ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଦୟାନଦୀ ପାଇଁ କାଳ ସାଜିଛି ଗଙ୍ଗୁଆ ବର୍ଜ୍ୟ, ଦୂଷିତ ପାଣି ଯୋଗୁ ବଢ଼ୁଛି ରୋଗ

Published By : Prameya | February 14, 2025 12:06 PM

କଣାସ,୧୪/୦୨: ଦୟା ନଦୀର ସ୍ଥିତି ସୁଧୁରୁନି । ପ୍ରାୟ ତିନିମାସ ହେଲାଣି ନର୍ଦ୍ଦମା  ପାଣି ଭଳି ଦିଶୁଛି । କଳା କିଟିକିଟି ପଡ଼ି ପାଣି  ଭିତରେ ମଇଳା ଭାସୁଛି । ପମ୍ପ ହାଉସ୍‌ରୁ ଯୋଗାଣ ହେଉଥିବା ସେହି ପାଣିକୁ ପିଉଛନ୍ତି  ଅନେକ ଗ୍ରାମବାସୀ ।  

କୁଆଖାଇ ନଦୀର ସରଦେଇପୁରଠାରୁ ବାହାରିଥିବା ଦୟା ୩୭କିମି ବ୍ୟାପୀ ବଡ଼ଗୋଠ ଦେଇ ଚିଲିକା ପର୍ଯ୍ୟନ୍ତ ଲମ୍ବିଛି । ବର୍ଷ ତମାମ କଣାସ, ଡେଲାଙ୍ଗ, ପିପିଲି ଓ ଜଟଣୀ ବ୍ଲକ୍‌ର  ଲକ୍ଷାଧିକ ଲୋକ ଦୟା ଉପରେ ନିର୍ଭର  କରନ୍ତି । ନଦୀକୂଳିଆ ଲୋକଙ୍କ ଜୀବନ ରେଖା ବୋଲାଉଥିବା ଦୟାର ପାଇଁ କାଳ ସାଜିଛି ଗଙ୍ଗୁଆ  ନାଳର ବର୍ଜ୍ୟ । ଭୁବନେଶ୍ୱର ସହରର ସ୍ୱେରେଜ୍‌  ପାଣି ସିଧାସଳଖ ଗଙ୍ଗୁଆ ଦେଇ ଦୟାରେ ମିଶୁଛି । ଯାହାକୁ ବ୍ୟବହାର କରିବା ଯୋଗୁଁ  ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।  

କଣାସ ଅଞ୍ଚଳର ଲୋକେ ଦୟାର ଦୂଷିତ  ପାଣି ପିଇବା ଦ୍ୱାରା ଝାଡ଼ାବାନ୍ତି ବ୍ୟାପୀ ଥିଲା ।  ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଥିଲା । ସରକାର ଓ ଜିଲ୍ଲା  ପ୍ରଶାସନର ଅନେକ ଚେଷ୍ଟା ପରେ ଏବେ  ଝାଡ଼ାବାନ୍ତି ସ୍ଥିତିରେ ସୁଧାର ଆସିଛି । ହେଲେ ଦୟା ନଦୀ ଜଳରେ କୌଣସି ପରିବର୍ତ୍ତନ  ହୋଇନି । କଲିକତି ଦଳ ନଦୀରେ ଭର୍ତ୍ତି  ହୋଇ ରହିଛି । ଲୋକେ ମଲା ଗାଈଗୋରୁ,  ଛେଳି, ମେଣ୍ଢା, କୁକୁର, ବିଲେଇ ନଦୀରେ  ଭସାଇ ଦେଉଛନ୍ତି । ମଳ, ଦଳ ଆଉ ମଢ଼  ମିଶିଯିବାରୁ ଦୟା ପାଣି ବିଷ ପାଲଟି ଯାଉଛି ।  ଯାହାର ପରିଣାମ ଲୋକେ ଭୋଗୁଛନ୍ତି ।

ଦଳ ଭର୍ତ୍ତି ହୋଇ ରହିବା ଯୋଗୁଁ  ଜୈବିକ ଜିନିଷ ପଚି ନାଇଟ୍ରୋଜେନ୍‌ ସାନ୍ଧ୍ରତା  ବଢ଼ି ଯାଉଛି । ଅକ୍ସିଜେନ୍‌ ସ୍ତର କମୁଛି । ମଢ଼  ପଚିଯିବା ଦ୍ୱାରା ସେଥିରୁ ଆମୋନିଆ ଓ ୟୁରିକ୍‌  ଏସିଡ୍‌ ନିର୍ଗତ ହେଇ ପାଣିକୁ ବିଷାକ୍ତ କରୁଛି ।  ଫଳରେ ମାଛମାନେ ବି ମରି ଯାଉଛନ୍ତି । ଦୟାର ବାମ ପାଶ୍ୱର୍ ବନ୍ଧ ଧାରେ ଧାରେ ୪୦ କିମି ଲମ୍ବି  ଆସିଛି କଣାସ ବ୍ରାଞ୍ଚ କେନାଲ୍‌ । ଏଥିରେ  ଲୋକମାନେ ମଲା କୁକୁଡ଼ା ଆଉ ଯାବତୀୟ ବର୍ଜ୍ୟ ପକାଉଛନ୍ତି । ଫଳରେ ଦିନକୁ ଦିନ  କେନାଲ ପୋତି ହୋଇଗଲାଣି । କେନାଲରେ  ପାଣି ଆସିଲେ ସବୁ ବର୍ଜ୍ୟ ଉପର ମୁଣ୍ଡରୁ କଣାସ ହାଟ ଦେଇ ଡିମିରି ସ୍ଲୁଇସ୍‌(ନୂଆଦୋକନ୍ଦା  ନିକଟରେ) ଦୟାରେ ମିଶୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.