ନୂଆଦିଲ୍ଲୀ,୭।୧୨: ବିହାର ବିଧାନସଭାରେ ବିରୋଧି ଦଳ ନେତା ତେଜସ୍ବୀ ଯାଦବ ପୁଣିଥରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ବୟାନବାଜି। ସେ କହିଛନ୍ତି, ନୀତୀଶ କୁମାର ବିହାରର ସ୍ପେଶାଲ ଷ୍ଟାଟସ୍ର ଦେବାର କଥା ସମ୍ପୂର୍ଣ୍ଣ ଭୁଲି ଗଲେ। ତେଜସ୍ବୀ ଶେଖରପୁରାରେ ଏହି କଥା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ନୀତୀଶ କୁମାରଙ୍କ ପାଇଁ ଏହା ସବୁଠାରୁ ଭଲ ସୁଯୋଗ, କାରଣ କେନ୍ଦ୍ର ସରକାର ତାଙ୍କ ଭରସାରେ ଚାଲିଛି। ବର୍ତ୍ତମାନ ତାଙ୍କୁ କେନ୍ଦ୍ର ସରକାରଙ୍କଠାରୁ ନିଜ କଥା ମନେଇନେବା ଦରକାର।
ତେଜସ୍ବୀ ଆଜିକାଲି ବିହାରର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ଏହି କ୍ରମରେ ଶେଖରପୁରରେ ସାମ୍ବାଦିକଙ୍କ ସହ କଥା ହୋଇ ବିରୋଧି ଦଳ ନେତା ନୀତୀଶ କୁମାରଙ୍କୁ ଘେରିଥିଲେ। ସେ କହିଥିଲେ, ଏବେ କେନ୍ଦ୍ରରେ ଏନ୍ଡିଏର ସରକାର ରହିଛି ଓ ବିହାରରେ ଡବଲ ଇଞ୍ଜିନର ସରକାର ଅଛି। ନୀତୀଶ ପୂର୍ବରୁ କହି ଆସୁଛନ୍ତି ଯେ, ବିହାର ପଛୁଆ ଓ ଗରିବଙ୍କ ରାଜ୍ୟ। ଆଗକୁ ବଢିବା ପାଇଁ ରାଜ୍ୟକୁ କେନ୍ଦ୍ରଠାରୁ ସହଯୋଗ ନେବା ଦରକାର। କନ୍ତୁ ଏବେ ନିଜର ଦାବି କାହିଁକି ରଖୁ ନାହାନ୍ତି।
କେନ୍ଦ୍ର ସରକାରରେ ନୀତୀଶ ବସିଛନ୍ତି ଓ ବିହାରରେ ମଧ୍ୟ ତାଙ୍କ ସରକାର ରହିଛି। ସ୍ଥିତି ଏଭଳି ଯେ, କେନ୍ଦ୍ର ସରକାର ତାଙ୍କ ପାର୍ଟି ସମର୍ଥନ ଉପରେ ଆଧାରିତ ରହିଛି। ତେଣୁ ବିଶେଷ ରାଜ୍ୟର ପାହ୍ୟା ଏବେ ନାହିଁ ତ କେବେ ? ସିଏମ୍ଙ୍କ ପାଇଁ ଏହା ସବୁଠାରୁ ଭଲ ସମୟ, ଯେତେବେଳେ ସେ ଭାରତ ସରକାରଙ୍କଠାରୁ ନିଜର କଥା ମନାଇ ପାରିବେ। କିନ୍ତୁ ସେ ଏଭଳି କରୁନାହାନ୍ତି, କାରଣ ତାଙ୍କୁ ବିହାରର ଜନତା ଓ ରାଜ୍ୟର ବିକାଶ ସହ କିଛି ସମ୍ପର୍କ ନାହିଁ।