜୟ ଏବଂ ତିନୋଟି ଡ୍ର’ ଖେଳିଛନ୍ତି । ଭ୍ଲାଡିମିର୍ ଫେଡୋସିଭ୍ ଏବଂ ଆଲେକ୍ସୀ ସାରାନାଙ୍କ ବିପକ୍ଷରେ ଡ୍ର’ କରିଥିଲେ । ଅନିଷ ଗିରି ଏବଂ ଭିନସେଣ୍ଟ କାଇମରଙ୍କ ବିପକ୍ଷରେ ମ୍ୟାଚ୍ ଜିତିଥିଲେ । ସେପଟେ ଯଦି ଲାଇଭ୍ ରେଟିଂ ବଦଳେ  ତେବେ ଏରିଗାଇସି ପୁନର୍ବାର ଗୁକେଶଙ୍କ ସ୍ଥାନ ନେଇପାରନ୍ତି । ଟୁର୍ଣ୍ଣାମେଣ୍ଟରେ ଆହୁରି ୮ଟି ସ୍ୱିସ୍ ରାଉଣ୍ଡ ଏବଂ ପ୍ଲେ ଅଫ୍ ଖେଳାଯିବ ।ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ନକରିବା ସତ୍ତ୍ୱେ ମାଗନସ୍ କାର୍ଲସେନ୍ ୨୮୩୨.୫ ଲାଇଭ୍ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି । ଦ୍ୱିତୀୟ ଆମେରିକୀୟ ଜିଏମ୍ ହିକାରୁ ନାକାମୁରା (୨୮୦୨) ଏବଂ ତୃତୀୟ ସ୍ଥାନରେ ଫାବିଆନୋ କରୁଆନା (୨୭୮୯) ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.