ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପୁଣି ଇର୍ଷାରେ ଛଟପଟ ହୋଇଯିବ ଡ୍ରାଗନ୍ ! ଭାରତୀୟ ବାୟୁସେନାର ବିମାନରେ ଲଦାଖରେ ପହଁଞ୍ଚିଲେ ଦଲାଇ ଲାମା

Published By : Harapriya Biswal | July 12, 2025 8:22 PM

ନୂଆଦିଲ୍ଲୀ,୧୨।୭: ଦଲାଇ ଲାମାଙ୍କ ଉତ୍ତରାଧିକାରୀକୁ ନେଇ ଚୀନ୍ ପୂର୍ବରୁ ଅସନ୍ତୁଷ୍ଟ ଅଛି। ଏବେ ଏବେ ତାଙ୍କର ଲଦାଖ ଗସ୍ତ ଡ୍ରାଗନକୁ ଆହୁରି ଉତ୍ତେଜିତ କରିପାରେ।  ଦଲାଇ ଲାମା ଶନିବାର ହିମାଚଳ ପ୍ରଦେଶର ଧର୍ମଶାଳାରୁ ଏକ ମାସ ପାଇଁ ଲଦାଖରେ ଆସି ପହଁଞ୍ଚିଛନ୍ତି। ସେ ଭାରତୀୟ ବାୟୁସେନାର C-130 ବିମାନ ମାଧ୍ୟମରେ ଲେହ ବିମାନବନ୍ଦରରେ ପହଞ୍ଚିଥିଲେ। ଲେହ ବିମାନବନ୍ଦରରେ ତାଙ୍କ ବିମାନ ଅବତରଣ କରିବା ମାତ୍ରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇଥିଲା। 

ଭାରତ ସରକାର ଚଳିତ ବର୍ଷ ଦଲାଇ ଲାମାଙ୍କୁ Z+ କାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି। ତାଙ୍କୁ ଲେହ ବିମାନବନ୍ଦରରେ CRPF କମାଣ୍ଡୋଙ୍କ ସୁରକ୍ଷାରେ ବାହାରକୁ ଅଣାଯାଇଥିଲା। ଏହା ବ୍ୟତୀତ, ଲଦାଖ ପୋଲିସ ମଧ୍ୟ ତାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଦଲାଇ ଲାମା ଏକ ମାସ ପାଇଁ ଲଦାଖରେ ରହିବେ ଏବଂ ଏହି ସମୟ ମଧ୍ୟରେ ସେ ସାଧାରଣ ସଭା ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଏହି କାରଣରୁ, ପ୍ରଶାସନ ତାଙ୍କ ସୁରକ୍ଷା ବ୍ୟବସ୍ଥା ବିଷୟରେ ସମ୍ପୂର୍ଣ୍ଣ ସତର୍କ।

ଏଭଳି ଏକ ରଣନୈତିକ ସମ୍ବେଦନଶୀଳ ଅଞ୍ଚଳକୁ ଦଲାଇ ଲାମାଙ୍କ ଗସ୍ତ ଚୀନକୁ ଏକ କଡ଼ା ବାର୍ତ୍ତା ଦେବା ଭଳି ରହିବ। ଦଲାଇ ଲାମାଙ୍କ ଶେଷଥର ୨୦୨୩ ରେ ଲଦାଖ ଗସ୍ତରେ ଆସିଥିଲେ। ଆମେରିକାରେ ତାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ଯୋଗୁଁ ଜୁଲାଇ ୨୦୨୪ରେ ତାଙ୍କର ଲଦାଖ ଗସ୍ତ ବାତିଲ କରାଯାଇଥିଲା।

ବର୍ତ୍ତମାନ ତାଙ୍କର ଗସ୍ତ ଏପରି ସମୟରେ ହେଉଛି ଯେତେବେଳେ ତାଙ୍କ ଉତ୍ତରାଧିକାରୀ ବିଷୟରେ ଆଲୋଚନା ଜୋର ଧରିଛି। ଏହା ମଧ୍ୟରେ ତାଙ୍କ କାର୍ଯ୍ୟାଳୟରୁ ଏକ କଡ଼ା ବୟାନ ଆସିଛି -  କୁହାଯାଇଛି 'ଏହି ମାମଲାରେ ଅନ୍ୟ କାହାର ହସ୍ତକ୍ଷେପ କରିବାର ଅଧିକାର ନାହିଁ।' ଏହି ମନ୍ତବ୍ୟକୁ ଚୀନ୍ ବିରୁଦ୍ଧରେ ଏକ ପରୋକ୍ଷ ଆକ୍ରମଣ ଭାବରେ ବିବେଚନା କରାଯାଉଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.