ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଗ୍ରେଟର ନୋଏଡା ହତ୍ୟାକାଣ୍ଡ; 'ଯୌତୁକ ଭୋକର ଅନ୍ତ ହୋଇନି, ଝିଅଙ୍କୁ ଏବେ ବୋଝ ଭାବୁଛନ୍ତି' କହିଲେ କିରଣ ବେଦୀ

Published By : Ankita S | August 25, 2025 3:05 PM

ନୂଆଦିଲ୍ଲୀ,୨୫/୦୮: ଦେଶରେ ଚହଳ ପକାଇଛି ଗ୍ରେଟର ନୋଏଡ଼ା ଯୌତୁକଜନିତ ହତ୍ୟାକାଣ୍ଡ । ଯୌତୁକ ପାଇଁ ୨୮ ବର୍ଷୀୟ ନିକ୍କି ଭଟାଙ୍କୁ ଶାଶୂଘର ଲୋକ ନିର୍ମମ ଭାବେ ହତ୍ୟା କରିଛନ୍ତି । କୁନି ପୁଅ ଆଗରେ ମା'କୁ ନିଆଁ ଲଗାଇ ଜିଅନ୍ତ ଜାଳି ଦେଇଥିଲେ । ଏ ଘଟଣା ପରେ ନାରୀ ସୁରକ୍ଷାକୁ ଅନେକ ପ୍ରଶ୍ନ ଉଠିଛି । ଏ ମାମଲାକୁ ନେଇ ପୂର୍ବତନ ଆଇପିଏସ ଅଧିକାରୀ କିରଣ ବେଦୀ କହିଛନ୍ତି ଏବେ ପୁଅଙ୍କୁ ସମ୍ପତ୍ତି ଓ ଝିଅଙ୍କୁ ବୋଝ ବୋଲି ଭାବୁଛି ଏ ସମାଜ ।

କିରଣ ବେଦୀ କହିଛନ୍ତି,ଏହି ମାମଲା ମଧ୍ୟଯୁଗୀୟ ସମୟରୁ ସମାଜର ଏକ ମାନସିକତାକୁ ପ୍ରତିଫଳିତ କରୁଛି, ଯାହା ଝିଅମାନଙ୍କୁ "ବୋଝ" ଏବଂ ପୁଅମାନଙ୍କୁ "ଧନର ଉତ୍ସ" ଭାବରେ ଦେଖୁଥିଲା । ଗ୍ରେଟର ନୋଏଡ଼ା ହତ୍ୟାକାଣ୍ଡ ଅତ୍ୟନ୍ତ "ଅମାନବୀୟ" । "ଏବେ ବି ସମାଜରେ ଯୌତୁକ ଭୋକର ଅନ୍ତ ହୋଇନାହିଁ । ତାଙ୍କୁ ଯେଉଁଭଳି ଭାବରେ ଜାଳି ଦିଆଯାଇଥିଲା, ତାହା ପ୍ରତିଫଳିତ କରେ ଯେ, ପୂର୍ବରୁ ଆମ ସମାଜରେ ପୁଅମାନଙ୍କୁ ସମ୍ପତ୍ତି ଭାବରେ ଦେଖାଯାଉଥିଲା, ଯେତେବେଳେ ଝିଅମାନଙ୍କୁ ଧନ ହରଣ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଭାବରେ ଦେଖାଯାଏ । ଏହି ମାନସିକତା ଆଜି ମଧ୍ୟ ରହିଛି । ଝିଅମାନଙ୍କୁ ବୋଝ ଭାବିବା ବନ୍ଦ କରିବାକୁ ହେବ । ଏହି ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ । "

କଣ ମାମଲା ? ୨୦୧୬ରେ ନିକ୍କି ଭଟା ଓ ତାଙ୍କ ଭଉଣୀ କାଞ୍ଚନଙ୍କ ବିବାହ ଗୋଟିଏ ଘରେ ହୋଇଥିଲା । ଦୁଇ ଝିଅଙ୍କ ବିବାହ ପାଇଁ ବାପଘର ଯୌତୁକରେ ନିଜ ସାମର୍ଥ୍ୟ ଅନୁସାରେ ସବୁକିଛି ଦେଇଥିଲେ । ଦାମୀ ସ୍କ୍ରପିଓ ଦେଇଥିଲେ । ତଥାପି ଶଶ୍ୱର ଘରଙ୍କ ଲୋକଙ୍କ ମନ ବୁଝିନଥିଲା ।  ନିକ୍କିଙ୍କୁ ନିର୍ମମ ଭାବରେ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଭଉଣୀ କାଞ୍ଚନ । ୩୬ ଲକ୍ଷ ଟଙ୍କା ଯୌତୁକ ଦାବି କରୁଥିଲେ ନିକ୍କିଙ୍କ ଶାଶୂଘର ଲୋକ । ଗ୍ରେଟର ନୋଏଡାର ଏକ ପରିବାର ଉପରେ ସେମାନଙ୍କ ବୋହୂଙ୍କୁ ନିର୍ମମ ଭାବରେ ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାଟି ଅଗଷ୍ଟ ୨୧ ତାରିଖରେ ଘଟିଥିଲା । ନିକ୍କିଙ୍କୁ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ କୁନି ପୁଅ ଆଗରେ ନିଆଁ ଲଗାଇ ଜାଳି ଦେଇଥିଲେ । ଶନିବାର ଦିନ, ମାମଲାସହିତ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଘଟଣାର ଖୁଲାସା ହୋଇଛି । ହତ୍ୟାକାଣ୍ଡରେ ନିକ୍କିଙ୍କ ସ୍ୱାମୀ, ଶାଶୂ-ଶଶୂର ଓ ଦେଢଶୂର ଗିରଫ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.