ନୂଆଦିଲ୍ଲୀ,୩୦/୦୩; ଆଇପିଏଲରେ ରୋହିତ ଧମାକା । ଗର୍ଜିଲା ହିଟମ୍ୟାନଙ୍କ ବ୍ୟାଟ । ବର୍ଷିଲା ଚୌକା-ଛକା । ୬ ଛକା, ୬ ଚୌକ ୨୩ ବଲରେ ୫୦ । ୩୮ ବଲରେ ୭୮ ବଲରେ ବିସ୍ଫୋରକ ଇନିଂସ । ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ୧୯ରେ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଏବଂ କୋଲକାତା ମୁହାମୁହିଁ ହୋଇଥିଲେ । ମୁମ୍ବାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି । କୋଲକାତାକୁ ୬ ୱିକେଟରେ ପରାସ୍ତ କରିଛି । ୱାଙ୍ଖଡେର ହାଇସ୍କୋରିଂ କ୍ରିଜରେ ‘ହିଟ୍ମ୍ୟାନ’ ରୋହିତ ଶର୍ମା ଓ ରିୟାନ ରିକେଲଟନ ଯେଉଁଭଳି ଭୟଙ୍କର ବ୍ୟାଟିଂ କରିଥିଲେ, କୋଲକାତା ନାଇଟ୍ ରାଇଡର୍ସର ସବୁ ଦମ୍ଭ ପାଣି ଫୋଟକା ଭଳି ମିଳେଇ ଯାଇଥିଲା । ସବୁ ରଣନୀତି ଫେଲ୍ ମାରିଥିଲା । ଶେଷରେ ୨୨୧ ରନର ଟାର୍ଗେଟକୁ ମୁମ୍ବାଇ ଇଣ୍ଡିଆନ୍ସ ୧୯.୧ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା । ଧୂଆଁଧାର ଇନିଂସ ଖେଳିଥିବା ହିଟମ୍ୟାନ ରୋହିତ ଶର୍ମା ଅନେକ ରେକର୍ଡ ସ୍ଥାପନ କରିଛନ୍ତି ।

ରୋହିତ ତାଙ୍କ ଆଇପିଏଲ କ୍ୟାରିୟରର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ, କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମାତ୍ର ୨୩ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କର ପୂର୍ବରୁ ଦ୍ରୁତତମ ଅର୍ଦ୍ଧଶତକ ୨୦୧୫ରେ ୨୫ ବଲ୍‌ରେ ଆସିଥିଲା । ଏହି ଇନିଂସ ସହିତ, ରୋହିତ ଆଇପିଏଲରେ ୫୦+ ସ୍କୋର କରିବାରେ ଚତୁର୍ଥ ବ୍ୟାଟର ହୋଇଛନ୍ତି । ଏହା ସହିତ କେକେଆର ବିପକ୍ଷରେ ସର୍ବାଧିକ ସ୍କୋର କରିଥିବା ଟପ୍ ୫ ବ୍ୟାଟର ତାଲିକାରେ ସ୍ଥାନ ପାଇଛନ୍ତି । ଡେଭିଡ୍ ୱାର୍ନରଙ୍କୁ ପଛରେ ପକାଇଛନ୍ତି । ଅଷ୍ଟ୍ରେଲିଆ ପୂର୍ବ ଓପନର ଡେଭିଡ୍ ୱାର୍ନର ୬୬ ଥର ୫୦ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । କେକେଆର ବିପକ୍ଷରେ ୧୦୯୩ ରନ୍ କରିଛନ୍ତି । ସେହିପରି ଶିଖର ଧାୱନ ୫୩ ଥର ଅର୍ଦ୍ଧଶତକ କରି ତୃତୀୟ ସ୍ଥାନରେ ରହିଛନ୍ତି । ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି ।  ତାଲିକାର ଶୀର୍ଷରେ ବିରାଟ କୋହଲି ଅଛନ୍ତି । ସେ ୭୨ ଥର ୫୦ ପ୍ଲସ୍ ସ୍କୋର କରିଛନ୍ତି ।

ଏହା ବି ପଢନ୍ତୁ...ମୁମ୍ବାଇ ବିପକ୍ଷରେ କେକେଆରର କାହିଁକି ହେଲା ଶୋଚନୀୟ ପରାଜୟ ? କ୍ୟାପ୍ଟେନ ଅଜିଙ୍କ୍ୟ କହିଲେ କାରଣ  

ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ- ଏହି ବିଜୟ ସହ ଇଣ୍ଡିଆନ୍ସର ଖାତାରେ ଯୋଡ଼ି ହୋଇଛି ୨ଟି ରେକର୍ଡ । ୨୦୧୨ ଠାରୁ ମୁମ୍ବାଇ କେବେ ସିଜନରେ ତା’ର ପ୍ରଥମ ମ୍ୟାଚ୍ ଜିତି ପାରି ନଥିଲା । ଠିକ୍ ସେମିତି ପୂର୍ବର ୭ଟି ପ୍ରୟାସରେ କେବେ ୨୨୦ରୁ ଊଦ୍ଧ୍ୱର୍ ରନକୁ ପିଛା କରି ଜିତିପାରି ନଥିଲା । ୨୦୨୩ରେ ଦଳ ପଞ୍ଜାବ ବିପକ୍ଷରେ ୨୧୫ ରନ ଏବଂ ୨୦୨୧ରେ ସୁପର କିଙ୍ଗ୍ସ ବିପକ୍ଷରେ ୨୧୯ ରନ ପିଛା କରି ଜିତିଥିଲା ।