ପ୍ରମୂଖ ଖବର
  • Operation Sindoor; ଆହୁରି ଶକ୍ତିଶାଳୀ ହେବ ସେନା, ପ୍ରତିରକ୍ଷା ବଜେଟ୍‌ରେ ହୋଇପାରେ ଅତିରିକ୍ତ ବ୍ୟୟବରାଦ
  • ||
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

'ଦ୍ୱାଦଶରେ ୮୪% ଆସିଗଲା'; 'ଏହା ଆଦୌ ଖରାପ ନୁହେଁ ଧନ୍ୟବାଦ', ପୁଅକୁ ବାପାଙ୍କ ଉତ୍ତର...

Published By : Ankita S | May 16, 2025 9:59 AM

ନୂଆଦିଲ୍ଲୀ,୧୬/୦୫: ଯଦି ପରୀକ୍ଷା ଫଳ ଭଲ ହୋଇଥାଏ ତେବେ ଘରଲୋକ ଖୁସି ହୋଇଥାନ୍ତି । କିନ୍ତୁ  ଯଦି ଆଶା ଅନୁଯାୟୀ ରେଜଲ୍ଟ ମିଳେନାହିଁ ତେବେ ବାପାମାଆଙ୍କୁ ଜଣାଇବା କଷ୍ଟକର ହୋଇପଡେ । ପିଲାମାନେ ପରୀକ୍ଷା ଫଳ ଘରଲୋକଙ୍କୁ କହିବାକୁ ସଙ୍କୋଚ କରିଥାନ୍ତି । ମନରେ ଭୟ ଥାଏ । ହେଲେ ଜଣ ଦ୍ୱାଦଶ ଶ୍ରେଣୀ ଛାତ୍ର ଚଳିତ ସିବିଏସ୍‌ଇ ପରୀକ୍ଷାରେ ୮୪ ପ୍ରତିଶତ ମାର୍କ ରଖିଥିଲେ । ରେଜଲ୍ଟ ତାଙ୍କ ହ୍ୱାର୍ଟ୍ସଅପରେ ମେସେଜ କରି ବାପାଙ୍କୁ ଜଣାଇଥିଲେ । ଆଉ ତାଙ୍କ ବାପା ଦେଇଥିବା ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମେସେଜର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ୧୦୦୦ରୁ ଅଧିକ ଲାଇକ୍ କରିସାରିଛନ୍ତି । ଜାଣନ୍ତୁ ପୁରା ଘଟଣା ।

ଜଣେ ପରୀକ୍ଷାର୍ଥୀ ସିବିଏସ୍‌ସି ଦ୍ୱାଦଶ ପରୀକ୍ଷାରେ ୮୪ ପ୍ରତିଶତ ରଖିଛନ୍ତି । ଏହାପରେ ସେ ତାଙ୍କ ବାପାଙ୍କୁ ରେଜଲ୍ଟ ଜଣାଇବାକୁ ହ୍ୱାର୍ଟ୍ସଅପରେ ମେସେଜ କରନ୍ତି । ସେ ଲେଖନ୍ତି, ଦ୍ୱାଦଶରେ  ୮୪ ପ୍ରତିଶତ ଆସିଗଲା । ସେଥିରେ ତାଙ୍କ ବାପା ପ୍ରତିଉତ୍ତରରେ କୁହନ୍ତି, ଗୁଡ଼ (ଭଲ) । ଏହା ଭଲ ନୁହେଁ ତଥାପି ଧନ୍ୟବାଦ ।' ଦ୍ୱାଦଶ ଶ୍ରେଣୀରେ ୮୪ ପ୍ରତିଶତ କିଛି କମ୍ ନୁହେଁ । ହେଲେ ଛାତ୍ର ଜଣଙ୍କର ବାପା ଯେଉଁଭଳି ସଂକ୍ଷୀପ୍ତ ଉତ୍ତର ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

ଛାତ୍ରଙ୍କ ବାପା ମୁମ୍ବାଇରେ ରହୁଥିଲେ । ସେ ତାଙ୍କ ମାଆଙ୍କ ସହ ଘରେ ରହୁଥିଲେ । ସାହସ କରି ବାପାଙ୍କୁ ରେଜଲ୍ଟ ବାବଦରେ ଜଣାଇବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ଆଶ୍ଚର୍ଯ୍ୟ କଲା ଯେ ବାପା କିଛି କଠୋର ପ୍ରତିକ୍ରିୟା ଦେଇନଥିଲେ । ଫଳାଫଳ ଭଲ ନାହିଁ ଆଦୌ ଖରାପ ବି ନୁହେଁ ବୋଲି ବାପାଙ୍କ ମେସେଜ ଦେଖି ଛାତ୍ର ଜଣକ କାନ୍ଦି ପକାଇଥିଲେ । ଦେଖିବାକୁ ଗଲେ ଛାତ୍ର ଜଣଙ୍କ ଦ୍ୱାଦଶରେ ଭଲ ମାର୍କ ରଖିଥିଲେ । ବିଶେଷ କରି ପିସିଏମ (ପଦାର୍ଥ ବିଜ୍ଞାନ, ରାସାୟନିକ ବିଜ୍ଞାନ ଓ ଗଣିତରେ) ଭଲ ମାର୍କ ରଖିଥିଲେ । ମେସେଜ କରିବାର ଗୋଟିଏ ଘଣ୍ଟା ପରେ ତାଙ୍କୁ ବାପାଙ୍କ ଫୋନ୍ ଆସିଥିଲା । ଭିଡିଓ କଲ କରିଥିଲେ । ବାପାଙ୍କ ଫୋନ୍ ଦେଖି ସେ ଡରି ଯାଇଥିଲେ । ଫୋନରେ କଥା ହେଲେ କିନ୍ତୁ  କ୍ୟାମେରା ସାମ୍ନାକୁ ଆସିବାକୁ ସାହସ କରିପାରିନଥିଲେ ।

ଛାତ୍ରଙ୍କ ରେଜଲ୍ଟ ଜାଣି ବାପା କ୍ରୋଧ କରିନଥିଲେ କି ଅସନ୍ତୁଷ୍ଟ ବି ହୋଇନଥିଲେ । ସେ ସ୍ମିତହାସ୍ଯ ଦେଇଥିଲେ । ତାଙ୍କ ବାପା ଆରାମରେ କଥା ହୋଇଥିଲେ । ପ୍ରଥମେ ସେ କହିଥିଲେ, ପୁଅ ଦ୍ବାଦଶ ପାସ୍ କରିଥିବାରୁ ବହୁତ ବହୁତ ଶୁଭେଚ୍ଛା । ତୁମେ କେତେ ମାର୍କ ରଖିଲ ତାହା ଗୁରୁତ୍ୱପୂୂର୍ଣ୍ଣ ନୁହେଁ କେତେ ପ୍ରୟାସ କରିଛ ତାବା ଗୁରୁତ୍ୱ ବହନ କରେ । ମାର୍କ ସିଟିରେ ଥିବା ମାର୍କ ତୁମର ପରିଶ୍ରମକୁ ଦର୍ଶାଏ ।' ବାପା ତାଙ୍କ ଉପରେ ରାଗିବେ ଗାଳି ଦେବେ ବୋଲି ଭାବିଥିବା ଛାତ୍ର ଜଣଙ୍କ ଏହା ଶୁଣି ନିର୍ବାକ ରହିଥିଲେ ।

ଆମେ ଏହି ପ୍ରସଙ୍ଗ କହିବାର କାରଣ, ଅନେକ ସମୟରେ ଆମେ ଦେଖିଛୁ ପିଲାଙ୍କ ପରୀକ୍ଷା ଫଳକୁ ନେଇ ଅଭିଭାବକ ଅସନ୍ତୁଷ୍ଟ ହୋଇଥାନ୍ତି । ପିଲାଙ୍କ ଉପରେ ଅଧିକ ମାର୍କ ରଖିବାକୁ ଚାପ ପକାଇଥାନ୍ତି । ହେଲେ ଏହି ଘଟଣା ଜଣାଇ ଦେଉଛି କି ମାର୍କକୁ ନେଇ କେବେ ବି ପିଲାଙ୍କ ଉପରେ ଚାପ ରହିବା କଥା ନୁହେଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.