ଦନ୍ତେୱାଡା : ଅନେକ ସମୟରେ ଆପଣ କୌଣସି ନା କୌଣିସ ଚମତ୍କାରିତା ବିଷୟରେ ପଢି ଥିବେ ,ଆଉ ମଧ୍ୟ ଶୁଣି ଥିବେ। ଏହି ଖବର ଖୁବ୍ ଆଶ୍ଚର୍ଯ୍ୟକର ମନେ ହୋଇ ଥାଏ। ଏମିତି ହିଁ ଏକ ଖବର ଏବେ ସାମନାକୁ ଆସିଛି। ଛତିଶଗଡ଼ର ଦନ୍ତେୱାଡାରେ ଏହି ଚମତ୍କାର ଘଟଣାଟି ଘଟିଛି। ଏଠାରେ ରାତି ସୁଦ୍ଧା ଲୋକେ କୂଅରୁ ପାଣି ବାହାର କରୁ ଥିଲେ। ହେଲେ, ସକାଳ ହେବା କ୍ଷଣି ଲୋକେ ଦେଖିଲେ ସେହି କୂଅରୁ ବାହାରୁଛି ପେଟ୍ରୋଲ। ଏହାକୁ ଏକ ଚମତ୍କାରିତା ଭାବି ଲୋକେ ସେଥିରୁ ପେଟ୍ରୋଲ ଆଣିବାକୁ ଧାଇଁଲେ। କିନ୍ତୁ ପରେ ଯେତେବେଳେ ପୂରା ଘଟଣା ପଛର ରହସ୍ୟ ସାମନାକୁ ଆସିଲା, ଲୋକଙ୍କର ଛାତି ଥରି ଉଠିଲା।
ଉକ୍ତ ଘଟଣାଟି ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ଗିଦମ ଠାରେ ଘଟିଛି। ସେଠାରେ ଲୋକଙ୍କ ମଧ୍ୟରେ ଏହି ଖବର ବ୍ୟାପିଗଲା ଯେ ,ଜଣେ ବ୍ୟକ୍ତିଙ୍କ କୂଅରୁ ପାଣି ବଦଳରେ ପେଟ୍ରୋଲ ବାହାରୁଛି। ଯିଏ ବି ଏହି ଖବର ଶୁଣିଲେ , ସେମାନେ ବାଲଟି ନେଇ ସେଠାକୁ ଦୌଡ଼ିଲେ। ସେ ଭାବିଲେ କି ଏହି ମହଙ୍ଗା ବେଳେ କିଛି ମାତ୍ରାରେ ଟଙ୍କା ରହିଯିବ।
ଆଖପାଖର ଲୋକେ ଯେତେବେଳେ ବ୍ୟକ୍ତିଙ୍କର କୂଅର ପାଖରେ ପହଞ୍ଚିଲେ ତ ଦେଖିଲେ ସତରେ କୂଅକୁ ପେଟ୍ରୋଲ ବାହାରୁ ଥିଲା। ଲୋକେ ବାଲଟି ବାଲଟି ଭର୍ତ୍ତି କରି ପେଟ୍ରୋଲ ବାହାର କରୁଥିଲେ। ବିଦ୍ୟୁତ୍ ବେଗରେ ଏହି କଥା ଚାରିଆଡ଼େ ବ୍ୟାପିଗଲା। ପୋଲିସ ପାଖରେ ଖବର ଯାଇ ପହଞ୍ଚିଲା। ପ୍ରଶାସନକୁ ଯେମିତି ଏହି ଘଟଣା ବିଷୟରେ ଜଣାପଡ଼ିଲା ତ, ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଲା। ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚି କୂଅକୁ ସିଲ୍ କରି ଦେଲେ। ଏହାସହ ସଂପୃକ୍ତ ଅଞ୍ଚଳରେ ଅତିରିକ୍ତ ପୋଲିସ ଫୋର୍ସକୁ ମଧ୍ୟ ମୁତୟନ କରିଦିଆ ଗଲା।
ହେଲେ ପ୍ରକୃତ କଥା ହେଲା , ଗିଦମର ବସ୍ ଷ୍ଟାଣ୍ଡର ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପର ଟାଙ୍କିରୁ ପେଟ୍ରୋଲ ଲିକେଜ୍ ହୋଇ ଯାଇ ଥିଲା। ପେଟ୍ରୋଲ ଲିକ୍ ହେବାର କାରଣରୁ ଆଖପାଖର ଲୋକଙ୍କ କୂଅରୁ ପାଣି ବଦଳରେ ପେଟ୍ରୋଲ ବାହାରିବା ଆରମ୍ଭ ହୋଇ ଯାଇଥିଲା। ଲୋକେ ଏହାକୁ ଚମତ୍କାରିତା ଭାବି ନେଇଥିଲେ। ଯେବେ ପୂରା ମାମଲା ପଛର ସତ ସାମ୍ନାକୁ ଆସିଲା ତ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ପେଟ୍ରୋଲ ଲିକ୍ ଘଟଣା ବିଷୟରେ ଜାଣିବା ପରେ ପ୍ରଶାସନ ୱାର୍ଡ କ୍ରମାଙ୍କ ୧୨ ଓ ୧୩ର ଅଞ୍ଚଳକୁ ସୁରକ୍ଷା ନେଇ ସିଲ୍ କରିବା ସହ ବସ୍ଷ୍ଟାଣ୍ଡ ପାଖରେ ଥିବା ପେଟ୍ରୋଲ ପମ୍ପକୁ ମଧ୍ୟ ବନ୍ଦ କରି ଦେଇଛନ୍ତି।