ନୂଆଦିଲ୍ଲୀ – ରୁଷ୍ରେ ବରଫପାତ ୧୪୬ ବର୍ଷର ରେକର୍ଡ ଭାଙ୍ଗିଛି। ମସ୍କୋ ଓ ପୂର୍ବ ରୁଷ୍ର କେମଚଟକା ପୋନିନସୁଲାରେ ବରଫପାତ ଯୋଗୁଁ ଜୀବନ ଠପ୍ ହୋଇ ଯାଇଛି। କିଛି ଦିନରେ ଏତେ ବରଫପାତ ହୋଇଛି , ଯେତିକି ସାଧାରଣତଃ ଅନେକ ମାସରେ ହେଉଥିଲା। ଏପଟେ ଉତ୍ତର-ପୂର୍ବ ଚୀନରେ ବରଫପାତ ଜୀବନର ଗତି ଉପରେ ରୋକ୍ ଲଗାଇ ଦେଇଛି।
କିନ୍ତୁ ଯଦି ଭାରତର କଥା କହିବା ତ ଜମ୍ମୁ-କାଶ୍ମୀରର ଉଚ୍ଚ ଅଞ୍ଚଳ ଗୁଡ଼ିକରେ ଯେଉଁଠି ବରଫପାତ ଲୋକଙ୍କୁ ଆକର୍ଷିତ କରୁଛି , ସେଠାରେ ହିମାଳୟ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହିଥର ବରଫପାତ ଲୋକଙ୍କୁ ନିରାଶ କରିଛି। ଜାନୁଆରୀର ଦୁଇ ସପ୍ତାହ ବିତି ସାରିଛି, କିନ୍ତୁ ଏବେ ବି ଉତ୍ତରାଖଣ୍ଡରେ ୱିଣ୍ଟର ଟୁରିଜିମର ରାଜଧାନୀ କୁହାଯାଉ ଥିବା ଓଲି ବରଫପାତ ପାଇଁ ବ୍ୟାକୁଳ ହୋଇଛି। ସେପଟେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ କୁହାଯାଉ ଥିବା ନୈନିତାଲରେ ମଧ୍ୟ ମରୁଡ଼ିର ବିପଦ ଘନେଇଛି।
ବରଫପାତ ହେବା କାରଣରୁ ପର୍ଯ୍ୟଟକମାନେ ଓଲି କି ନୈନିତାଲ କେଉଁଠି କି ଯିବାକୁ ପସନ୍ କରୁ ନାହାନ୍ତି। କେବଳ ଏତିକି ନୁହେଁ, ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ ପ୍ରସିଦ୍ଧ ରୋଡୋଡେଣ୍ଡ୍ରନ ଗଛର ଏବେ ବି ଫୁଲର ରଙ୍ଗ ଲାଲ୍ ଦେଖା ଯାଉଛି। ଯାହାକି ଦେଖିବାରେ ତ ଖୁବ୍ ସୁନ୍ଦର , କିନ୍ତୁ ବୈଜ୍ଞାନିକ ଦୃଷ୍ଟିକୋଣରେ ଏହା ଶୁଭ ସଙ୍କେତ। ରୋଡୋଡେଣ୍ଡ୍ରନ ଉତ୍ତରାଖଣ୍ଡର ରାଜ୍ୟ ପୁଷ୍ପ। ଏହାର ଉଚ୍ଚତା ଓ ପାଣିପାଗ ଉପରେ ନିର୍ଭର କରି ଏଥିରେ ଫୁଲ ଫୁଟି ଥାଏ। ବାସ୍ତବିକ ଏହି ଫୁଲ ବିଳମ୍ୱିତ ଫେବ୍ରୁଆରୀରେ ଫୁଟିବା ଆରମ୍ଭ ହୋଇଥାଏ,ଯେତେବେଳେ ତାପମାତ୍ରା ବଢିବାକୁ ଲାଗେ। ଏଣୁ ରୋଡୋଡେଣ୍ଡ୍ରନ ଗଛର ଫୁଲ ଜାନୁଆରୀରେ ଫୁଟିବା ଅର୍ଥ ତାପମାତ୍ରା ବୃଦ୍ଧିର ସଙ୍କେତ। ଏହାର ଅର୍ଥ ବରଫପାତ ସିଜନରେ ଏହି ଗୁଡ଼ିକରେ ଫୁଲ ଫୁଟିବା ହେଉଛି ଏକ ଚେତାବନୀ।
କେବଳ ଏତିକି ନୁହେଁ , ଯେଉଁ ପାହାଡ଼ ଗୁଡ଼ିକ ବରଫାଚ୍ଛାଦିତ ହେବା ଉଚିତ ଥିଲା , ସେଠାରେ ଜଙ୍ଗରେଲ ନିଆଁ ଲାଗିବାର ଘଟଣା ବି ସାମ୍ନାକୁ ଆସିବାରେ ଲାଗିଛି। ଶନିବାର ଚାଇ ଗାଁରେ ଜ୍ୟୋତିର୍ମଠ ନିକଟରେ ପାହାଡ଼ୀ ଜଙ୍ଗଲରେ ନିଆଁ ଦେଖାଯାଇଛି। ସେଠାରେ ତିନି ଦିନ ପୂର୍ବେ ଫୁଲର ଘାଟୀ ଅଞ୍ଚଳରେ ବଦ୍ରିନାଥ ନିକଟରେ ମଧ୍ୟ ଜଙ୍ଗଲ ଗୁଡ଼ିକରେ ଅଗ୍ନିକାଣ୍ଡର ଘଟଣା ଘଟିଛି। ଯେଉଁ ପାହାଡ଼ ସାଧାରଣତଃ ଜାନୁଆରୀରେ ବରଫାଚ୍ଛାଦିତ ରହୁଥିଲା , ସେଠାରେ ନିଆଁର ଆସ୍ତରଣ ଓ ଧୂଆଁ ଦେଖା ଦେଇଛି।